ଆଠଗଡ ଵିଜୁ ଜନତା ଦଳ ତରଫରୁ ଆଠଗଡ ବିଜ୍ଞାପିତ ପରିଷଦ ଅଞ୍ଚଳରେ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ

ଆଠଗଡ( ଉଲ୍ଲାପ୍ର )ଆଠଗଡ ଵିଜୁ ଜନତା ଦଳ ତରଫରୁ ଜନ ସମ୍ପର୍କ ପଦଯାତ୍ରା ଆଠଗଡ ଅଟାଳି ଜଗନ୍ନାଥ ମନ୍ଦିର ଠାରୁ ଆରମ୍ଭ ହୋଇଥିଲା। ଏହି ପଦଯାତ୍ରାକୁ ଆଠଗଡ ବ୍ଲକ ଵିଜୁ ଜନତା ଦଳର ସଭାପତି ରବୀନ୍ଦ୍ର ନାଥ ରାଉତ ଶୁଭାରମ୍ଭ କରିଥିଲେ ଏବଂ ଏହି ପଦଯାତ୍ରାରେ ସୁପ୍ରିମ କୋର୍ଟର ଆଇନିଜୀବି ତଥା ସମାଜସେବୀ ଆଦିତ୍ୟ ପ୍ରତାପ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଆମ ଦଳର ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଏବଂ ଆଠଗଡର ଜନପ୍ରିୟ ବିଧାୟକ ତଥା ମାନ୍ୟବର କୃଷି କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରତ୍ଯେକ୍ଷ ତତ୍ଵାବଧାନରେ ଚଳିତବର୍ଷ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଠାରୁ ଅକ୍ଟୋବର ୧୧ ପର୍ଯ୍ୟନ୍ତ ଦଶଦିନ ବ୍ୟାପି ଜନସଂପର୍କ ପଦଯାତ୍ରା କରାଯିବା ପାଇଁ ଦଳ ତରଫରୁ ନିଷ୍ପତ୍ତି ନିଆଯାଇଛି । ଏହି ପଦଯାତ୍ରାକୁ ସଫଳ କରିବା ଏବଂ ସରକାରଙ୍କ ଜନହିତକର ଯୋଜନା ସବୁ ନିର୍ବାଚନମଣ୍ଡଳୀର ପ୍ରତି ଚୁଲି ମୁଣ୍ଡ ପାଖରେ ଯଦି ପହଞ୍ଚାଇପାରିବା ତେବେ ବିଜୁ ଜନତା ଦଳ ଏକ ସାମୁହିକ ଆନ୍ଦୋଳନରେ ପରିଣତ ହୋଇପାରିବ । ବିଜୁ ଜନତା ଦଳ ଓଡ଼ିଶାବାସୀଙ୍କ ସେବାରେ ନିରବଚ୍ଛିନ୍ନ ଭାବରେ ପଚିଶ ବର୍ଷ ଓଡ଼ିଶାବାସୀଙ୍କ ସେବା କରିବା ସହ ସାଢେ଼ ଚାରିକୋଟି ଓଡ଼ିଆଙ୍କ ବିଶ୍ୱାସ ଭାଜନ ହୋଇପାରିଛି ବୋଲି ମୁଖ୍ୟ ଅତିଥି ଆଦିତ୍ଯ ପ୍ରତାପ ସ୍ଵାଇଁ ତାଙ୍କ ବକ୍ତବ୍ୟରେ କହିଥିଲେ ।
ଏହି ପରିପ୍ରେକ୍ଷୀରେ ଆଠଗଡ଼ ବିଜ୍ଞାପିତ ପରିଷଦ ବିଜୁ ଜନତା ଦଳ ତରଫରୁ, ଆଠଗଡ ବିଜ୍ଞାପିତ ପରିଷଦ ଅଧ୍ୟକ୍ଷା ସସ୍ମିତା ରାଉତ, ଉପାଧ୍ୟକ୍ଷ ବି. ଶୁଭ୍ର ଶଙ୍କର ଜ୍ଯୋତି, ଆଠଗଡ ନଗର ସଭାପତି ଶିଶିର ପ୍ରସାଦ ମାନସିଂ, ଆଠଗଡ ଯୁବ ସଭାପତି ଶିବ ଶଙ୍କର ଜେନା, ଛାତ୍ର ଜନତା ସଭାପତି ମହମଦ ଖାଲିଦି, ଆଠଗଡ ବିଜ୍ଞାପିତ ପରିଷଦ ମହିଳା ନେତ୍ରୀ ରଂଜିତା ଭକ୍ତା, ନିଜିଗଡ଼ ସେବା ସମବାୟ ସମିତି ର ସଭାପତି ରଶ୍ମିତା ସାହୁ, ପୃର୍ବତନ ଅଧ୍ୟକ୍ଷା ସୁବର୍ଣ୍ଣ ମଞ୍ଜରି ଭଞ୍ଜ, ସୁଚିତ୍ରା ସାହୁ, ରାକେଶ ଦାଶ, ପ୍ରକାଶ ରାଉତ, ପ୍ରଦୀପ୍ତ ଦାସ, ଲଳିତ ମୋହନ ନାୟକଙ୍କ ସମେତ ଦଳର ପ୍ରତି ୱାର୍ଡ ସଭାପତି, ସମସ୍ତ କାଉନସିଲର ଯୋଗ ଦେଇଥିଲେ। ଏହି ପଦଯାତ୍ରା ରଥଗଡା, ଗଦାସାହି, ଝରଣ ଛକ, ମେଡିକାଲ ଛକ, କନ୍ତୋଲର ପାଞ୍ଚ ଗୋଟି ୱାର୍ଡ ଦେଇ କନ୍ତୋଲର ଅଧିଷ୍ଠାତ୍ରୀ ଦେବୀ ମା’ ଦକ୍ଷିଣ ଚଣ୍ଡୀ ମନ୍ଦିର ରେ ସମାପନ ହୋଇଥିଲା। ଏଥିରେ ଏନଏସିର ପ୍ରାୟ ଏକ ହଜାରରୁ ଉର୍ଦ୍ଧ୍ଵ ଯୁବ,ଛାତ୍ର, ମହିଳା ଓ ଦଳୀୟ କର୍ମୀ ଯୋଗ ଦେଇଥିଲେ ।

Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































