ଆଠଗଡ ଜିଲ୍ଲାପାଇଁ କ୍ରିୟାନୁଷ୍ଠାନ କମିଟି ଗଠନ, ଆସନ୍ତା 16 ତାରିଖ ଠାରୁ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଆଗରେ ପ୍ରତୀକାତ୍ମକ ଧାରଣା

ଆଠଗଡ( ଉଲ୍ଲାପ୍ର )ଆଠଗଡ ଜିଲ୍ଲା ଦାବିନେଇ ଆନ୍ଦୋଳନ ଆରମ୍ଭ ହେବ, ରାଜ୍ୟ ସରକାରଙ୍କ ରାଜସ୍ୱମନ୍ତ୍ରୀ ବିଧାନସଭା ରେ କଟକ ଜିଲାରୁ ଆଠଗଡ ଜିଲ୍ଲାଦାବି ନେଇ ଦୁଇଟି ପ୍ରସ୍ତାବ ଆସିଥିବା ପ୍ରକାଶ କରିଛନ୍ତି, ଗଡଜାତ ପରିକ୍ରମା ତରଫରୁ ଗତ 2022 ଓ 2023 ମସିହାରେ ରାଜ୍ୟ ସରକାରଙ୍କୁ ଆଠଗଡ ଜିଲ୍ଲା ପାଇଁ ଦୁଇଟି ଦାବିପତ୍ର ପ୍ରଦାନ କରାଯାଇଥିଲା, ସରକାର ଆଠଗଡ ଜିଲ୍ଲାପାଇଁ ଦାବିପତ୍ର ଗ୍ରହଣ କରିଥିବା ପ୍ରକାଶ ହେବାପରେ ରାଜ୍ୟରେ ପଚିଶ ଗୋଟି ସ୍ଥାନରୁ ଜିଲ୍ଲାପାଇଁ ଦାବିପତ୍ର ଆସିଛି, ଆଠଗଡ ର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ଗଡଜାତ ପରିକ୍ରମା ତରଫରୁ ଦୀର୍ଘବର୍ଷ ହେଲା ଆଠଗଡ କୁ ଜିଲ୍ଲାକରିବା ପାଇଁ ସରକାରଙ୍କ ଠାରେ ଦାବି କରି ଆସୁଛି, ରବିବାର ଦିନ ଗଡଜାତ ପରିକ୍ରମା ତରଫରୁ ଆଠଗଡ ଉତ୍ତରାଚଣ୍ଡୀ ମନ୍ଦିର ଠାରେ ଆଠଗଡ ଜିଲ୍ଲା ଦାବିନେଇ ତୃତୀୟ ବୈଠକ ଅନୁଷ୍ଠିତ ହୋଇଥିଲା, ଗଡଜାତ ପରିକ୍ରମା ଉପସଭାପତି ସୁରେଶ ଚନ୍ଦ୍ର ପରିଡା ସଭାପତିତ୍ୱ କରିଥିବା ବେଳେ ଏହି ବୈଠକରେ ଇଞ୍ଜିନିୟର ପ୍ରିୟବ୍ରତ ଦାସ, କଂଗ୍ରେସ ନେତା ସୁଦର୍ଶନ ସାହୁ, ସାମ୍ବାଦିକ ସନ୍ତୋଷ ବାରିକ, ଅଶୋକ ଦାସ, ଆଇନଜୀବୀ ଜୟନ୍ତ ପଣ୍ଡା, ପ୍ରତିମା ପଣ୍ଡା, ଇଞ୍ଜିନିୟର ମହେଶ ପ୍ରସାଦ ଦାଶ ପ୍ରମୁଖ ଯୋଗଦେଇ ନିଜର ମତାମତ ପ୍ରଦାନ କରିଥିଲେ, ବୈଠକରେ ସର୍ବସମତି କ୍ରମେ ସ୍ଥିର କରାଯାଇଥିଲା ଆସନ୍ତା ଷୋଳ ତାରିଖ ଠାରୁ ଆଠଗଡ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଆଗରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତି ଆଗରେ ଆଠଗଡ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ତରଫରୁ ପ୍ରତୀକାତ୍ମକ ଧାରଣା ଦିଆଯିବ, ଯୋଉ ପର୍ଯ୍ୟନ୍ତ ରାଜ୍ୟ ସରକାର ଆଠଗଡ କୁ ଜିଲ୍ଲା ଘୋଷଣା ନକରିଛନ୍ତି ସେ ପର୍ଯ୍ୟନ୍ତ ପ୍ରତୀକାତ୍ମକ ଧାରଣା ଚାଲୁରହିବ ବୋଲି ଗଡଜାତ ପରିକ୍ରମା ର ସମ୍ପାଦକ ତଥା ଆଠଗଡ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ଆବାହକ ଲଲାଟେନ୍ଦୁ ସେନାପତି ପ୍ରକାଶ କରିଛନ୍ତି.
Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































