ଆଠଗଡ ପ୍ରିମିୟର କ୍ରିକେଟ ଲିଗ ଉଦ୍ ଯାପିତ
ଘଣ୍ଟିଖାଲ କୁ ହରାଇ ଛଅଗାଁ ଚମ୍ପିୟାନ
ଆଠଗଡ:ତା୧୯/୦୧ ଚଳିତ ମାସ ୭ତାରିଖରୁ ଆଠଗଡ ମହୋତ୍ସବ ପଡିଆଠାରେ ଚାଲିଥିବା ଆଠଗଡ଼ ପ୍ରିମିୟର କ୍ରିକେଟ ଲିଗ ଉଦ୍ ଯାପିତ ହୋଇଯାଇଛି।ଆଜି ଅନୁଷ୍ଠିତ ୩ପାଳି ସମ୍ବଳିତ ଫାଇନାଲ ମ୍ୟାଚ ରେ ଆଠଗଡ଼ଵ୍ଲକ ଘଣ୍ଟିଖାଲ କ୍ରିକେଟ କ୍ଲବକୁ ୨-୧ରେ ପରାସ୍ତ କରି ଛଅଗାଁ କ୍ରିକେଟ କ୍ଲବ ଚାମ୍ପିଅନ ହୋଇଛି। ଏହି ଟୁର୍ଣ୍ଣାମେଣ୍ଟରେ ଆଠଗଡ଼ଵ୍ଲକ ଓ ଏନ୍ଏସି ର ୬୪ଟି ଦଳ ଭାଗନେଥିଲେ। ଏଥିରେ ଆଠଗଡ଼ଵ୍ଲକ ର ଗୋବରା କ୍ରିକେଟ କ୍ଲବ ତୃତୀୟ ଓ ଆଠଗଡ଼ ଏନ୍ଏସି ୪ର୍ଥ ସ୍ଥାନ ଅଧିକାର କରିଥିଲେ। ଶୁକ୍ରବାର ଉଦ୍ ଯାପନ ଦିଵସ ଅପରାହ୍ନରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବ ରେ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଥିଲେ,


ଅନ୍ୟମାନଙ୍କ ମଧ୍ୟରେ ଆଠଗଡ ଏନ୍ଏସି ଅଧ୍ୟକ୍ଷା ସସ୍ମିତା ରାଉତ, ଓଡିଶାର କ୍ରିକେଟ ତାରକା ଵିପ୍ଲବ ସାମନ୍ତରାୟ, ଚଳଚ୍ଚିତ୍ର ଅଭିନେତା ଅମ୍ଲାନ ଦାସ, ଅଭିନେତ୍ରୀ ଅନନ୍ୟା ମିଶ୍ର ପ୍ରମୁଖ ଯୋଗଦେଇ ଥିଲେ।ଏହି ଅବସରରେ ମନ୍ତ୍ରୀ ସ୍ବାଇଁ ଚମ୍ପିୟାନ ଛଅଗାଁ ଦଳକୁ ଟ୍ରଫି ସହ ନଗଦ ୧ଲକ୍ଷଟଙ୍କା ଓ ଉପ-ଵିଜେତା ଘଣ୍ଟିଖାଲ ଦଳକୁ ଟ୍ରଫି ସହ ୭୦ହଜାର ଟଙ୍କା ପ୍ରଦାନ କରିଥିଲେ। ସେହିପରି ତୃତୀୟ ସ୍ଥାନ ଅଧିକାର କରିଥିବା ଗୋବରା କୁ ଟ୍ରଫିସହ ୫୦ହଜାର ଟଙ୍କା ଓ ୪ର୍ଥ ସ୍ଥାନ ପ୍ରାପ୍ତ ଆଠଗଡ ଏନ୍ଏସି ଦଳକୁ ଟ୍ରଫିସହ ନଗଦ ୩୦ହଜାର ଟଙ୍କା ପ୍ରଦାନ କରିଥିଲେ। ସେହିପରି ଆଜିର ମ୍ୟାଚରେ ଶ୍ରେଷ୍ଠତ୍ଵ ପ୍ରତିପାଦନ କରିଥିବା ଛଅଗାଁ କ୍ଲବର ଆକାଶ ରାଉତ, ସମଗ୍ର ଟୁର୍ଣ୍ଣାମେଣ୍ଟରେ ଶ୍ରେଷ୍ଠ ଖେଳାଳୀ ଭାଵେ ଛଅଗାଁ କ୍ଲବର ପ୍ରବଚନ ପ୍ରଧାନ, ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ଭାବେ ଗୋବରା କ୍ଲବ ର ଶୁଭ୍ରଜିତ୍ ଛାଟୋଇ ଓ ଶ୍ରେଷ୍ଠ ଵୋଲର ଭାବେ ଜିତେନ୍ଦ୍ର ସାହାଣୀଙ୍କୁ ନଗଦ ଅର୍ଥ ରାଶି ପ୍ରଦାନ କରାଯାଇଥିଲା। ଏହିପରି ଟୁର୍ଣାମେଣ୍ଟ ଗ୍ରାମାଞ୍ଚଳ ର ଲୁକ୍କାୟିତ ପ୍ରତିଭା ମାନଙ୍କୁ ଉତ୍ସାହିତ କରିବା ସହିତ ଯୁବକ ମାନଙ୍କ ମଧ୍ୟରେ ଭାଇଚାରାର ସୃଷ୍ଠି କରିବ ବୋଲି ମନ୍ତ୍ରୀ ସ୍ବାଇଁ କହିଛନ୍ତି।

Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































