ଅବକାରୀ ଟିମ ଓ ପୋଲିସ କର୍ମଚାରୀଙ୍କ ଅସଦାଚରଣ ର ଶିକାର ହୋଇଥିବା ଆଦିବାସୀ ମହିଳା ଙ୍କ ଅଭିଯୋଗ କୁ ନ ଶୁଣି କୌଣସି ପଦକ୍ଷେପ ନ ନେବାରୁ କାମାକ୍ଷାନଗର SDPO ଅଫିସ ଘେରାଉ କଲେ ହଜାର ହଜାର ଆଦିବାସୀ…
ଅବକାରୀ ଟିମ ଓ ପୋଲିସ କର୍ମଚାରୀଙ୍କ ଅସଦାଚରଣ ର ଶିକାର ହୋଇଥିବା ଆଦିବାସୀ ମହିଳା ଙ୍କ ଅଭିଯୋଗ କୁ ନ ଶୁଣି କୌଣସି ପଦକ୍ଷେପ ନ ନେବାରୁ କାମାକ୍ଷାନଗର SDPO ଅଫିସ ଘେରାଉ କଲେ ହଜାର ହଜାର ଆଦିବାସୀ..
ଢେଙ୍କାନାଳ :-ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ କାଙ୍କଡାହାଡ ଥାନା ଅନ୍ତର୍ଗତ ବାଲିକୁମା ଗ୍ରାମ ରେ ପଶି ଗତ ଡିସେମ୍ବର ୧୦ ତାରିଖ ଦିନ ଗ୍ରାମର ଶ୍ରୀମତୀ ଟୁଡ଼ୁ ଓ ହୀରାମଣୀ ସୋରେନ ଙ୍କ ସାଇଆ ବ୍ଲାଉଜ ଚିରି ଲଙ୍ଗଳା କରି ବାଡେଇ ଗିରଫ କରି ପୋଲିସ ଓ ଅବକାରୀ ବିଭାଗର ମିଳିତ ସହଯୋଗରେ କୋର୍ଟ ଚାଲାଣ କରିଥିଲେ ।
ପୋଲିସ ଓ ଅବକାରୀ ବିଭାଗର ଏତାଦୃଶ୍ୟ କାର୍ଯ୍ୟକୁ ବିରୋଧ କରି ଉଦ୍ଦିଷ୍ଟ କର୍ମଚାରି ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କାଙ୍କଡାହାଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ, ଯେଉଁ ଏହି ଘଟଣାରେ ସଂପୃକ୍ତ ଅଛନ୍ତି ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଥିଲା..କିନ୍ତୁ ୧୦ ଦିନି ବିତି ଯାଇଥିଲେ ମଧ୍ୟ କୌଣସି ପଦକ୍ଷପ ଗ୍ରହଣ କରାଯାଇନଥିବାରୁ ଉପଖଣ୍ଡ ର ହଜାର ହଜାର ସଂଖ୍ୟା ର ଆଦିବାସୀ ମହିଳା ଓ ପୁରୁଷ ଖଣ୍ଡା, ଧନୁଶର, ଟାଙ୍କିଆ, ବର୍ଚ୍ଚା, କାତି, ଦାଆ ଶହ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଜିରାମାଳୀ ଛକରୁ ବିଶାଳ ରାଲିରେ ବାହାରି SDPO ଅଫିସ ଘେରାଉ କରିଥିଲେ..
ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ SP ଓ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଘେରା ଓ କରିବେ ବୋଲି ବିଭିନ୍ନ ଅଧିବାସୀ ସଂଗଠନ ପକ୍ଷରୁ ଚେତାବନୀ ଦିଆ ଯାଇଛି..
ଘଟଣା ସ୍ଥଳରେ ମୁଖ୍ୟ ରାଜପଥ କୁ ୨ ଘଣ୍ଟା ଧରି ଅବରୋଧ କରିବା ସହିତ ଧର୍ମଘଟ ଚାଲୁ ରହିଛି.. ଯାହାଫଳରେ ଦୁଇ ପାର୍ଶ୍ୱରୁ ଗାଡ଼ିମଟର ଚଳାଚଳ ସମ୍ପୂର୍ଣ୍ଣ ବାଧା ପ୍ରାପ୍ତ ହୋଇଛି…
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































