କାମାକ୍ଷାନଗର ମହୋତ୍ସବର ୪ର୍ଥ ଦିବସରେ ପରିବେଶ ସଚେତନତା ଅଭିଯାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ
 
                                

ଉପଜିଲ୍ଲାପାଳ ,ଏସଡିପିଓ , ବିଡିଓ ନିର୍ମାଣଧୀନ ପାର୍କ ମଧ୍ୟରେ କଲେ ବୃକ୍ଷରୋପଣ ।
କାମାକ୍ଷାନଗର( ଉଲ୍ଲାପ୍ର )ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡସ୍ତରୀୟ ମହୋତ୍ସବର ୪ର୍ଥ ଦିବସରେ ପରିବେଶ ସଚେତନତା ଅଭିଯାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମର ସଚେତନତା ରାଲି ହନୁମାନ ବଜାର ଠାରୁ ବାହାରି ରେଙ୍ଗାଲି ବାମ ପାର୍ଶ୍ଵ କେନାଲ ସମ୍ମୁଖରେ ହୋଇଥିବା ନିର୍ମାଣଧୀନ ବିଜୁପଟ୍ଟନାୟକ ପାର୍କ ପରିସରରେ ପହଞ୍ଚିବା ପରେ କାମାକ୍ଷାନଗର ଉପ ଜିଲ୍ଲା ପାଳ ନାରାୟଣ ଚନ୍ଦ୍ର ନାୟକ,ଏସଡିପିଓ ପ୍ରଭାତ କୁମାର ତ୍ରିପାଠୀ,ବ୍ଲକ୍ ଅଧ୍ୟକ୍ଷ ପ୍ରେମାନନ୍ଦ ସାହୁ, ବିଡିଓ ଅବିନାଶ ପାଣ୍ଡିଆ, ସହକାରୀ ଉପ ଜିଲ୍ଲା ପାଳ ମଦନ ମୋହନ ଜେନା, ଦୀପକ କୁମାର ମିଶ୍ର ବୃକ୍ଷରୋପଣ କରିବା ସହ ପ୍ରତ୍ୟେକଙ୍କୁ ୧୦ଟି ଲେଖାଏଁ ଗଛ ଲଗାଇବା ପାଇଁ ସଚେତନ ବାର୍ତ୍ତା ଦେଇଥିଲେ ।କାମାକ୍ଷାନଗର ପୂର୍ବ ଓ ପଶ୍ଚିମ ଜଙ୍ଗଲ ବିଭାଗ ପକ୍ଷରୁ ବିଭିନ୍ନ ପ୍ରକାର ଗଛ ଚାରା ଯୋଗାଇ ଦେବାସହ କାର୍ଯ୍ୟକ୍ରମରେ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ । ଉପଜିଲ୍ଲା ପାଳଙ୍କର ଏହି ବୃକ୍ଷରୋପଣ ସଚେତନତା ବାର୍ତ୍ତା ନେଇ କାମାକ୍ଷାନଗର ସହର ଓଚତୁପାର୍ଶ୍ଵ ସବୁଜ ବନାନୀରେ ପରିଣତ କରିବାପାଇଁ ସମସ୍ତଙ୍କର ସାହାଯ୍ୟ ସହଯୋଗ କାମନା କରିଥିଲେ ।କାମାକ୍ଷାନଗର ଅଞ୍ଚଳର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ସ୍ୱୟଂସହାୟକ ଗୋଷ୍ଠିର ସଦସ୍ୟମାନେ କାର୍ଯ୍ୟରେ ସହଯୋଗ କରିଥିଲେ ।
 
         
             Odia
 Odia 













































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































