ମୋଦୀ ଗ୍ୟାରେଣ୍ଟି ରଥ ପାଖକୁ ଆସିଲେନି SHG ମହିଳା l
ସାଲେପୁର ( ଉଲ୍ଲାପ୍ର )ସାରା ଦେଶରେ ମୋଦୀ ସରକାର ଙ୍କ ଗ୍ୟାରେଣ୍ଟି ରଥ ବୁଲୁଛି । ଦୀର୍ଘ ୧୦ ବର୍ଷ ର ସଫଳତାକୁ ଗ୍ୟାରେଣ୍ଟି ରଥ ମାଧ୍ୟମରେ ସାଧାରଣ ଜନତାଙ୍କ ପାଖରେ ପହଞ୍ଚାଇବା ଏହାର ଲକ୍ଷ ।ଏହା କୌଣସି ଦଳୀୟ କାର୍ଯ୍ୟକ୍ରମ ନୁହେଁ l ଏହାକୁ ସମସ୍ତେ ସହଯୋଗ କରିବା ପାଇଁ ନିର୍ଦେଶ ଥିବା ବେଳେ
। କିନ୍ତୁ ଏହାର ଓଲଟା ଦୃଶ୍ୟ ଦେଖିବାକୁ ମିଳିଛି ସାଲେପୁର ବ୍ଲକ ସଉରୀ ପଞ୍ଚାୟତରେ । କେବଳ ହାତ ଗଣତି ଆଶା କର୍ମୀ ଓ ଅଙ୍ଗନବାଡି ଦିଦିଙ୍କୁ ଛାଡି ସ୍ୱଙ୍ଗ ସହାୟକ ମହିଳା ମାନେ ଏଠାରେ ଉପସ୍ଥିତ ନଥିଲେ ।ଏହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି ।ଏହି ରଥ ଆସିବା ନେଇ ପଞ୍ଚାୟତରେ ପୂର୍ବ ରୁ ପ୍ରସ୍ତୁତି ବୈଠକ ହୋଇଥିଲେ ମଧ୍ୟ କୌଣସି ଏସ ଏଚଜି ମହିଳା ଗୋଷ୍ଠୀର ମହିଳା ମାନେ ଆସିଥିଲେ ଯାହା ସାଧାରଣରେ ଅଭିଯୋଗ ହେଉଛି ।ଏପଟେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ରଥ ବୁଲୁଥିବା ବେଳେ ଶହଶହ ମହିଳା ସ୍ୱାଗତ କରିଥିଲେ ମଧ୍ୟ ଏହି ମୋଦୀ ଗ୍ୟାରେଣ୍ଟି ରଥକୁ ସ୍ୱାଗତ କରିବାକୁ କଣ ପାଇଁ ଆସି ନାହାନ୍ତି ତାହା ଚର୍ଚ୍ଚାର ବିଷୟ । ସାଲେପୁର ଏବିଡିଓ ଓ ଅଧିକାରୀ ପହଞ୍ଚି ଏହାର ତଦନ୍ତ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି l
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































