ସରକାରୀ ଯୋଜନା ସାତ ସପନ, ସାଲେପୁର ରେ ଦିବ୍ୟାଙ୍ଗ ପରିବାର ଏଥିରୁ ବଞ୍ଚିତ

ସାଲେପୁର ( ଉଲ୍ଲାପ୍ର )ଆଜି ସରକାର ସାଧାରଣ ଜନତାଙ୍କ ପାଇଁ କେତେକେତେ ଯୋଜନା ପ୍ରଣୟନ କରୁଛନ୍ତି ।କିନ୍ତୁ ତାହା ସାଧାରଣ ଜନତାଙ୍କ ପାଖରେ ଠିକ ସେ ପହଞ୍ଚି ପାରୁନାହିଁ ।ଗୁଣ୍ଡିଚାରାଣୀ ସାମଲ ବୟସ ୩୬ ହେବ କେତେ ସ୍ବପ୍ନ ନେଇ ହାତ ଧରି ବାହା ହୋଇ ଆସିଥିଲେ ପ୍ରଶାନ୍ତ ସାମଲଙ୍କର ।ଅସୁମାରୀ ସ୍ବପ୍ନ ଆଜି ତାଙ୍କର ଭାଙ୍ଗୀ ହେଇଯାଇଛି ଚୂରମାର ।ଏମିତି କାହିଁକି ଆମେ କହୁଛୁ ତାହା ଜାଣିବେ ଆପଣ ମାନେ ଆମର ଏହି ଭିଡିଓ ଦେଖିଲେ ।ଆସନ୍ତୁ ନଜର ପକେଇବା ସାଲେପୁର ବ୍ଲକ ଅନ୍ତର୍ଗତ ମହଣ ପଞ୍ଚାୟତ ର ପୂରଣ ଗାଁ ଦିବ୍ୟାଙ୍ଗ ପ୍ରଶାନ୍ତ ଙ୍କ କାହାଣୀ ଉପରେ ।ପ୍ରଶାନ୍ତ ସାମଲ ବୟସ ପାଖାପାଖି ୫୫ କି ୬୦ ହେବ ।ଦୁଇ ଭାଇ ,ସ୍ତ୍ରୀ, ଓ ଗୋଟେ ଝିଅକୁ ନେଇ ସଂସାର ।ଜନ୍ମ ରୁ ଦିବ୍ୟାଙ୍ଗ ପ୍ରଶାନ୍ତ ସାମଲ ।ରେଡିଓ ସଜାଡି ନିଜ ପରିବାର ପ୍ରତିପୋଷଣ କରୁଥିଲେ ।ବୟସ ଅପରାହ୍ନ ରେ ଏବେ ହାର ମାନି ଯାଇଛନ୍ତି ।କୌଣସି ସରକାରୀ ସାହାଯ୍ୟ ପାଇ ନାହାନ୍ତି କି ପାଉନାହାନ୍ତି ଯାହା ଖୋଦ ପ୍ରଶାନ୍ତ ଓ ତାଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି ।ନା ଅଛି ଇନ୍ଦିରା ଆବାସ ଘର ନା ସ୍ୱଚ୍ଛଭାରତ ମିଶନ ରେ ଲାଟିନ ।କେବଳ ଦିବ୍ୟାଙ୍ଗ ଭତ୍ତା ଦେଇ ସରକାର ବସିଛନ୍ତି ।ଲାଟିନ ନଥିବାରୁ ସ୍ତ୍ରୀ କାନ୍ଧରେ ଯିବାକୁ ପଡେ ପଦାକୁ ।ଗୋଟେ ତିନି ଚକିଆ ଗାଡି ମିଳିଥିଲା ଯାହା ଏବେ ଭାଙ୍ଗି ଦଦରା ହୋଇ ପଡିଛି ।ତେବେ କେତେ ସରକାରୀ ଲୋକ ଆସି ଦେଖୁଛନ୍ତି କେବଳ ଦେଇ ଯାଉଛନ୍ତି ପ୍ରତିଶୃତି ।ସରପଞ୍ଚ ,ବିଡିଓ,ତହସିଲଦାର ,ସମସ୍ତଙ୍କୁ ନେହୁରା ହେଲେ ବି କିଛି ଲାଭ ନାହିଁ ।ଏତେ ବଡ ଫନୀ ବାତ୍ୟା ଗଲା ଗଛ ପଡି ଘର ଭାଙ୍ଗିଲା ତଦନ୍ତ ହେଲା ହଁ ଦେବୁ କହି କେବଳ ପ୍ରତିଶୃତି ଦେଇ ଚାଲିଗଲେ ।ଏଭଳି ଦିବ୍ୟାଙ୍ଗ ପରିବାରକୁ ଏବେ ଦଇବ ସାହା ।ଆମ ମିଡିଆ ଆଗରେ ସରକାରଙ୍କୁ ଗୁହାରୀ କରିଛନ୍ତି କି ତାଙ୍କୁ ଗୋଟେ ଟ୍ରାଇ ସାଇକେଲ ,ଗୋଟେ ଘର,ଓ ଲାଟିନ ଯୋଗେଇ ଦେଲେ ସେ ଉପକୃତ ହୋଇପାରନ୍ତେ ।ମହଣ ପଞ୍ଚାୟତର ସରପଞ୍ଚଙ୍କୁ ଏ ବିଷୟରେ ପଚାରିବାକୁ ଯାଇଥିଲୁ କିନ୍ତୁ ଭେଟ ନ ହେବାରୁ କୌଣସି ପ୍ରତିକ୍ରୀୟା ମିଳିପାରିନାହିଁ ।।ଦେଖାଯାଉ ଆମର ଏଇ ନିଉଜ ପରିବେଷଣ ପରେ ସରକାର କିପ୍ରକାର ସାହାଯ୍ୟର ହାତ ବଢାଉଛନ୍ତି ନା ଆସୁଥିବା ଭୋଟ ସମୟରେ ପୁଣି ଭୋଟ ନେବାପାଇଁ ଆସି ପ୍ରତିଶୃତି ଦେଇ ଯାଉଛନ୍ତି ।ଏଠି କେବଳ ତେଲ ମୁଣ୍ଡରେ ତେଲ ଢାଳିବା ଭଳି କାମ ଏଠି ବଡବଡ ଲୋକ ସବୁ ସରକାରୀ ସୁବିଧା ପାଉଥିଲା ବେଳେ ଏଭଳି ଗରିବ ଦିବ୍ୟାଙ୍ଗ ପ୍ରଶାନ୍ତ କିଭଳି ଅବସ୍ଥାରେ ଅଛନ୍ତି ତାହା ଦେଖିବା ଓ ଜାଣିବାର କଥା,
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































