ରାଜା ସ୍ୱାଇଁ ଙ୍କ ପାଇଁ ତାଙ୍କ ଚାଳିଶ ବର୍ଷର ସ୍କ୍କୁଟର ଲକି, ସେହି ଗାଡିକୁ ଚଳାଇ ଆଠଥର କଲେଣି ନାମାଙ୍କନ
ଆଠଗଡ ( ଉଲ୍ଲାପ୍ର )ନିର୍ବାଚନ ରେ କାହାପାଇଁ ଭାଗ୍ୟ କେମିତି ଫଳ ଦିଏ ତାହା କୁହାଯାଇ ପାରେନାହିଁ, ହେଲେ ଏମିତି ଜଣେ ଜଣେ ପ୍ରାର୍ଥୀ ଅଛନ୍ତି ଯେମିତି ତାଙ୍କର ସେହି ପୁରୁଣା ସ୍କୁଟର କୁ ଏପର୍ଯ୍ୟନ୍ତ ଭୁଲି ନାହାନ୍ତି, ସେ ପ୍ରାର୍ଥୀ ଜଣକ ହେଲେ ଆଠଗଡ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଯିଏକି 1990 ନିର୍ବାଚନ ରେ ଯେତେବେଳେ ଜନତାଦଳ ତରଫରୁ ଆଠଗଡ ରୁ ପ୍ରାର୍ଥୀ ହୋଇଥିଲେ ସେ ସମୟରେ ବାବା ଧବଳେଶ୍ୱର ଙ୍କୁ ଦର୍ଶନକରି ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏକ ବାଇକ ଶୋଭାଯାତ୍ରା କରି ଆଠଗଡ ଉପଜିଲ୍ଲାପାଳ ଙ୍କ ଅଫିସ ରେ ନିଜର ନାମାଙ୍କନ ଦାଖଲ କରିଥିଲେ, ସେହିଦିନ ଠାରୁ ବଜାଯ କମ୍ପାନୀର ଏହି 150 ସ୍କୁଟର ମାର୍କେଟ ରୁ ଅପସରି ଯାଇଥିଲେ ମଧ୍ୟ ଅଦ୍ୟାବଧି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସେହି ବଜାଯ 150 ସ୍କୁତରକୁ ଏବେବି ସାଇତି ରଖିଛନ୍ତି, ସେହି ସ୍କୁଟର ଟି ବ୍ୟବହାର ହୋଇଥାଏ କେବଳ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଯେତେବେଳେ ଆଠଗଡ ବିଧାନସଭା ଆସନରୁ ନାମାଙ୍କନ ପତ୍ର ଦାଖଲ କରନ୍ତି ସେହିଦିନ ଏହି ସ୍କୁ୍ଟରଟିକୁ ଦେଖିବାକୁ ମିଳିଥାଏ
ଆଠଗଡ ରାଜରାସ୍ତାରେ,,2024 ସାଧାରଣ ନିର୍ବାଚନ ରେ ସୋମବାର ଦିନ ଆଠଗଡ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବାବା ଧବଳେଶ୍ୱର ଙ୍କ ନିକଟରେ ପୂଜାର୍ଚନା କରି କୁସପାଙ୍ଗି ଠରୁ ଏକ ବିରାଟ ବାଇକ ଶୋଭାଯାତ୍ରା ରେ ପ୍ରାୟ ତିରିଶ କିଲୋମିଟର ସ୍କୁଟର ଚଳାଇ ଆସି ଆଠଗଡ ଉପଜିଲ୍ଲାପାଳ ଙ୍କ ଅଫିସରେ ପହଞ୍ଚିଥିଲେ ଏବଂ ଚାରିଯୋଡ଼ା ନାମାଙ୍କନ ପତ୍ର ଦାଖଲ କରିଥିଲେ ଉପଜିଲ୍ଲାପାଳ ପ୍ରଶାନ୍ତ ତରାଇଙ୍କ ନିକଟରେ, ନାମାଙ୍କନ ଦାଖଲପରେ ଯେତେବେଳେ ଅଷ୍ଟମଥର ପାଇଁ ନିର୍ବାଚନ ଲଢ଼ୁଥିବା ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଙ୍କୁ ଏହି ସ୍କୁଟର କଥା ପଚରାଗଲା

ସେତେବେଳେ ସେ ଭାବ ବିହ୍ୱଲ ହୋଇ ପଡ଼ିଥିଲେ ଏବଂ କହିଥିଲେ ଏହି ବଜାଯ ସ୍କୁଟର ମୋପାଇଁ ସବୁକିଛି, ସେ ମୋ ପାଇଁ ଲକି ଓ ମୋ ଭାଗ୍ୟ ବିଧାତା, ଏହି ସ୍କୁଟର ଚଢି ମୁଁ ସାତଥର ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଅଷ୍ଟମଥର ପାଇଁ ମୁଁ ମୋର ଏହି ସ୍କୁଟର ଚଳାଇ ନାମାଙ୍କନ ପତ୍ର ଦାଖଲ କରିଛି ସେଥିପାଇଁ ଏହି ସ୍କୁଟର ପାଇଁ ମୁଁ ଗର୍ବିତ ବୋଲି ଉଦୟ ଲାବଣ୍ୟ ସହିତ ଏକ ସ୍ୱତନ୍ତ୍ର ସାକ୍ଷାତକାର ରେ କହିଛନ୍ତି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ,

Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































