ଆଠଗଡ ରେ 78 ତମ ସ୍ୱାଧୀନତା ଦିବସ ପାଳନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ଆଠଗଡ( ଉଲ୍ଲାପ୍ର ) ଆଠଗଡ ସଦର ମହକୁମାରେ 78 ତମ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ବ୍ଲକ କାର୍ଯ୍ୟାଳୟ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି, ଏଥିରେ ଆଠଗଡ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ ସଭାପତିତ୍ୱ କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟ୍ୟରେ ଡ଼ିଏସପି ରବୀନ୍ଦ୍ର କୁମାର ମଲିକ, ଏସଡିଏମଓ ବିଜୟ କୁମାର ମିଶ୍ର, ଆଠଗଡ ବ୍ଲକ ବିଡ଼ିଓ ପ୍ରଦୀପ କୁମାର ସାହୁ, ଆଠଗଡ ଏନ ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୁଖଙ୍କ ସହିତ ସମସ୍ତ ସ୍କୁଲ, କଲେଜ, ଅଫିସ, ସାମ୍ବାଦିକ ଏବଂ ଓକିଲ ମାନଙ୍କ ସହିତ ଆଠଗଡ ର ଗଣ୍ୟ ମାନ୍ୟ ବ୍ୟକ୍ତି ଯୋଗଦେଇଥିଲେ, ଚଳିତବର୍ଷ ଆଠଗଡ ଷ୍ଟାଡିଅମ ରେ ସ୍ୱାଧୀନତା ଦିବସ ପାଳନ କରାଯିବା ପାଇଁ ସର୍ବ ସମ୍ମତି କ୍ରମେ ସ୍ଥିର କରାଯାଇଥିଲା,

Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































