ଆଠଗଡ ରେ ଭୋଟର ସଂଶୋଧନ ଦିବସ ପାଳିତ
ଆଠଗଡ ( ଉଲ୍ଲାପ୍ର ) ଭୋଟର ତାଲିକା ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ -୨୦୨୫ ଅବସରରେ ଉପଖଣ୍ଡ ପ୍ରଶାସନ ପକ୍ଷରୁ ପଦଯାତ୍ରା ଏବଂ ପଥ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ପଦଯାତ୍ରାରେ ଆଠଗଡ ଉପଜିଲ୍ଲାପାଳ ପ୍ରହଲ୍ଲାଦ ନାରାୟଣ ଶର୍ମା, ତହସିଲଦାର କ୍ଷେତ୍ରମୋହନ ସ୍ୱାଇଁ, ଡେପୁଟି କଲେକ୍ଟର ମଧୁସ୍ମିତା ବିଶି, ସହକାରୀ ଜିଲ୍ଲାପାଳ ସୁଶ୍ରୀ ଶୁଭକଲ୍ୟାଣୀ ମହାପାତ୍ର, ବିଭିନ୍ନ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ, ସାଧାରଣ ଜନତା, ବରିଷ୍ଠ ନାଗରିକ, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀ ଏବଂ ସମସ୍ତ ଗଣମାଧ୍ୟମର ପ୍ରତିନିଧିମାନେ ଆଠଗଡ଼ ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟ ଠାରୁ ପଦଯାତ୍ରା ରେ ଆଠଗଡ ସହର ପରିକ୍ରମା କରି ଆଠଗଡ଼ ବିଜ୍ଞାପିତ ଅଂଚଳ ପରିଷଦ ସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପରେ ପହଂଚି ଥିଲେ। ସେଠାରେ ଏକ ସଭାର ଆୟୋଜନ କରାଯାଇଥିଲା। ଉକ୍ତ ସଭାରେ ମୁଖ୍ୟଅତିଥି ଭାବେ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଶର୍ମା ଯୋଗ ଦେଇଥିବା ବେଳେ ତହସିଲଦାର, ସହକାରୀ ଜିଲ୍ଲାପାଳ, ନିର୍ବାହୀ ଅଧିକାରୀ ଆଠଗଡ଼ ବିଜ୍ଞାପିତ ଅଂଚଳ ପରିଷଦ ଶ୍ରୀ ପ୍ରଦିପ କୁମାର ସାହା ପ୍ରମୁଖ ଯୋଗଦେଇ ଆଜିର ଦିବସ ସମ୍ବନ୍ଧରେ ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ଆୟୋଜିତ ପାରମ୍ପରିକ ନୃତ୍ୟ, ଚିତ୍ରାଙ୍କନ ଏବଂ ଝୋଟି ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା କୃତି ପ୍ରତିଯୋଗୀ ମାନଙ୍କୁ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଶର୍ମା ପୁରସ୍କୃତ କରିଥିଲେ । ଆଜିର ସମସ୍ତ କାର୍ଯ୍ୟକ୍ରମକୁ ସହକାରୀ ଜିଲ୍ଲାପାଳ ମାନସରଞ୍ଜନ ବେହେରା ପରିଚାଲନା କରିଥିଲେ।ସହକାରୀ ଜିଲ୍ଲାପାଳ ସୁଶ୍ରୀ ଶୁଭକଲ୍ୟାଣୀ ମହାପାତ୍ର ସଭା ସଞ୍ଚାଳନ କରିଥିଲେ
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































