ଉଦୟ ଲାବଣ୍ୟ ନବମ ସ୍ୱନକ୍ଷତ୍ର ଉତ୍ସବ ରେ ସମ୍ବର୍ଦ୍ଧିତ ହେଲେ ଅନେକ ପ୍ରତିଭା
ଆଠଗଡ, ଆଠଗଡରୁ ପ୍ରକାଶ ପାଉଥିବା ସାପ୍ତାହିକ ସମ୍ବାଦପତ୍ର ଉଦୟ ଲାବଣ୍ୟ ନବମ ସ୍ୱନକ୍ଷତ୍ର ଉତ୍ସଭ ମହାବୀର ପ୍ଲାଜା ଠାରେ ଅନୁଷ୍ଠିତ ହୋଇଯାଇଛି, ସମ୍ପାଦକ ଲଲାଟେନ୍ଦୁ ସେନାପତି ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ଆଠଗଡ ଉପଖଣ୍ଡ ପୋଲିସ ଅଧିକାରୀ ବିଶ୍ୱଜିତ ମହାନ୍ତି ମୁଖ୍ୟଅତିଥି ଏବଂ ସାହିତ୍ୟିକ ଡ଼ ନାରାୟଣ ପଣ୍ଡା ମୁଖ୍ୟବକ୍ତା ଭାବେ ଭାବେ ଯୋଗଦେଇ କହିଲେ ଲେଖକ ଓ କବିର ଏନ୍ତୁଡ଼ିଶାଳ ହେଉଛି ପତ୍ରପତ୍ରିକା ଆଉ ପତ୍ରପତ୍ରିକା ବଞ୍ଚିବାକୁ ହେଲେ ପାଠକ ପତ୍ରପତ୍ରିକା କିଣିବା ଆବଶ୍ୟକ ଆଉ ତା ନହେଲେ ପତ୍ରପତ୍ରିକା ବଞ୍ଚିପାରିବ ନାହିଁ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ | ଏହି ସଭାରେ ଦୈନିକ ସମ୍ବାଦପତ୍ର କାଳାନ୍ତର ସମ୍ପାଦକ ସୌମ୍ୟକାନ୍ତ ସାମନ୍ତରାୟ, ଆଠଗଡ ସାହିତ୍ୟ ସମାଜ ସଭାପତି ସୁରେଶ ଚନ୍ଦ୍ର ପରିଡା, ପୂର୍ବତନ ପ୍ରଶାସକ ପ୍ରଫୁଲ୍ଲ କୁମାର ମହାପାତ୍ର ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ | ପ୍ରାରମ୍ଭରେ ଆଇନୀଜୀବୀ ଶ୍ୟାମାନନ୍ଦ ମହାରଣା ମାଉଥ ଅର୍ଗାନ ଓ ପୂର୍ବତନ ସେନା ଅଧିକାରୀ ସାରଙ୍ଗଧର ଜେନା ବଂଶୀବାଦନ ଜରିଆରେ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ | ଏହି ସଭାରେ ଅତିଥି ପରିଚୟ ପ୍ରଦାନ କରିଥିଲେ ସାହିତ୍ୟିକ ଡ଼ ଶରତ ଚନ୍ଦ୍ର ମାଝୀ | ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବଡମ୍ବା ଓକିଲସଙ୍ଘ ସଭାପତି କୈଳାସ ଚନ୍ଦ୍ର ଜେନାଙ୍କୁ ଓକିଲବନ୍ଧୁ, ଏଟିବିଏନ ସଭାପତି ଫଣିଭୂଷଣ ରଥଙ୍କୁ ଓକିଲବନ୍ଧୁ ସମ୍ମାନ, ଓଟିଭି ଉପସ୍ଥାପିକା ସ୍ନିଗ୍ଧା ପ୍ରିୟଦର୍ଶିନୀ ଲେଙ୍କାଙ୍କୁ ଉପସ୍ଥାପିକା ସମ୍ମାନ, ସର୍ବେଶ୍ୱର ପଣ୍ଡାଙ୍କୁ ସାମ୍ବାଦିକ ସମ୍ମାନ, ପ୍ରିୟଙ୍କା ମହାପାତ୍ରଙ୍କୁ ଜ୍ୟୋତିର୍ବିଦ ସମ୍ମାନ ଏବଂ ଦିପୁନା ମୁଦୁଲି ଙ୍କୁ ଦୁଃସାହସିକ କ୍ରୀଡ଼ାବିତ ସମ୍ମାନ ରେ ସମ୍ମାନିତ କରାଯାଇଥିଲା | ସଭାରେ ଧନ୍ୟବାଦ ପ୍ରଦାନ କରିଥିଲେ ସଦାନନ୍ଦ ପଟ୍ଟନାୟକ | କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଉଦୟ ଲାବଣ୍ୟ ପରିଚାଳନା ସମ୍ପାଦକ ଦେବାଶିଷ ସେନାପତି |

Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































