*ଭୁବନେଶ୍ବର ଲିଙ୍ଗରାଜ ମନ୍ଦିର ପାଇଁ ପ୍ୟାକେଜ ଘୋଷଣା, ଲିଙ୍ଗରାଜ ମନ୍ଦିରର ବିକାଶ ପାଇଁ ହେବ ଏକାମ୍ର କ୍ଷେତ୍ର ଯୋଜନା, ୬୬ ଏକର ଜମିରେ ସମସ୍ତ ଭିତ୍ତିଭୂମିକୁ ସୁଦୃଢ଼ କରାଯିବ, ବିନ୍ଦୁସାଗର ପୁନରୁଦ୍ଧାର, ଐତିହାସିକ ପୁଷ୍କରିଣୀର ପୁନରୁଦ୍ଧାର ହେବ* *କେଦାରଗୌରୀ ଓ ମୁକ୍ତେଶ୍ବର ମନ୍ଦିର ପରିସରର ବିକାଶ ହେବ, ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ ନୂଆ ରାସ୍ତା ଓ ପାର୍କିଂର ସୁବିଧା ହେବ, ଲିଙ୍ଗରାଜ ମନ୍ଦିର ସାମ୍ନା ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ*

ଘରଘର ବୁଲିଲେ ସ୍ୱଚ୍ଛ ସାଥି

ଆଠଗଡ ସହରରେ ଆରମ୍ଭ ହେଲା ସ୍ୱଚ୍ଛ ସାଥି,ଆଠଗଡ ସହରରୁ ଅଳିଆ ଆବର୍ଜନା କୁ ଘରଘର ବୁଲି ସ୍ୱଚ୍ଛ ସାଥି ସାଥିରେ ସୁଇପର ମାନଙ୍କୁ ନେଇ ଏହି କାର୍ଯ୍ୟ କରୁଷହାନ୍ତି,ଆଠଗଡ ସହରରୁ ଅଳିଆ ଆବର୍ଜନା କୁ ଦୂର କରିବା ପାଇଁ ଏଭଳି କାର୍ଯ୍ୟକ୍ରମ ସରକାର ହାତକୁ ନେଇଛନ୍ତି, ଆଠଗଡ ସହରରେ ଗତଦୁଇ ମାସ ହେଲା ଏହି ସ୍ୱଚ୍ଛ ସାଥି ମାନଙ୍କୁ ନିଯୁକ୍ତି ଦିଆଯାଇଛି, ସେମାନେ ସକାଳ 6 ଟା ବେଳକୁ ସୁଇପର କୁ ସାଙ୍ଗରେ ନେଇ ଏକ ଟଲି […]

*ଅଣାୟତ୍ତ ଉତ୍ତର-ପୂର୍ବାଞ୍ଚଳ : ନାଗରିକତା ସଂଶୋଧନ ବିଲ୍ କୁ ଉତ୍ତର-ପୂର୍ବାଞ୍ଚଳରେ ପ୍ରବଳ ବିରୋଧ , ଆସାମ , ଅରୁଣାଚଳପ୍ରଦେଶ,ପଶ୍ଚିମବଙ୍ଗ ଓ ୟୁପିରେ ବିରୋଧ ପ୍ରଦର୍ଶନ , ଆସାମ ଦିବ୍ରୁଗଡରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଉପରକୁ ପଥରମାଡ* *ଦିବ୍ରୁଗଡରେ ବିଜେପି ବିଧାୟକଙ୍କ ଘର ଉପରେ ବିକ୍ଷୋଭକାରୀଙ୍କ ଆକ୍ରମଣ , ଆସାମ ଓ ତ୍ରିପୁରାରେ ସ୍ଥିତି ଅଣାୟତ୍ତ ହେବାରୁ ସେନା ମୁତୟନ , ଗୁଆହାଟୀରେ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପାଇଁ କର୍ଫ୍ୟୁ ଜାରି । ପୁଲିସର କାର୍ଯ୍ୟାନୁଷ୍ଠାନରେ ୨୫ ବିକ୍ଷୋଭକାରୀ ଆହତ*

*🤭ସିଏବି ବିରୋଧରେ ଜଳୁଛି ଆସାମ: କେନ୍ଦ୍ର ପଠାଇଲା ୫ ହଜାର ଯବାନ* *ଅଣମୁସଲିମ ଶରଣାର୍ଥୀଙ୍କୁ ଭାରତର ନାଗରିକତ୍ୱ ଦେବା ପାଇଁ କେନ୍ଦ୍ର ସରକାର ଆଣିଥିବା ବିବାଦୀୟ ନାଗରିକତା ସଂଶୋଧନ ବିଲ୍‌ (ସିଏବି) ବିରୋଧରେ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ବ୍ୟାପକ ହିଂସାକାଣ୍ଡ ଦେଖାଦେଇଛି।* *ବିଶେଷ କରି ଆସାମ ଓ ତ୍ରିପୁରାର ବିଭିନ୍ନ ସ୍ଥାନରେ ପୁଲିସ୍‌ କର୍ମୀ ଓ ବିକ୍ଷୋଭକାରୀ ମୁହାଁମୁହିଁ ହୋଇଛନ୍ତି। ଏହି ଦୁଇ ରାଜ୍ୟ ବାଦ ମଣିପୁର, ମେଘାଳୟ ଓ ନାଗାଲ୍ୟାଣ୍ଡର ବିଭିନ୍ନ ସ୍ଥାନରେ ସିଏବି ବିରୋଧରେ ପୋଡ଼ାଜଳା ଓ ରାସ୍ତା ରୋକ ହୋଇଛି।* *ଆଜି ସନ୍ଧ୍ୟା ୭ଟାରୁ ୨୪ ଘଣ୍ଟା ପାଇଁ ଆସାମର ୧୦ ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ ରଖିବାକୁ ନିର୍ଦ୍ଦେଶ ମିଳିଛି। ବିଭିନ୍ନ ସ୍ଥାନରେ ବିକ୍ଷୋଭକାରୀ ବସରେ ନିଆଁ ଲଗାଇବାରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି।*

*👉ପୁରୀ ସ୍ବର୍ଗଦ୍ବ‌ାର ଆଧୁନିକୀକରଣ ପାଇଁ ଗତକାଲି ଠାରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ‌ହୋଇଛି। ପୁଲିସ ସୁରକ୍ଷାରେ ବୁଲ୍‌ଡୋଜର୍‌ ଲଗାଯାଇ ଗତକାଲି ସ୍ବର୍ଗଦ୍ବାର ପରିସରରେ ଥିବା ପଥ ଶ୍ରାଦ୍ଧ ଗୃହ ଭଙ୍ଗାଯାଇଛି। ତେବେ ଉଚ୍ଛେଦ ଚାଲିଥିବା କାରଣରୁ ସ୍ବର୍ଗଦ୍ବାରରେ ଶବଦାହ ସଂଖ୍ୟା ଆଶାତୀତ ହ୍ରାସ ପାଇଥିଲା। ପ୍ରତିଦିନ ଏଠାରେ ୭୦ ରୁ ୮୦ ଶବ ଦାହ ହେଉଥିବା ବେଳେ ସ୍ବର୍ଗଦ୍ବାର‌ରେ ଶବ ଦାହ ସଂଖ୍ୟା ୧୦ ବି ଡେଇଁନଥିଲା।*

*🤭😳😱ମୋବାଇଲ ଧରିଲେ ପ୍ରଜାକୋର୍ଟରେ ମିଳିବ ମୃତ୍ୟୁଦଣ୍ଡ। ଯଦି କଥାବାର୍ତ୍ତା ପାଇଁ ମୋବାଇଲ ଆବଶ୍ୟକ ପଡ଼ୁଛି ତେବେ ଅନୁମତି ନେବାକୁ ପଡ଼ିବ। ଏହି ଆଦେଶକୁ ଅମାନ୍ୟ କଲେ ନିଜ ଜୀବନ ପାଇଁ ନିଜେ ଦାୟୀ ରହିବ। ମାଲକାନଗିରି ଜିଲ୍ଲା ବିଚ୍ଛିନ୍ନାଞ୍ଚଳରେ ଏମିତି ଅଜବ ଫତୱା ଜାରି କରିଛନ୍ତି ନକ୍ସଲ। ଏପରିକି ବାହାରୁ ଯାଉଥିବା ଲୋକଙ୍କ ପାଇଁ ବି ନୋଟିସ୍ ବୋର୍ଡରେ ଏହି କଥା ଲେଖି ଚେତାଇଛନ୍ତି।*

*😳ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ୱରେ ହେବ ହାଇଦ୍ରାବାଦ ପୁଲିସର ଏନକାଉଣ୍ଟର ତଦନ୍ତ* *ହାଇଦ୍ରାବାଦ ଦୁଷ୍କର୍ମ ଘଟଣାରେ ୪ ଅଭିଯୁକ୍ତଙ୍କୁ ଶାମସରାବାଦ ପୁଲିସର ଏନକାଉଣ୍ଟର ମାମଲାରେ ନୂଆ ମୋଡ଼। ଏହି ମାମଲାର ତଦନ୍ତ ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ୱରେ ହେବ। ଆସନ୍ତାକାଲି ଏ ବାବଦରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଶରଦ ଅରବିନ୍ଦ ବୋବଡେ ନିର୍ଦ୍ଦେଶ ଦେବେ ବୋଲି କହିଛନ୍ତି।* *ଦିଲ୍ଲୀରେ ରହି ଜଣେ ଅବସରପ୍ରାପ୍ତ ବିଚାରପତି ଏହି ଏନକାଉଣ୍ଟର ମାମଲାର ତଦନ୍ତ କରିବେ ବୋଲି ସେ କହିଛନ୍ତି। ଏହି ତଦନ୍ତ ହେଲେ ଶାମସରାବଦ ପୁଲିସ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିବା ପଛର ଅସଲ ଉଦ୍ଦେଶ୍ୟ ପଦାକୁ ଆସିବ।*