*‘ମୋ ସରକାର’ ଟିମ୍‌ର ରିପୋର୍ଟ ଭିତ୍ତିରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ସମ୍ବଲପୁର ମାତୃ ଓ ଶିଶୁ ଚିକିତ୍ସା କେନ୍ଦ୍ରରେ ଖୋଲିବ ଆଉ ୫୦ଟି ଶଯ୍ୟା । ଜିଲ୍ଲା ହସ୍ପିଟାଲକୁ ଭିମସାର୍‌ର ସାଟେଲାଇଟ୍‌ ସେଣ୍ଟର ଭାବେ ବିକଶିତ କରାଯିବ* *କେନ୍ଦ୍ରାପଡ଼ା ହସ୍ପିଟାଲର ଶଯ୍ୟା ସଂଖ୍ୟା ୧୭୫ରୁ ୨୦୦କୁ ବୃଦ୍ଧି କରାଯିବ । କର୍ମଚାରୀ ବାସଗୃହ, ଆଧୁନିକ OPD ଓ ICU ସ୍ଥାପନ କରାଯିବ । ସୁବର୍ଣ୍ଣପୁର ଜିଲ୍ଲା ହସ୍ପିଟାଲରେ ନିର୍ମାଣ ହେବ ନୂଆ ୭ ମହଲା କୋଠା* *ମାସକ ଭିତରେ ଆରମ୍ଭ ହେବ ୨୦୦ ଶଯ୍ୟା ବିଶିଷ୍ଟ କୋଠା, ବଲାଙ୍ଗିର ମେଡିକାଲ କଲେଜରେ ୨ ବର୍ଷରେ ସରିବ କୋଠା ନିର୍ମାଣ, ଶିକ୍ଷାଦାନ ଓ ହସ୍ପିଟାଲ ପାଇଁ ତିଆରି ହେଉଛି କୋଠା*

*ଭୁବନେଶ୍ବର ମଞ୍ଚେଶ୍ବରରେ ହୋଟେଲରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ: ତଦନ୍ତ ପାଇଁ ଭୁବନେଶ୍ବର ଆସୁଛି ପୁରୀର ସତ୍ୟବାଦୀ ପୋଲିସ । ଗତକାଲି ନାବାଳିକା ନିଖୋଜ ଥିବା ନେଇ ଅଭିଯୋଗ ହୋଇଥିଲା, ପୀଡ଼ିତା ପୁରୀ ସତ୍ୟବାଦୀ ଥାନା ଅଂଚଳର ହୋଇଥିବା ସୂଚନା*

*ଯାଜପୁର ଲେମ୍ବୋରେ ଛାତ୍ରଙ୍କୁ ନିଶାସକ୍ତ ଶିକ୍ଷକଙ୍କ ନିର୍ଯାତନା ଘଟଣା: ଅଭିଯୁକ୍ତ ଶିକ୍ଷକ ମକରନ୍ଦ ମହାନ୍ତ ଗିରଫ, ଜାମିନ ନାମଞ୍ଜୁର ପରେ ଯାଜପୁର ରୋଡ୍‌ ସବ୍‌ଜେଲ୍‌କୁ ଗଲେ ଗଣିତ ଶିକ୍ଷକ ମକରନ୍ଦ । ସୁକିନ୍ଦା ବ୍ଲକ୍‌ର ବାଲିଆ ପ୍ରାଥମିକ ସ୍କୁଲରେ ଘଟିଥିଲା ଘଟଣା*

*କାଳିଆ-କିଷାନ ସମ୍ମିଶ୍ରଣ ପରେ ବଦଳିଲା କାଳିଆ ଯୋଜନାର ନିୟମ | କୃଷକଙ୍କୁ ୨୦୨୦-୨୧ ଆର୍ଥିକ ବର୍ଷରୁ ରାଜ୍ୟ ଓ କେନ୍ଦ୍ର ଦେବେ ଟଙ୍କା | କେନ୍ଦ୍ର ଦେବ ୬ ହଜାର ଓ ରାଜ୍ୟ ସରକାର ଦେବେ ୪ ହଜାର ଟଙ୍କା* *କାଳିଆ-କିଷାନ ସମ୍ମିଶ୍ରଣ ପରେ ବଦଳିଲା କାଳିଆ ଯୋଜନାର ନିୟମ | କାଳିଆରୁ ବାଦ୍ ପଡ଼ିଲା ବିନା ସୁଧରେ ୫୦ ହଜାର ଟଙ୍କା ଋଣ ବ୍ୟବସ୍ଥା | ବିନା ସୁଧରେ ଲକ୍ଷେ ଟଙ୍କା ଯାଏ ଋଣ ଯୋଗାଇବ ସମବାୟ ବିଭାଗ* *ଭୂମିହୀନ ଭାଗଚାଷୀଙ୍କ ପାଇଁ କିଷାନ ଯୋଜନାରେ ନାହିଁ ସହାୟତା ବ୍ୟବସ୍ଥା | ଭୂମିହୀନ ଭାଗଚାଷୀଙ୍କୁ କାଳିଆ ଯୋଜନାରୁ ମିଳିବ ବର୍ଷକୁ ୧୦ ହଜାର ଟଙ୍କା | ପୌରାଞ୍ଚଳର ଚାଷୀଙ୍କୁ ଉଭୟ ଯୋଜନାରେ ମିଳିବନି ସହାୟତା*