*ଆଇଏସ୍‌ ଆତଙ୍କବାଦୀଙ୍କ ସହ ସମ୍ପର୍କ ରଖିଥିବା ୩ ଆତଙ୍କବାଦୀଙ୍କୁ ବିସ୍ଫୋରକ ସହ ଦିଲ୍ଲୀ ପୋଲିସ ଆସାମ୍‌ର ଗୋଲ୍‌ପାରାରୁ ଗିରଫ କରିଛି। ଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣ କରିବା ଲାଗି ଏମାନେ ଯୋଜନା କରୁଥିଲେ ବୋଲି ଜଣାପଡ଼ିଛି।*

ଆଜିର ରାଶିଫଳ

🌷💐🌹 ଅଦ୍ୟ ନଭେମ୍ବର ୨୬ ତାରିଖ ୨୦୧୯ମସିହା(ମଙ୍ଗଳବାର) ଶକାବ୍ଦ -୧୯୪୧ ସମ୍ବତ -୨୦୭୬ ସାଲ-୧୪୨୭ ସମ୍ବତ୍ସର -ପ୍ରମାଥୀ ମାର୍ଗଶୀର -କୃଷ୍ଣପକ୍ଷ ତିଥି -ଅମାବାସ୍ୟା ରାତ୍ରି ୦୮/୪୫ ପର୍ଯ୍ୟନ୍ତ ତଦନ୍ତେ ପ୍ରତିପଦ ନକ୍ଷତ୍ର-ବିଶାଖା ଦିବା ଘ୧୦/୧୨ ପର୍ଯ୍ୟନ୍ତ ତଦନ୍ତେ ଅନୁରାଧା ଚନ୍ଦ୍ର- ବିଛା ଯୋଗ -ଅତିଗଣ୍ଡ କରଣ-ଚତୁଷ୍ପଦ ସୂର୍ଯ୍ୟ -ବିଛା ୧୦ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୬/୦୫/୦୫ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୨/୦୩ ଯୋଗିନୀ ଐଶାନ୍ୟେ ରାତ୍ରି ଘ୦୮/୪୬ଗତେ ପୂର୍ବେ ମକର ରାଶିର ଘାତବାର ଅଦ୍ୟ ଅମାବାସ୍ୟାର ସାମ୍ବତ୍ସରିକ ଶ୍ରାଦ୍ଧ […]

ଭଳିକି ଭଳି ଖାଦ୍ୟ ଖାଇଲେ ହଉଛି ପେଟ ରୋଗ ।ନା ସରକାର ନା ବେପାରୀ, ଚିନ୍ତା ନାହିଁ କାହାରି ।

ଆଠଗଡ଼ ଲଲାଟେନ୍ଦୁ ସେନାପତି : କେତେ ସୁରକ୍ଷିତ ଏ ମିଠା ଆଉ ଜଳଖିଆ,ଆଠଗଡ ରୁ ନରସିଂପୁର ଯିବା ରାସ୍ତାରେ ଚମ୍ପେଶ୍ୱର ରାସ୍ତା କଡରେ ଏହି ସବୁ ମିଠା ଦୋକାନୀ ପସରା ମେଲାଇଛନ୍ତି,ରାସ୍ତାରେ ଧୂଳି ଧୂସର,ଧୂଆଁ ସବୁ ଏହି ମିଠା ଓ ଜଳଖିଆରେ ପ୍ରବେଶ କରୁଛି,ଲୋକେ ଖାଉଛନ୍ତି,ବନ୍ଧୁ ବାନ୍ଧବ ଘରକୁ ମଧ୍ୟ ନେଉଛନ୍ତି, ହେଲେ କେହି ବି ଦୋକାନୀ ଜରି ଘୋଡାଉ ନାହାନ୍ତି,ରାସ୍ତାରେ ପ୍ରଶାସନ,ପୋଲିସ ସମସ୍ତେ ଯାଉଛନ୍ତି ହେଲେ କାହାର ନଜର ପଡୁନାହିଁ ଏହି ଖାଦ୍ୟ ଉପରେ, ପ୍ରକୃତରେ […]

*ରାଜ୍ୟରେ ପୂର୍ତ୍ତ ବିଭାଗ ଅଧିନରେ ୨୫ ହଜାର ୭୯୦କିମି ରାସ୍ତା ଅଛି । ୩ ହଜାର ୬୩୨ଟି ସେତୁ ଓ ୫୦ ହଜାର ୩୨୧ଟି କଲଭର୍ଟ ଅଛି । ପ୍ରାକୃତିକ ଦୁର୍ବିପାକରେ ପ୍ରତିବର୍ଷ ୨ ହଜାର ୧୩୬କିମି ରାସ୍ତା କ୍ଷୟକ୍ଷତି ହେଉଛି ଯାହା ଫଳରେ ବାର୍ଷିକ ୨୦୬ କୋଟି ଟଙ୍କା କ୍ଷତି ହେଉଛି ।* *ଏହାର ଭରଣା ପାଇଁ ରାଜ୍ୟ ସରକାର ପ୍ରତିବର୍ଷ ୯୩ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଗୃହରେ ଉତ୍ତର ରଖିଲେ ପୂର୍ତ୍ତ ଓ ନିର୍ମାଣ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ*

*୧୯ ଜଣ ସିଡିପିଓ ଓ ୧୬ ଜଣ ଆଇସିଡିଏସ ସୁପରଭାଇଜର ଦୁର୍ନୀତିଗ୍ରସ୍ତ । ବିଭିନ୍ନ କୋର୍ଟରେ ଏମାନଙ୍କ ନାଁରେ ଦୁର୍ନୀତି ନିବାରଣ ମାମଲା ବିଚାରଧୀନ ରହିଛି । ବିଧାୟକ ସୁଧୀର କୁମାର ସାମଲଙ୍କ ପ୍ରଶ୍ନର ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ*

*ରାଜ୍ୟରେ ୨୩୭ ଆଇଏଏସ ପଦବୀରୁ ୬୧ ଖାଲି ପଡିଛି । ୨୭ ଜଣ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି । ସେହିଭଳି ୧୮୮ ଆଇପିଏସ ପଦବୀରୁ ୭୧ ଫାଙ୍କା ଅଛି । ୨୯ ଜଣ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି । ଗୃହରେ ବିଧାୟକ ଚକ୍ରମଣି କହଁରଙ୍କ ପ୍ରଶ୍ନର ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।*

*ପ୍ରଦୀପ ମହାରଥୀ ଙ୍କ ବିରୋଧରେ ସରକାରୀ ଜମି ହଡପର ଅଭିଯୋଗ ଆଣିଲା ବିଜେପି। ମହାରଥିଙ୍କୁ ଜମିମାଫିଆ କହି ୧୦୦ କୋଟିରୁ ଉର୍ଦ୍ଧ ଟଙ୍କାର ଜମି ହଡ଼ପ କରିଥିବାର ଅଭିଯୋଗ କଲେ ମୁଖପାତ୍ର ଗୋଲକ ମହାପାତ୍ର। ମହାରଥୀ ନିଜ ଫାର୍ମ ହାଉସ ପାଖ ବିଭିନ୍ନ ସରକାରୀ ଜମି କୁ ଦଖଲ କୁ ନେଇଥିବାର ତଥ୍ୟ ରଖି ଅଭିଯୋଗ କଲା ବିଜେପି।*

*ଭୁବନେଶ୍ବରରେ କୁଖ୍ୟାତ ଡକାୟତ ନଣ୍ଡା ନାଲୁକୁ ଗିରଫ କଲା କମିସନରେଟ ପୋଲିସର ସ୍ବତନ୍ତ୍ର ସ୍କ୍ବାଡ | ୭୦ ଗ୍ରାମ ସୁନା, ୧୫୦ ଗ୍ରାମ ରୁପା ଓ ୨ଟି ବାଇକ୍‌ ଜବତ | ପୁରୀ ଅସ୍ତରଙ୍ଗ ଅଞ୍ଚଳର ନଣ୍ଡା ନାଲୁ ନାଁରେ ରହିଛି ୫୯ଟି ମାମଲା*