ଦୁର୍ଘଟଣାରେ ଫାଟିଲା ମୁଣ୍ଡ, ଆଠଗଡ଼ ବିରକିଶୋରପୁର ନିକଟରେ ବାଇକ ପିଟିଲା ମହିଳା ଙ୍କୁ ।

ଆଠଗଡ ବୀରକିଶୋରପୁର uco ବ୍ୟାଙ୍କ ଆଗରେ କିଛି ସମୟ ତଳେ ଏକ ବାଇକ ଜଣେ ମହିଳାଙ୍କୁ ଧକା ଦେବା ଫଳରେ ମହିଳା ଜଣକ ଗୁରୁତର ଆହତ ହୋଇଛନ୍ତି, ମହିଳା ଜଣକ ହେଲେ ଆଠଗଡ ବ୍ଲକ ବେଣ୍ଟ ପଦା ପଂଚାୟତ ର୍ ବାଲିପଦା ଗ୍ରାମର ମହିଳା ଉର୍ମିଳା ବାଘ,ମହିଳାଙ୍କ ମୁଣ୍ଡରେ ଆଘାତ ଲାଗି ଥିବାରୁ ତାଙ୍କୁ କଟକ ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି

*ଖବର ଆଜିର* ତାରିଖ ୨୫/୧୧/୧୯, ସୋମବାର ୧-ଆମ ରାଜ୍ୟ ସାମଗ୍ରିକ ବେକାରୀରେ ତିନି ନମ୍ବର:ବେକାର ପୁରୁଷ– ୩୨ ପ୍ରତିଶତ,ବେକାର ମହିଳା–୩୯.୨ ପ୍ରତିଶତ,ସାମଗ୍ରିକ ବେକାର–୩୩.୮ ପ୍ରତିଶତ:NSO ସର୍ଭେ। ୨-ପ୍ରତିଭା ରାୟ ପାଇବେ ସାରଳା ସମ୍ମାନ,ଝିଲି ଦଳବେହେରା ପାଇବେ ଚଳିତ ବର୍ଷର ଏକଲବ୍ୟ ପୁରସ୍କାର। ୩-ନୂଆ ମୋଟର ଯାନ ଆଇନ:ଫାସଟ୍ଯାଗ ନ ଥିଲେ ଟୋଲ ଟିକସ ଦ୍ଵିଗୁଣିତ। ୪-ପୁରୁଣା ପେନସନ ଓ ଗ୍ରେଡ଼-ପେ ପ୍ରସଙ୍ଗ:୩୦ରେ ବିଧାନସଭା ଘେରିବ ପ୍ରାଥମିକ ଶିକ୍ଷକ ସଂଘ। ୫-ଭାଙ୍ଗିଲା ସରକାରଙ୍କ ନିଦ, ଖୋଲିଲେ ସୁଲଭ ମୂଲ୍ୟ ଦୋକାନ, ୫୦ ରୁ ୭୭ ଟଙ୍କାରେ ମିଳୁଛି ପିଆଜ। ୬-୫୦ ଲକ୍ଷ ଟଙ୍କା ଦେବାକୁ ଠିକାଦାରଙ୍କୁ ଧମକ, ଗିରଫ ହେଲେ ପାଞ୍ଚ ନକଲି ମାଓବାଦୀ ୭-ମହାରାଷ୍ଟ୍ରରେ ‘ଅପରେସନ ଲୋଟସ’ , ସଂଖ୍ୟା ବଳ ଯୋଗାଡ଼ ଲାଗି ୪ ନେତାଙ୍କୁ ବଡ଼ ଦାୟିତ୍ଵ ଦେଲା ବିଜେପି। ୮-ବାରବାଟୀ ଦିନିକିଆ ପାଇଁ ଓ ଷ୍ଟାଡ଼ିୟମ ମରାମତି ଲାଗି ବିସିସିଆଇ ଦେଲା ୧୦ କୋଟି ଅନୁଦାନ। ୯-ଦାନ୍ତେୱାଡା ଓ ନାରାୟଣପୁରରେ ମାଓହିଂସା, ୧୧ଟି ଗାଡି ପୋଡିଲେ, ସରକାରୀ କୋଠା ଜାଳିଲେ। ୧୦-ଉତ୍କଳ ବିଶ୍ଵବିଦ୍ୟାଳୟର ୭୫ ବର୍ଷ ପୂର୍ତ୍ତି:ଡିସେମ୍ଵର ୮ରେ ବାଣୀବିହାର ଆସିବେ ରାଷ୍ଟ୍ରପତି। ୧୧-ଡିସେମ୍ବର ୧୩ରୁ ୧୭ଭିତରେ ମୋଦୀ ଓ ସିଞ୍ଜୋ ଆବେ ଏକାଠି ବୁଲିବେ କୋଣାର୍କ !- କୋଣାର୍କ ନିକଟରେ ହୋଇପାରେ ଭାରତ-ଜାପାନ ଶିଖର ଆଲୋଚନା*

ଅବ୍ୟବସ୍ଥା ଘେରରେ ଆଠଗଡର ଏକମାତ୍ର ଜଳପ୍ରପାତ ଦେଓଝର ।

ପିକନିକ ସିଜିନ ଆରମ୍ଭ ହୋଇଯାଇଥିବା ବେଳେ କଟକ ଜିଲ୍ଲାର ଏକ ମାତ୍ର ଜଳପ୍ରପାତ ଆଠଗଡ ସବଡିଭିଜନର ଦେଓଝର ଜଳପ୍ରପାତ ରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢିବାରେ ଲାଗିଛି,ଚଳିତ ବର୍ଷ ଶୀତ ର୍ ପ୍ରକୋପ ଆରମ୍ଭ ହୋଇଯାଇଥିବା ବେଳେ ପ୍ରଶାସନ ଓ ପର୍ଯ୍ୟଟନ ବିଭାଗର ନଜର ଆଢୁଆଳରେ ରହିଯାଇଛି ଏହି ପର୍ଯ୍ୟଟନ କେନ୍ଦ୍ର,ଅଧିକ ସଂଖ୍ୟାରେ ପର୍ଯ୍ୟଟକ ଆସିବା ଯୋଗୁ ପରିବେଶ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି,ଇଆଡ଼େ ସିଆଡେ ଆବର୍ଜନା ସବୁ ପଡିରହିଛି,ପରିଷ୍କାର ପରିଛନ ହେଉନାହିଁ ଏହି ପର୍ଯ୍ୟଟନ କେନ୍ଦ୍ର,ନରସିଂପୁର ରେ ପର୍ଯ୍ୟଟନ […]