*ବାଲେଶ୍ବର ବାଲିଆପାଳର ପୂର୍ବତନ ଥାନାଧିକାରୀ ନିଲମ୍ବିତ ଅଘୋଷିତ ଅନୁପସ୍ଥିତି ଯୋଗୁଁ ରଞ୍ଜିତ ସାହୁ ନିଲମ୍ବିତ: ନିଲମ୍ବନ କଲେ ପୋଲିସ ମହାନିର୍ଦେଶକ ବି.କେ. ଶର୍ମା* *ଖୋର୍ଦ୍ଧା ବେଆଇନ ପଥର ଖଣି ମାମଲାରେ ସଂପୃକ୍ତି ଅଭିଯୋଗ, ଜେରା ପାଇଁ ନୋଟିସ୍‌ ଜାରି କରିଥିଲା କ୍ରାଇମ୍‌ ବ୍ରାଞ୍ଚ STF ।ଗତକାଲି ରଞ୍ଜିତଙ୍କୁ ବଦଳି କରିଥିଲେ ବାଲେଶ୍ବର SP*

*୭ ଜିଲ୍ଲାରେ ଏଯାଏ ଧାନ ବିକିଛନ୍ତି ମାତ୍ର ୨୪ ଚାଷୀ: ୮୫୧ଟି ମଣ୍ଡିରେ କିଣାଯାଇଛି ୧୨୭୦ କ୍ବିଣ୍ଟାଲ ଧାନ । ୩ ଜିଲ୍ଲାରେ ଧାନ ବିକିଛନ୍ତି ଜଣେ ଲେଖାଏଁ ଚାଷୀ, ୩ ଜିଲ୍ଲା- କୋରାପୁଟ, ସମ୍ବଲପୁର ଓ ବଲାଙ୍ଗିର, ସୁବର୍ଣ୍ଣପୁରରେ ଧାନ ବିକିଛନ୍ତି ସର୍ବାଧିକ ୯ ଚାଷୀ*

*ବିଭିନ୍ନ ଦାବିରେ ଆଜି ଓ କାଲି ବଲାଙ୍ଗିରରେ ବନ୍ଦ ଡାକରା, ବଲାଙ୍ଗିର ଆକ୍ସନ କମିଟି ପକ୍ଷରୁ ଜିଲ୍ଲାର ସବୁ ସରକାରୀ ଅଫିସ, ବ୍ୟାଙ୍କ ଓ ଡାକଘର ବନ୍ଦ ଡାକରା, ବଲାଙ୍ଗିରରେ ହାଇକୋର୍ଟ ବେଞ୍ଚର ପୁନଃପ୍ରତିଷ୍ଠା ଦାବି*

*ରାଉରକେଲା ପ୍ଲାଣ୍ଟସାଇଟ ଥାନା ଅଞ୍ଚଳରେ ବିଳମ୍ବିତ ରାତିରେ ସୁନା ବ୍ୟବସାୟୀ ବିନାୟକ ପ୍ରସାଦଙ୍କୁ ଛୁରାମାଡ଼ | ଗୁରୁତର ଅବସ୍ଥାରେ ବିନାୟକ IGH ମେଡିକାଲରେ ଭର୍ତ୍ତି | ଛୁରାମାଡ଼ର କାରଣ ଅସ୍ପଷ୍ଟ, ପୋଲିସ ତଦନ୍ତ ଜାରି*

ଗଣମାଧ୍ୟମର ସୁରକ୍ଷା ପାଇଁ ଆଇନୀ ଆଣିବାକୁ ଉତ୍କଳ ସାମ୍ବାଦିକ ସଂଘ ଦାବିକୁ ସମର୍ଥନ ଦେଲେ ଜନ ପ୍ରତିନିଧି ।

ସାମ୍ବାଦିକ ମାନଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଲା ଉତ୍କଳ ସାମ୍ବାଦିକ ସଙ୍ଘ,ଜାତୀୟ ପ୍ରେସ ଦିବସ ଅବସରରେ ଉତ୍କଳ ସାମ୍ବାଦିକ ସଙ୍ଘ ସଭାପତି ଜିମୁତ ମଙ୍ଗରାଜ ଓ ସମ୍ପାଦକ ବେଣୁଧର ପଣ୍ଡାଙ୍କ ନେତୃତ୍ୱରେ ଏକ 13 ଜଣିଆ ପ୍ରତିନିଧି ଦଳ ରାଜ୍ୟପାଳ ଭବନକୁ ଯାଇ ବ୍ୟକ୍ତିଗତ ସଚିବଙ୍କୁ ଭେଟି ସାମ୍ବାଦିକ ମାନଙ୍କ ସୁରକ୍ଷା ପାଇଁ ଏକ ଦାବିପତ୍ର ପ୍ରଦାନ କରିଥିଲେ,ଏହି ପ୍ରତିନିଧି ଦଳ ରେ ଉପସଭାପତି ବିନାୟକ ମିଶ୍ର,ଭାରତୀୟ ପେଶାଦାର ସାମ୍ବାଦିକ ସଂଘର କାର୍ଯ୍ୟକାରୀ କମିଟି ସଭ୍ୟ ପ୍ରଭାକର […]