ସାମ୍ବାଦିକ ସୁରକ୍ଷା ନେଇ ବିଧାନସଭାରେ ଉଠିଲା ଝଡ଼ । ସାମ୍ବାଦିକ ସୁରକ୍ଷା ଆଇନୀ ପାଇଁ ସମସ୍ତେ ଏକମତ ।
ଆଜି ଉଠିଛି ସାମ୍ବାଦିକ ସୁରକ୍ଷା ପ୍ରସଙ୍ଗ । ସାମ୍ବାଦିକଙ୍କ ସୁରକ୍ଷା ପାଇଁ ମିଳିତ ସ୍ୱର ଉଠାଇଛନ୍ତି ଉଭୟ ବିରୋଧୀ ଓ ଶାସକ ଦଳର ସଭ୍ୟ । ରାଜ୍ୟରେ ସାମ୍ବାଦିକଙ୍କ ପ୍ରତି ବଢ଼ୁଥିବା ଆକ୍ରମଣ ଘଟଣା ନେଇ ଉଦ୍ବେଗ ମଧ୍ୟ ପ୍ରକାଶ ପାଇଥିଲା ଗୃହରେ ।ଗତକାଲି ଅପରାହ୍ନ ଅଧିବେଶନରେ ସାମ୍ବାଦିକମାନଙ୍କ ସୁରକ୍ଷା ପ୍ରସଙ୍ଗ ଉଠାଇଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ସେ କହିଲେ, ରାଜ୍ୟରେ ସାମ୍ବାଦିକଙ୍କ ଉପରେ ଆକ୍ରମଣ ଓ ଦୁର୍ବ୍ୟବହାର ବଢ଼ିବାରେ ଲାଗିଛି । […]
Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































