ଭୁବନେଶ୍ବର : ଓଡ଼ିଆ ଘରର ଗଣ ପର୍ବ ରଜ ଉପଲକ୍ଷେ ଜୁନ୍ ୧୪ ଓ ୧୫ ଦୁଇଦିନ ମାଟ୍ରିକ ମୂଲ୍ୟାୟନ ବନ୍ଦ ରଖିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ରଜ ପର୍ବ ପାଇଁ ମୂଲ୍ୟାୟନ ବନ୍ଦ ରହିବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ(ବିଏସ୍ଇ), ଓଡ଼ିଶା ପକ୍ଷରୁ ସୂଚନା ଦିଆଯାଇଛି।
ଭୁବନେଶ୍ବର : ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ ଆସନ୍ତା ଜୁନ୍ ୧୭ରୁ ଖୋଲିବ। ସେହିପରି ସବୁ ସରକାରୀ ବିଶ୍ବବିଦ୍ୟାଳୟ ଏବଂ ରାଜ୍ୟ ସରକାରଙ୍କ ଅଧୀନ ସରକାରୀ ଓ ବେସରକାରୀ ମହାବିଦ୍ୟାଳୟ ଜୁନ୍ ୧୭ରୁ ଖୋଲାଯିବ। ଫଳରେ ସବୁ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ ଅଧ୍ୟାପକ କାର୍ଯ୍ୟରେ ଯୋଗ ଦେବେ। ସେହିପରି ସବୁ ଶିକ୍ଷକ, ଅଧିକାରୀ ଏବଂ ଅଣ ଶିକ୍ଷକ କର୍ମଚାରୀ ମଧ୍ୟ କାର୍ଯ୍ୟରେ ଯୋଗ ଦେବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦେଶ ଜାରି କରାଯାଇଛି। ବିଶ୍ବବିଦ୍ୟାଳୟ […]
ନୂଆଦିଲ୍ଲୀ: ଦିନକୁ ଦିନ କରୋନା ଭୂତାଣୁର ନୂଆ ନୂଆ ଲକ୍ଷଣ ସାମ୍ନାକୁ ଆସୁଛି। ଥଣ୍ଡା, କାଶ, ଜ୍ବର, ଶ୍ବାସକ୍ରିୟାରେ କଷ୍ଟ ଅନୁଭବ କରିବା ଆଦି କରୋନାର ଲକ୍ଷଣ ବୋଲି କୁହାଯାଇଛି। କିନ୍ତୁ ଏବେ ଅନେକ ମାମଲାରେ ଦେଖାଯାଉଛି ଯେ, ରୋଗୀଙ୍କର ଘ୍ରାଣ ଶକ୍ତି ହ୍ରାସ ପାଉଛି ଏବଂ ସେମାନେ ଖାଦ୍ୟର ସ୍ବାଦ ପରଖି ପାରୁନାହାନ୍ତି। ତେଣୁ ଏହି ଦୁଇଟି ଲକ୍ଷଣକୁ କୋଭିଡ-୧୯ ଟେଷ୍ଟରେ ସାମିଲ କରାଯାଇପାରେ। ଅର୍ଥାତ୍ କୌଣସି ବ୍ୟକ୍ତିଙ୍କ ଘ୍ରାଣ ଶକ୍ତି କମିଲେ କିମ୍ବା ଖାଦ୍ୟର […]
ଉଲାପ୍ର : କରୋନା ମହାମାରୀ ଜନିତ ଦେଶରେ ଲକ୍ଡାଉନ୍ ସମୟରେ ରେଳ ବିଭାଗ ଉଭୟ ଜନସାଧାରଣ ଏବଂ ଶିଳ୍ପଗୁଡ଼ିକର ଆବଶ୍ୟକତା ପୂରଣ କରିବାରେ ସଫଳତା ହାସଲ କରିଛି। ଏପ୍ରିଲ୍ ମାସ ତୁଳନାରେ ମେ ମାସରେ ରେଳ ବିଭାଗ ୨୫ ଭାଗ ଅଧିକ ସାମଗ୍ରୀ ପରିବହନ କରିଥିବା ସୂଚନା ମିଳିଛି। ଏପ୍ରିଲ୍ ମାସରେ ୬୫ ଦଶମିକ ୧/୪ ନିୟୁତ ଟନ୍ ଏବଂ ମେ ମାସରେ ୮୨ ଦଶମିକ ୨/୭ ନିୟୁତ ଟନ୍ ସାମଗ୍ରୀ ପରିବହନ ସହ ଏପର୍ଯ୍ୟନ୍ତ ୧୭୫ […]
ଇସଲାମାବାଦ୍ : କଥାରେ ଅଛି ଚାଲୁଣି କହୁଛି ଛୁଞ୍ଚିକି। ଏଭଳି ଏକ ଉଦାହରଣ ଦେଖିବାକୁ ମିଳିଛି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଏକ ଟ୍ବିଟରୁ। ବଡ଼ କୁହା ପାକିସ୍ତାନର ଆର୍ଥିକ ସ୍ଥିତିକୁ ନେଇ କାହାକୁ ଅଛପା ନାହିଁ। ଦେବାଳିଆ ଅବସ୍ଥାରେ ରହିଥିବା ପାକିସ୍ତାନ ଏବେ ମଧ୍ୟ ଭାରତ ବିପକ୍ଷରେ କହିବାରେ ବାଦ୍ ପଡୁନାହିଁ।ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗୁରୁବାର ଏକ ଟ୍ୱିଟ କରି ଲେଖିଛନ୍ତି ଯେ , ଭାରତ ଆର୍ଥିକ ସଙ୍କଟ ଦେଇ ଗତି କରୁଛି ଏବଂ […]
ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏବେ ଦେଶ ଗୋଷ୍ଠୀ ସଂକ୍ରମଣ ଆଡ଼କୁ ଅଗ୍ରସର ହେଉଥିବା ଚର୍ଚ୍ଚା ହେଉଛି। ତେବେ ଏଭଳି ପ୍ରସଙ୍ଗକୁ ଖଣ୍ଡନ କରିଛନ୍ତି ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ମେଡ଼ିକାଲ୍ ରିସର୍ଚ୍ଚ(ଆଇସିଏମ୍ଆର୍) ମହାନିର୍ଦେଶକ ବଳରାମ ଭାର୍ଗବ। ଏବେ ଦେଶରେ ଗୋଷ୍ଠୀ ସଂକ୍ରମଣ କରୋନା ଆଶଙ୍କା ସୃଷ୍ଟି ହୋଇନାହିଁ ବୋଲି ସେ କହିଛନ୍ତି।କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ଆଇସିଏମ୍ଆର୍ ମହାନିର୍ଦେଶକ ବଳରାମ ଭାର୍ଗବ […]
ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଣେ ଫାଣ୍ଡି ବାବୁ । ଜମିବାଡ଼ି ମାମଲାରେ ଲାଗିଥିବା ଦଫା କୋହଳ ଲାଗି ବାବୁ ଲାଞ୍ଚ ନେଉଥିଲେ । କୋଡ଼ିଏ ହଜାର ଟଙ୍କା ଦାବି କରିଥିଲେ ଓ ଏହି ଟଙ୍କା ନେବାବେଳେ ତାଙ୍କୁ ମାଡ଼ି ବସିଥିଲା ଭିଜିଲାନ୍ସ ।ଖୋର୍ଧା ଜିଲା ଧଳାପଥର ଫାଣ୍ଡି ବାବୁ ଅଶୋକ ପଣ୍ଡା । ଜମିବାଡ଼ି ମାମଲାକୁ ନେଇ ତାଙ୍କ ଫାଣ୍ଡିରେ ରୁଜୁ ହୋଇଥିଲା ଗୋଟିଏ ମାମଲା । କଡ଼ା ଦଫା ଲାଗିଥିଲା । ଆଶିଷ ପଣ୍ଡା […]
Odia