ମାଙ୍କଡ ଶରୀରରେ କରୋନା ଟିକା ପରୀକ୍ଷଣ ସଫଳ – ଚୀନ
ବେଜିଂ: ବିଶ୍ୱବ୍ୟାପୀ ବିଭିନ୍ନ ମହାମାରୀ କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ସକାଶେ ପ୍ରତିଷେଧକ ଟୀକା ଉଦ୍ଭାବନରେ ଲାଗିଥିବାବେଳେ ଚୀନ କର୍ତ୍ତୃପକ୍ଷ ମାଙ୍କଡ ଶରୀରରେ କରେନା ଟୀକାର ସଫଳ ପରୀକ୍ଷା କରିଥିବା ଦାବି କରିଛନ୍ତି। ଚୀନର ବୈଜ୍ଞାନିକମାନେ କହିଛନ୍ତି ଯେ ସେମାନେ ଦେଶର ପ୍ରଥମ ଟୀକାକୁ ମାଙ୍କଡ ଶରୀରରେ ସଫଳତାର ସହିତ ପରୀକ୍ଷା କରିଛନ୍ତି। ଏହା କୋଭିଡ୧୯ ଭୁୂତାଣୁ ସଂକ୍ରମଣଜନିତ ଧ୍ୱଂସଲୀଳାରୁ ସମଗ୍ର ପୃଥିବୀକୁ ବଞ୍ଚାଇବାର ଏକ ଯୁଗାନ୍ତକାରୀ ବିକାଶ ବୋଲି ବିବେଚନା କରାଯାଉଛି।ଏକ ରିପୋର୍ଟରେ କୁହାଯାଇଛି ଯେ […]