ଓଦା ଲୁଗାରେ ସାତଟି ଘର ବୁଲି ଅଣ୍ଟିରେ ଚାଉଳ ମୁଠାଏ ଲେଖା ନେଇ ପୂଜା କଲେ ‘ମା’ ଙ୍କୁ

ଆଠଗଡ,(ଉଲାପ୍ର) : ଆଜି ହେଉଛି ଚୈତ୍ରମାସର ଶେଷ ମଙ୍ଗଳବାର, ମା ମାନେ ପିଲା ମାନଙ୍କର ଶୁଭ ମନାସି ଗାଧୋଇ ସାରି ଓଦା ଲୁଗାରେ ସାତଟି ଘର ବୁଲି ଅଣ୍ଟି ରେ ଚାଉଳ ମୁଠାଏ ଲେଖା ନେଇଥାନ୍ତି, ସେହି ଚାଉଳକୁ କୌଣସି ଯୋଗୀକୁ ପ୍ରଦାନ କରାଯିବ ନଚେତ ପାଣିରେ ଭସାଇ ଦିଆଯାଇଥାଏ, ଉଦୁଉଦିଆ ଖରାବେଳେ ମା ମାନେ ପୂଜା କରିଛନ୍ତି ଚୈତ୍ର ମଙ୍ଗଳବାର ର୍ ଶେଷ ଓଷା,ତା ସାଙ୍ଗକୁ ପନ୍ଥେଇ ଓଷା ସମ୍ପନ ହୋଇଛି,ଓଡ଼ିଶାରେ ବାରମାସରେ ତେର ଓଷା […]

*🌹🌷💐ଆଜିର ରାଶିଫଳ🌹🌷💐*

🌷💐🌹 ଅଦ୍ୟ ଅପ୍ରେଲ ୦୭ ତାରିଖ ୨୦୨୦ମସିହା(ମଙ୍ଗଳବାର) ଶକାବ୍ଦ -୧୯୪୧ ସମ୍ବତ -୨୦୭୭ ସାଲ-୧୪୨୭ ସମ୍ବତ୍ସର -ପ୍ରମାଥୀ ଚୈତ୍ର -ଶୁକ୍ଳପକ୍ଷ ତିଥି -ଚତୁର୍ଦ୍ଦଶୀ ଦିବା ଘ୧୨/୦୪ପର୍ଯ୍ୟନ୍ତ ତଦନ୍ତେ ପୂର୍ଣ୍ଣିମା ନକ୍ଷତ୍ର-ଉତ୍ତରା:ଫାଃ ଦିବା ଘ୦୯/୫୨ ପର୍ଯ୍ୟନ୍ତ ତଦନ୍ତେ ହସ୍ତା ଚନ୍ଦ୍ର- କନ୍ୟା ଯୋଗ-ଧୃବ କରଣ-ବାଣିଜ୍ୟ ସୂର୍ଯ୍ୟ -ମୀନ ୨୫ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୫/୩୮/୩୯ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୮/୫୪ ଯୋଗିନୀ ପଶ୍ଚିମେ ଦିବା ଘ୦ର୧୨/୦୪ଗତେ ବାୟବ୍ୟେ ବୃଷ ରାଶିର ଘାତଚନ୍ଦ୍ର ମକର ରାଶିର ଘାତବାର ଅଦ୍ୟ ତ୍ରୟୋଦଶୀର ଏକୋଦିଷ୍ଟ […]

ଆଠମଲ୍ଲିକରେ ବିଶୋଧନ କାର୍ଯ୍ୟକ୍ରମ

ଆଠମଲ୍ଲିକ ; କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଆଠମଲ୍ଲିକରେ ସୋମବାର ପୂର୍ବାହ୍ଣରେ ସ୍ଥାନୀୟ ଡାକ୍ତରଖାନା ଏବଂ ଡାକ୍ତରଖାନା ଛକଠାରୁ ୧ କିମି ବ୍ୟାପି ଷ୍ଟେଟବ୍ୟାଙ୍କ ଛକ ପର୍ଯ୍ୟନ୍ତ ବିଶୋଧନ କରାଯାଇଛି। ଆଠମଲ୍ଲିକ ଉପଜିଲ୍ଲାପାଳ ଡଃ ରଜନୀକାନ୍ତ ବିଶ୍ୱାଳଙ୍କ ନିର୍ଦେଶ କ୍ରମେ ସ୍ଥାନୀୟ ଅଗ୍ନିଶମ ବିଭାଗର ଅଧିକାରୀ ଅରୁଣ ନାୟକଙ୍କ ତତ୍ତ୍ବାବଧାନରେ ଅଗ୍ନିଶମ କର୍ମଚାରୀମାନଙ୍କ ଦ୍ୱାରା ବିଶୋଧନ ପ୍ରକ୍ରିୟାରେ ସାନିଟାଇଜର ସ୍ପ୍ରେ କରାଯାଇଥିଲା। ସହକାରୀ ଜିଲାପାଳ ଲମ୍ବୋଦର ମାରାଣ୍ଡି, ବିଡ଼ିଓ ସଞ୍ଜୟ କୁମାର ଆଚାର୍ୟ୍ୟ, ଆଠମଲ୍ଲିକ ଏନଏସି […]

ହାଜତରୁ ଚମ୍ପଟ ମାରିଲା ବଳାତ୍କାର ଅଭିଯୁକ୍ତ

ନୀଳଗିରି: ନାବାଳିକାକୁ ବଳାତ୍କାର କରାଯାଇଥିବା ଅଭିଯୋଗରେ ଗିରଫ ହୋଇଥିବା ଅଭିଯୁକ୍ତ ଥାନା ହାଜତରୁ ଚମ୍ପଟ ମାରିବା ଘଟଣା ପୁଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଧୀନ ବରହମପୁର ଥାନାରେ। ଜଣେ ନାବାଳିକାକୁ ବଳାତ୍କାର କରାଯିବା ଅଭିଯୋଗରେ ସ୍ଥାନୀୟ ପୁଲିସ ରବିବାର ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ଅଞ୍ଚଳର ଜଣେ ୧୬ବର୍ଷୀୟା ନାବାଳିକା ବରହମପୁର ଥାନା ଅଞ୍ଚଳର ଜଣେ ବାନ୍ଧବୀଙ୍କ ଘରକୁ […]

ମହାବଳ ବାଘ କରୋନା ସଂକ୍ରମିତ

(ବ୍ୟୁରୋ): ମଣିଷଙ୍କ ପରେ ଜଙ୍ଗଲ ଜନ୍ତୁଙ୍କୁ ଡେଇଁଛି କରୋନା ଭୂତାଣୁ । ଆମେରିକାର ନ୍ୟୁୟର୍କରେ ଥିବା ବ୍ରୋନ୍‌କ୍ସ ଚିଡ଼ିଆଖାନାରେ ଏକ ମହାବଳ ବାଘ ଏହି ମହାମାରୀ ଭୂତାଣୁ ଦ୍ବାରା ସଂକ୍ରମିତ​‌ ହୋଇଥିବା ଜଣାପଡ଼ିଛି । ବାଘର ରକ୍ତ ନମୁନା ପରୀକ୍ଷା କରାଯିବା ପରେ ତାହା କରୋନା ପଜିଟିଭ ଆସିଛି। ଫଳରେ ଚିଡ଼ିଆଖାନାର ଅନ୍ୟ ଜୀବଜନ୍ତୁଙ୍କୁ ଏହା ବ୍ୟାପିବାର ଆଶଙ୍କା ଥିବାରୁ ସ୍ଥାନୀୟ କର୍ତ୍ତୃପକ୍ଷ ଚିନ୍ତାରେ ପଡ଼ିଯାଇଛନ୍ତି । ସୂଚନାଯୋଗ୍ୟ, ଏହି ବାଘଟି ଏକ ମାଈ ବାଘ ଏବଂ […]

🌹🌷💐ଆଜିର ରାଶିଫଳ🌹🌷💐

🌷💐🌹 ଅଦ୍ୟ ଅପ୍ରେଲ ୦୬ ତାରିଖ ୨୦୨୦ମସିହା(ସୋମବାର) ଶକାବ୍ଦ -୧୯୪୧ ସମ୍ବତ -୨୦୭୭ ସାଲ-୧୪୨୭ ସମ୍ବତ୍ସର -ପ୍ରମାଥୀ ଚୈତ୍ର -ଶୁକ୍ଳପକ୍ଷ ତିଥି -ତ୍ରୟୋଦଶୀ ଦିନ ଘ୦୩/୪୮ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଦ୍ଦଶୀ ନକ୍ଷତ୍ର-ପୂ:ଫାଃ ଦିବା ଘ୧୨/୪୭ ପର୍ଯ୍ୟନ୍ତ ତଦନ୍ତେ ଉତ୍ତରା:ଫାଃ ଚନ୍ଦ୍ର- ସିଂହ ସଂଘ୦୬/୦୧ ପର୍ଯ୍ୟନ୍ତ ତଦନ୍ତେ କନ୍ୟା ଯୋଗ-ବୃଦ୍ଧି କରଣ-ତୈତିଳ ସୂର୍ଯ୍ୟ -ମୀନ ୨୪ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୫/୩୯/୨୯ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୮/୩୪ ଯୋଗିନୀ ଦକ୍ଷିଣେ ଦିବା ଘ୦୩/୪୯ ଗତେ ପଶ୍ଚିମେ ମକର ଓ କର୍କଟ ରାଶିର […]

ଖାଲି ପଡ଼ିଛି କୋଳାହଳମୟ କାଳିଆ ଠାକୁରଙ୍କ ଦେଉଳ, ଦର୍ଶନ ନପାଇ କାନ୍ଦୁଛି ଭକ୍ତ

ପୁରୀ ((୦୫/୦୪/୨୦୨୦) (ବ୍ୟୁରୋ)): ଗହଳି ଚହଳିରେ ଫାଟି ପଡ଼ୁଥିଲା ବଡ଼ଦାଣ୍ଡ। ପ୍ରତିଦିନ ସିଂହଦ୍ୱାରରେ ଲାଗୁଥିଲା ଅସମ୍ଭାଳ ଭିଡ଼। ଆଜି କିନ୍ତୁ ଅଚିହ୍ନା ଲାଗୁଛି ସିଂହଦ୍ୱାର। ଭକ୍ତଶୂନ୍ୟ ଶ୍ରୀମନ୍ଦିରରେ ରତ୍ନ ସିଂହାସନରେ ଏକା ଏକା ବସିଛନ୍ତି କୋଳାହଳ ପ୍ରିୟ କାଳିଆ ଠାକୁର। ଏଣେ କଟକଣାର ବାଡ଼ ଡେଇଁ ନପାରି ଲୋତକପୂର୍ଣ୍ଣ ନେତ୍ରରେ କେବଳ ପତିତପାବନଙ୍କୁ ଦର୍ଶନ କରି ଭଗ୍ନ ମନରେ ଫେରି ଯାଉଛି ଭକ୍ତ। ଦୀର୍ଘ ୧୨ଦିନ ହେଲାଣି, ନୀଳକନ୍ଦରରେ ଭକ୍ତ ସହ ହୋଇ ପାରୁନି ଭାବର ଠାକୁରଙ୍କ […]

ଭୁବନେଶ୍ୱରରେ ପୁଣି ୧୬ ‘କରୋନା’ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର(): ଆଜି ଅପରାହ୍ନରେ ଦୁଇ ଜଣ ଓ ସନ୍ଧ୍ୟାବେଳେ ଆଉ ୧୬ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ପ୍ରାୟ ୧୫ ଜଣ ପୂର୍ବରୁ ସିଲ୍‌ ହୋଇଥିବା ବମିଖାଲ୍‌ ଅଞ୍ଚଳର। ଏହି ଅଞ୍ଚଳର ଥିବା ସମସ୍ତ ସନ୍ଦିଗ୍ଧ ଓ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଆଇସୋଲେସନ୍‌ରେ ରଖାଯାଇଛି। ଜନସାଧାରଣ ଭୟଭୀତ ନହୋଇ ଘରେ ରହିବାକୁ ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ୍‌ କରି କହିଛି। ଏମାନଙ୍କୁ ମିଶାଇ ରାଜ୍ୟରେ ‘କରୋନା’ ଆକ୍ରାନ୍ତଙ୍କ ସଂଖ୍ୟା ୩୯ରେ ପହଞ୍ଚିଛି। ଆଜି ଅପରାହ୍ନରେ […]

*👉ଭଦ୍ରକ ଜିଲା ତିହିଡି ଥାନା ବାରସର ପଞ୍ଚାୟତ ଅଧୀନ ମୁଟୁରିଗଡ ଗ୍ରାମରେ ରବିବାର ଅପରାହ୍ନରେ ଅଗ୍ନିକାଣ୍ତ ଘଟି ଭାବଗ୍ରାହୀ ରାଉତଙ୍କର ୩ବଖରା ଘର ଜଳିଯାଇଛି। ନିଆଁରେ ପୋଡି ହୋଇ ଭାବଗ୍ରାହୀଙ୍କ ଝିଅ କବିତା ରାଉତଙ୍କ ମୃତ୍ୟୁ ଘଟିଛି।*

*👉ସ୍କୁଲ କେବେ ଖୋଲିବ, ତା’ର ନିଷ୍ପତ୍ତି ଏଯାଏ ହୋଇନାହିଁ ବୋଲି କହିଛନ୍ତି କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରିୟାଲ । ଆସନ୍ତା ୧୪ ତାରିଖରେ କରୋନା ସ୍ଥିତିକୁ ନେଇ ମାନବ ସମ୍ବଳ ମନ୍ତ୍ରଣାଳୟର ବୈଠକ ବସିବ। ଏଠାରେ ଦେଶର କରୋନା ସ୍ଥିତିର ସମୀକ୍ଷା କରାଯିବ। ଏହାପରେ ହିଁ ସ୍କୁଲ କେବେ ଖୋଲିବ, ତା’ର ନିଷ୍ପତ୍ତି ନିଆଯିବ*