ଦ୍ଵିତୀୟ ବିବାହ ପୂର୍ବରୁ ବରଙ୍କୁ ଉଠାଇନେଲା ପୁଲିସ
ବୋଲଗଡ଼: ବିବାହ କରିବାକୁ ଆସି ହଟହଟା ହେଲେ ବର | ହାତଗଣ୍ଠି ପଡ଼ିବା ପୂର୍ବରୁ ବରକୁ ଉଠାଇନେଲା ପୁଲିସ | ମିଳିଥିବା ସୂଚନା ମୁତାବକ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ଅଧିନସ୍ଥ ମାଗୁରା ଗାଁର ଶିବପ୍ରସାଦ ମଙ୍ଗରାଜ ଆଜି ଫତେଗଡ ଅଂଚଳର ଜଣେ କନ୍ୟାଙ୍କୁ ଦ୍ଵିତୀୟ ବିବାହ କରୁଥିଲେ | ଫତେଗଡର ଧବଳେଶ୍ୱର ମନ୍ଦିରରେ ବିବାହ ହେଉଥିବା ଜାଣି ପ୍ରଥମ ପତ୍ନୀ ବୋଲଗଡ଼ ଥାନାରେ ଅଭିଯୋଗ କରିଥିଲେ | ଏହା ପରେ ଧଳାପଥର ଫାଣ୍ଡି ପୁଲିସ ମନ୍ଦିରରେ […]