ସେନା କ୍ୟାମ୍ପରେ ଖୁସିରେ ନାଚିଲେ ଚୀନରୁ ଫେରିଥିବା ଭାରତୀୟ ଛାତ୍ର
ନୂଆଦିଲ୍ଲୀ: ଚୀନରେ ଫଶିଥିବା ଭାରତୀୟ ଛାତ୍ର ସ୍ବଦେଶ ଫେରିବା ପରେ ସେମାନଙ୍କ ମଧ୍ୟରେ ଖୁସିର ଲହରି ଦେଖିବାକୁ ମିଳିଯାଇଛି। ରବିବାର ୨ୟ ପର୍ଯ୍ୟାୟରେ ଏୟାର ଇଣ୍ଡିଆର ଏକ ବିମାନ ୩୩୦ ଛାତ୍ରଙ୍କୁ ଚୀନର ଉହାନରୁ ଆଣି ଭାରତରେ ପହଞ୍ଚିଥିଲା। ସେମାନଙ୍କ ମଧ୍ୟରେ ୩୨୩ ଭାରତୀୟ ଛାତ୍ର ଥିବାବେଳେ ୭ ଛାତ୍ର ମାଳଦ୍ବୀପର ଥିଲେ। ବିମାନରୁ ଓହ୍ଲାଇବା ପରେ ସମସ୍ତଙ୍କର ଥର୍ମାଲ ସ୍କ୍ରିନିଂ କରାଯାଇଥିଲା। ଏହା ପରେ ସେମାନଙ୍କୁ ଭାରତୀୟ ସେନାର ମାନେସର ଏବଂ ଆଇଟିବିପିର ଛାବଲାସ୍ଥିତ କ୍ୟାମ୍ପକୁ […]