ଅଧାରାସ୍ତାରେ ଛାଡ଼ି ପଳାଇଲା ୧୦୮ ଆମ୍ୱୁଲାନ୍ସ
ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ମରିଗଲା ମଣିଷ ପଣିଆ। ୨୦୦ ଟଙ୍କା ପାଇଁ ୨ ମାସର ଗୁରୁତର ଶିଶୁକୁ ଛାଡ଼ି ଚାଲିଗଲା ଆମ୍ବୁଲାନ୍ସ ଡ୍ରାଇଭର। ଅଧାରାସ୍ତାରେ କାକୁତି ମିନତି ହୋଇଥିଲେ ମଧ୍ୟ ଶୁଣିନଥିଲା। ୨୦୦ ନେଇ ପୁଣି ଟଙ୍କା ମାଗିଲା, ନ ଦେବାରୁ ଅଧା ରାସ୍ତାରେ ଛାଡ଼ି ପଳାଇଥିବା ଶିଶୁର ବାପା ଅଭିଯୋଗ କରିଛନ୍ତି। ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଛତ୍ରପୁରରେ। ସୂଚନା ଅନୁସାରେ ବ୍ରହ୍ମପୁର ଏମକେସିଜି କର୍ତ୍ତୃପକ୍ଷ ଜଣେ ୨ ମାସର ଗୁରୁତର ଶିଶୁକୁ ୧୦୮ ଆମ୍ୱୁଲାନ୍ସରେ କଟକ […]