୩୦ ଫୁଟ ତଳକୁ ଖସି ପଡିଲା କଟକରୁ ରାସୋଳ ଯାଉଥିବା ଧୋତଡା ମହାବୀର ବସ୍

କଟକରୁ ରାସୋଳ ଯାଉଥିବା ମହାବୀର ବସ ଖୁଣ୍ଟୁଣି ଆଠଗଡ ରାସ୍ତାର ଗୁଣ୍ଡିଚାପୁର ନିକଟରେ ବିଲ ଭିତରକୁ ଓଲଟି ପଡିଛି, ବସ ରେ ଥିବା ଚାଳିଶ ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଥିବା ବେଳେ ସେମାନଙ୍କୁ ଆଠଗଡ ମେଡ଼ିକାଲ ରେ ଭର୍ତ୍ତି କରାଯାଇଛି, ସେମାନଙ୍କ ମଧ୍ୟରୁ ତିନିଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି, ଆଜି ଅପରାହ୍ନରେ ଏହି ଧୋତଡା ବସ କଟକରୁ ଆଠଗଡ ଦେଇ ରାସୋଲ ଯାଉଥିବା ବେଳେ ଗୁଣ୍ଡିଚାପୁର ନିକଟରେ ବସ […]

🌹🌷💐ଆଜିର ରାଶିଫଳ🌹🌷💐

🌷💐🌹 ଅଦ୍ୟ ଜାନୁଆରୀ ୧୩ ତାରିଖ ୨୦୨୦ମସିହା(ସୋମବାର) ଶକାବ୍ଦ -୧୯୪୧ ସମ୍ବତ -୨୦୭୬ ସାଲ-୧୪୨୭ ସମ୍ବତ୍ସର -ପ୍ରମାଥୀ ମାଘ -କୃଷ୍ଣପକ୍ଷ ତିଥି – ତୃତୀୟା ସଂଘ୦୫/୩୦ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଥୀ ନକ୍ଷତ୍ର-ଅଶ୍ଲେଷା ଦିବା ଘ୧୦/୨୮ପର୍ଯ୍ୟନ୍ତ ତଦନ୍ତେ ମଘା ଚନ୍ଦ୍ର-କର୍କଟ ଦିବା ଘ୧୦/୨୭ପର୍ଯ୍ୟନ୍ତ ତଦନ୍ତେ ସିଂହ ଯୋଗ-ପ୍ରିତି କରଣ-ବାଣିଜ୍ୟ ସୂର୍ଯ୍ୟ -ଧନୁ ୨୯ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୬/୨୭/୪୩ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୨/୦୩ ଯୋଗିନୀ ଅଗ୍ନିକୋଣେ ସଂଘ୦୫/୩୦ଗତେ ନୈଋତକୋଣେ କର୍କଟ ଓ ମକର ରାଶିର ଘାତଚନ୍ଦ୍ର ମିଥୁନ ରାଶିର ଘାତବାର […]

ଗଜପତି ମହାରାଜଙ୍କ ପୂଷ୍ୟାଭିଷେକ: ପଇତା, ଶ୍ରୀଫଳ ଭେଟି ଦେଲେ ୧୬ ଶାସନ ଶୋତ୍ରୀୟ ବ୍ରାହ୍ମଣ

ପୁରୀ: ଗଜପତି ମହରାଜ ଦିବ୍ୟସିଂହ ଦେବଙ୍କ ପୂଷ୍ୟାଭିଷେକ ନୀତି ବଡ଼ଦାଣ୍ଡସ୍ଥିତ ରାଜନଅରରେ ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ରାଜନଅର ଉତ୍ସବମୁଖର ହୋଇ ଉଠିଥିଲା। ୧୬ ଶାସନର ଶୋତ୍ରୀୟ ବ୍ରାହ୍ମଣମାନେ ଗଜପତି ମହରାଜଙ୍କୁ ସୁତା, ଅଷ୍ଟଧାତୁ ପଇତା, ନଡିଆ ଆଦି ଭେଟି ଦେବା ସହ ଶୁଭାଶୀର୍ବାଦ ଦେଇଥିଲେ। ପରେ ମହାରାଜ ଗାଦି ବିଜେ କରିଥିଲେ। ବିଧି ଅନୁଯାୟୀ, ଆଜି ସକାଳେ ଗଜପତି ମହାରାଜ ପଇତାଲାଗି ହୋଇଥିଲେ। ପରେ ଦେବାର୍ଚ୍ଚନା ଓ ସକାଳର ଅନ୍ୟାନ୍ୟ କାର୍ଯ୍ୟ ଶେଷ […]

ପୁଲିସ ଲାଞ୍ଚ ନେବା ଭିଡିଓ ଭାଇରାଲ ଘଟଣା : ୩ ନିଲମ୍ବିତ

ସମ୍ବଲପୁର :  ସମ୍ବଲପୁର ଜିଲା ଯୁଯୁମରା ଥାନା ଅଞ୍ଚଳରେ ଜଣେ ବେଆଇନ କାଠ ଚାଲାଣକାରୀଙ୍କୁ ପୁଲିସ ଧରିବା ପରେ ୨୦ ହଜାର ଟଙ୍କା ଲାଞ୍ଚ ନେବା ଭିଡିଓ ଭାଇରଲ ଘଟଣାରେ ରବିବାର ଲାଞ୍ଚ ନେଇଥିବା ୩ଜଣ ପୁଲିସ କର୍ମଚାରୀକୁ ନିଲମ୍ବନ କରାଯାଇଛି। ନିଲମ୍ବନ କରାଯାଇଥିବା ୩ ଜଣ ପୁଲିସ କର୍ମଚାରୀ ହେଲେ ଯୁଯୁମରା ଥାନାର କନେଷ୍ଟବଲ, ହାବିଲଦାର ଓ ଡ୍ରାଇଭର। ସୂଚନା ଅନୁଯାୟୀ,  ସମ୍ବଲପୁର ଏସପି  ଯୁଯୁମରା ଥାନାଅଧିକାରୀଙ୍କୁ  ପୁଲିସ ହେଡ କ୍ବାର୍ଟର୍ସକୁ ବଦଳି କରିଛନ୍ତି। ବାଇକରେ […]

ପାଣିରେ ପଡିଛି ଲକ୍ଷ ଲକ୍ଷ ଟଙ୍କା : ‘ସରକାର କା ମାଲ୍‍ ଦରିଆ ମେ ଡାଲ୍‍’

୭ ବର୍ଷ ହେଲା ବ୍ୟବହାର ନହୋଇ ପଡିରହିଛି ନବନିର୍ମିତ କୋଠା ବଲାଙ୍ଗୀର : କଥାରେ ଅଛି ସରକାର କା ମାଲ ଦରିଆ ମେ ଡାଲ। ଅର୍ଥାତ ସରକାରୀ ଟଙ୍କାର ଅପବ୍ୟବହାର। ଏହି ଉକ୍ତିଟି ଏବେ ବଲାଙ୍ଗୀର ଜିଲାରେ ଅକ୍ଷରେ ଅକ୍ଷରେ ପାଳିତ ହୋଇଥିବା ଦେଖିବାକୁ ମିଳିଛି। ଜିଲାର ବିଭିନ୍ନ ସ୍ଥାନରେ ସରକାରୀ ତହବିଲରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ନିର୍ମାଣ ହୋଇଥିବା କୋଠା ଗୁଡିକ ବର୍ଷ ବର୍ଷ ଧରି ପଡିରହୁଛି। ନା ଏହାର ବ୍ୟବହାର କରାଯାଉଛି […]

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ : ମୁମୂର୍ଷୁ ଅବସ୍ଥାରେ ଉଦ୍ଧାରକେଲେ ସ୍ଥାନୀୟଲୋକେ

ବ୍ରହ୍ମପୁର :ବ୍ରହ୍ମପୁର ଜିଲା ମେରାଇନ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଦୁଷ୍କର୍ମ ହୋଇଥିବା ନେଇ ମେରାଇନ ଥାନାରେ ପରିବାରଲୋକେ ଅଭିଯୋଗ କରିଛନ୍ତି। ସୂଚନା ଅନୁଯାୟୀ, ନାବାଳିାକା ଜଣଙ୍କ ୧୦ ତାରିଖରୁ ନିଖୋଜ ଥିଲେ। ଶନିବାର  ମୁମୂର୍ଷୁ ଅବସ୍ଥାରେ ସ୍ଥାନୀୟଲୋକେ ମେରାଇନ ଅଞ୍ଚଳରୁ ଉଦ୍ଧାର କରିଥିଲେ। ପରେ ନାବାଳିକା ଜଣଙ୍କୁ ସ୍ଥାନୀୟଲୋକେ ଏମକେସିଜି ମେଡ଼ିକାଲରେ ଭର୍ତ୍ତି କରିଥିବା ଜଣାପଡ଼ିଛି।

ଆଠଗଡ ସାହିତ୍ୟ ସମାଜର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଆଠଗଡ଼:୧୨/୧/୨୦୨୦-ଆଠଗଡ ସାହିତ୍ୟ ସମାଜର ବାର୍ଷିକ ଉତ୍ସବ ମହାତ୍ମାଗାନ୍ଧୀ ଇଂରାଜୀ ମିଡ଼ିଅମ ସ୍କୁଲ ଠାରେ ଅନୁଷ୍ଠିତ,ସଭାପତି ପ୍ରାଣକୃଷ୍ଣ ଦାଶ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ କାଳାନ୍ତର ଦୈନିକ ଖବରକାଗଜ ର୍ ସମ୍ପାଦକ ସୌମ୍ୟକାନ୍ତ ସାମନ୍ତରାୟ ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ସାହିତ୍ୟିକ ଡ଼ଃ ନାରାୟଣ ପଣ୍ଡା ଯୋଗଦେଇଥିଲେ, ଏଥିରେ ସଂମାନିତ ଅତିଥି ଭାବେ ପୂର୍ବତନ ବିଚାରପତି ଚିତ୍ତରଞ୍ଜନ ଦାଶ ଓ ସମାଜସେବୀ ପ୍ରତାପରୁଦ୍ର ବେଉରା ପ୍ରମୁଖ ଯୋଗଦେଇ ଥିଲେ,ଉପସଭାପତି ସୁରେଶ ଚନ୍ଦ୍ର ପରିଡା ଅତିଥି […]

୧୦୦ଟଙ୍କା ବଦଳରେ ବାହାରିଲା ୫୦୦ଟଙ୍କା, ଖୁସି ହୋଇ ଏଟିଏମ୍‌ ସାମ୍ନାରେ ଲାଗିଲା ଲୋକଙ୍କ ଭିଡ଼

ସମ୍ବଲପୁର : ରେଢ଼ାଖୋଲ ରେ ଥିବା କାନାଡା ବ୍ୟାଙ୍କ ଏଟିଏମ୍‌ରୁ ୧୦୦ଟଙ୍କା ବଦଳରେ ୫୦୦ଟଙ୍କା ବାହାରିବା ଦେଖି ଲୋକମାନେ ଆଚମ୍ବିତ ହୋଇଯାଇଥିଲେ। ଏହି ଘଟଣା ସମ୍ପର୍କରେ ଖବର ପାଇ ଅନେକ ଲୋକ ଏଟିଏମ୍‌ ସମ୍ମୁଖରେ ଭିଡ଼ ଜମାଇବା ସହିତ ଏଟିଏମ୍‌ରୁ ୧.୭୦ଲକ୍ଷ ଟଙ୍କା ବାହାର କରି ନେଇଥିଲେ। ତେବେ ଏଭଳି ଘଟଣା ଏଟିଏମ୍‌ରେ ନୋଟ ଭର୍ତ୍ତି କରିଥିବା ଏଜେନ୍ସିଙ୍କ ଭୁଲ ହେତୁ ଘଟିଥିବା ଜଣେ ଅଧିକାରୀ କହିଛନ୍ତି। ଏଟିଏମ୍‌ରେ ଟଙ୍କା ଭର୍ତ୍ତି କରିବା ଦାୟିତ୍ୱରେ ଥିବା ଏଜେନ୍ସି […]

🌹🌷💐ଆଜିର ରାଶିଫଳ🌹🌷💐

🌷💐🌹 ଅଦ୍ୟ ଜାନୁଆରୀ ୧୨ ତାରିଖ ୨୦୨୦ମସିହା(ରବିବାର) ଶକାବ୍ଦ -୧୯୪୧ ସମ୍ବତ -୨୦୭୬ ସାଲ-୧୪୨୭ ସମ୍ବତ୍ସର -ପ୍ରମାଥୀ ମାଘ -କୃଷ୍ଣପକ୍ଷ ତିଥି – ଦ୍ବିତୀୟା ରାତ୍ରି ଘ୦୮/୦୬ପର୍ଯ୍ୟନ୍ତ ତଦନ୍ତେ ତୃତୀୟା ନକ୍ଷତ୍ର-ପୁଷ୍ୟା ଦିବା ଘ୧୨/୨୦ପର୍ଯ୍ୟନ୍ତ ତଦନ୍ତେ ଅଶ୍ଲେଷା ଚନ୍ଦ୍ର-କର୍କଟ ଯୋଗ-ବିଷ୍କୁମ୍ଭ କରଣ-ଗର ସୂର୍ଯ୍ୟ -ଧନୁ ୨୮ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୬/୨୭/୩୯ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୧/୨୩ ଯୋଗିନୀ ଉତ୍ତରେ ରାତ୍ରି ଘ୦୮/୦୭ଗତେ ଅଗ୍ନିକୋଣେ ମେଷ ରାଶିର ଘାତବାର ଅଦ୍ୟ ଦ୍ବିତୀୟାର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ କାଳବେଳା […]

*ବେକାରୀ ସମସ୍ୟା ନେଉଛି ଜୀବନ : ପ୍ରତି ୨ ଘଣ୍ଟାରେ ଆତ୍ମହତ୍ୟା କରୁଛନ୍ତି ତିନି ଜଣ, NCRB ରିପୋର୍ଟରେ ଚାଞ୍ଚଲ୍ୟକର ଖୁଲାସା ।*😢😢 *NCRB ଦ୍ୱାରା ଜାରି ହୋଇଥିବା ରିପୋର୍ଟରେ ଏପରି କିଛି ତଥ୍ୟ ଆସିଛି, ଯାହା ସମସ୍ତଙ୍କୁ ଚିନ୍ତାରେ ପକାଇଛି । ଚାକିରି ନପାଇ ଆତ୍ମହତ୍ୟା କରୁଛନ୍ତି ଶିକ୍ଷିତ ଯୁବଗୋଷ୍ଠୀ ବେକାରୀ ସମସ୍ୟା ଦିନକୁ ଦିନ କମିବା ପରିବର୍ତ୍ତେ ବୃଦ୍ଧି ପାଇବାରେ ଲାଗିଛି । ନିଯୁକ୍ତି ନପାଇ ଜୀବନ ଦେବାକୁ ପଛାଉ ନାହାନ୍ତି ବେକାର ଯୁବକ ଯୁବତୀ । ରିପୋର୍ଟ ଅନୁସାରେ, ୨୦୧୮ରେ ବେକାରୀଙ୍କ ଆତ୍ମହତ୍ୟା ମାମଲା ତୁଳନାତ୍ମକ ଭାବେ ୩.୬ ପ୍ରତିଶତ ବୃଦ୍ଧି ପାଇଛି । ୨୦୧୮ରେ ୧ ଲକ୍ଷ ୩୪ ହଜାର ୫୧୬ ମାମଲା ଦାଏର ହୋଇଥିବା ବେଳେ, ୨୦୧୭ରେ ୧ ଲକ୍ଷ ୨୯ ହଜାର ୮୮୭ ଲୋକ ଆତ୍ମହତ୍ୟା ମାମଲା ଦାଏର ହୋଇଥିଲା ।* *ଚାକିରି ନପାଇ ଆତ୍ମହତ୍ୟା କରୁଥିବା ଲୋକଙ୍କ ସଂଖ୍ୟା ଦେଶରେ କୃଷକଙ୍କ ଆତ୍ମହତ୍ୟା ସଂଖ୍ୟା ଠାରୁ ଅଧିକ । ୨୦୧୮ରେ ୧୨ ହଜାର ୯୩୬ ଲୋକ ବକୋରୀ ସମସ୍ୟା ଯୋଗୁଁ ଆତ୍ମହତ୍ୟା କରିଥିବା ବେଳେ ଆତ୍ମହତ୍ୟା କୃଷକଙ୍କ ସଂଖ୍ୟା ହେଲା ୧୦ ହଜାର ୩୪୯ ।*