ବ୍ରିଜ୍କୁ ଧକ୍କା ଦେଇ ରାସ୍ତା ପାର୍ଶ୍ୱ କୂଅରେ ଗଳି ପଡ଼ିବାରୁ ୩ ସାଙ୍ଗଙ୍କ ମୃତ୍ୟୁ ୨ ଗୁରୁତର
ବ୍ରହ୍ମପୁର (ବ୍ୟୁରୋ) ଦୁଇଟି ବାଇକ୍ରେ ୫ ଜଣ ସାଙ୍ଗ ଘରକୁ ଫେରୁଥିଲେ। ହେଲେ ଗୋଟିଏ ବାଇକ୍ ବ୍ରିଜ୍କୁ ଧକ୍କା ଦେଇ ରାସ୍ତା ପାର୍ଶ୍ୱ କୂଅରେ ଗଳି ପଡ଼ିବାରୁ ୩ ସାଙ୍ଗଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୨ ବାଇକ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ଆଜି ସଞ୍ଜ ବେଳେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅଞ୍ଚଳରେ ଘଟିଛି। ସଦର ଥାନା ରାଞ୍ଜିଆ ଗାଁର ସନ୍ତୋଷ ଗୌଡ଼, ରାଇଝୋଳ ଗାଁର ଜିତେନ୍ଦ୍ର ଗୌଡ଼, ବାବୁଲା […]