ମାଓପ୍ରବଣ ଅଞ୍ଚଳରେ ସିଆରପିଏଫ୍ ୧୨୭ ବାଟାଲିୟନ୍ ପକ୍ଷରୁ ଜନସମ୍ପର୍କ ଶିବିର ଅନୁଷ୍ଠିତ

ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): ମାଓପ୍ରବଣ ଅଞ୍ଚଳରେ ସିଆରପିଏଫ୍ ପକ୍ଷରୁ ଜନସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି । କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ୍ ଅନ୍ତର୍ଗତ ଦୁର୍ଗମ ଲଙ୍କାଗଡ଼ ଅଞ୍ଚଳରେ ସରକାରଙ୍କ ଦ୍ୱାରା ପରିଚାଳିତ ଆର୍ଥିକ ସହାୟତା ଯୋଜନା, ଗୃହ ମନ୍ତ୍ରଣାଳୟର ତତ୍ତ୍ୱାବଧାନରେ ସିଆରପିଏଫ୍ ୧୨୭ ବାଟାଲିୟନ ପକ୍ଷରୁ ଜନସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଲଙ୍କାଗଡ଼ ଗ୍ରାମ ପଞ୍ଚାୟତର ଅଞ୍ଚଳବାସୀଙ୍କ ସମେତ ଅଞ୍ଚଳର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଯୁବ ଗୋଷ୍ଠୀ ସାମିଲ୍ ହୋଇଥିଲେ । […]

ବାରଖମାରେ ସିଆରପିଏଫ ପକ୍ଷରୁ ଜନ ସମ୍ପର୍କ ଶିବିର

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ମାଓପ୍ରବଣ ଅଞ୍ଚଳରେ ସିଆରପିଏଫ୍ ପକ୍ଷରୁ କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ୍ ଅନ୍ତର୍ଗତ ବାରଖମା ଅଞ୍ଚଳରେ ସରକାରଙ୍କ ଦ୍ୱାରା ପରିଚାଳିତ ଆର୍ଥିକ ସହାୟତା ଯୋଜନା, ଗୃହ ମନ୍ତ୍ରଣାଳୟର ତତ୍ତ୍ୱାବଧାନରେ ସିଆରପିଏଫ୍ ୧୨୭ ବାଟାଲିୟନ ପକ୍ଷରୁ ଏକ ଜନସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି । ଜି.127 ସିଆରପିଏଫ ବାଟାଲିୟନ ଆଣ୍ଟି ନକ୍ସଲ ଡ୍ୟୁଟି ପାଇଁ ବାଲିଗୁଡା ଥାନା ଅନ୍ତର୍ଗତ ବାରଖାମାରେ ନିୟୋଜିତ ଅଛି l ଏହି କାର୍ଯ୍ୟକ୍ରମରେ ବାରଖମା, ରେବିଙ୍ଗିଆ ଏବଂ ସୁଡୁରା ଗ୍ରାମ ପଞ୍ଚାୟତର […]

ଭୁବନେଶ୍ୱର ରେ କନ୍ଧମାଳ ଫଟୋ ଷ୍ଟୁଡ଼ିଓ ସଂଘ ପୁରସ୍କୃତ

କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): ଗତ ତିନିଦିନ ଧରି ଭୁବନେଶ୍ୱର ଠାରେ ରାଜ୍ୟ ଫଟୋ ଷ୍ଟୁଡ଼ିଓ ମାଲିକ ମହାସଂଘ ଓ ଫଟୋ ଗ୍ରାଫର ମହାସଂଘ ପକ୍ଷରୁ ଚାଲିଥିବା ମେଳାରେ କନ୍ଧମାଳ ଜିଲା ଫଟୋ ଷ୍ଟୁଡ଼ିଓ ମାଲିକ ସଂଘ ପୁରସ୍କୃତ ହୋଇଛନ୍ତି । ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଅଞ୍ଚଳର ଫଟୋ ଷ୍ଟୁଡ଼ିଓ ମାଲିକ ଓ ଫଟୋ ଗ୍ରାଫର ମାନେ ଯୋଗଦେଇଥିବା ବେଳେ ଏଥିରେ ବିଭିନ୍ନ କ୍ୟାମେରା କମ୍ପାନୀର କର୍ମକର୍ତ୍ତା ମାନେ ମଧ୍ୟ ଯୋଗ ଦେଇଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମରେ […]

ରାହୁଳ ନଦୀରୁ ଶ୍ରମିକଙ୍କ ମୃତଦେହ ଉଦ୍ଧାର

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ଅଞ୍ଚଳର ଜାଲେଶପଟ୍ଟା ଗ୍ରାମ ନିକଟ ରାହୁଲ ନଦୀରୁ ଜଣେ ଯୁବକଙ୍କ ମୃତ ଶବକୁ ରବିବାର ଦିନ ପୂର୍ବାହ୍ନରେ ତୁମୁଡିବନ୍ଧ ପୋଲିସ ଉଦ୍ଧାର କରିଛି l ମୃତ ବ୍ୟକ୍ତିଙ୍କ ନାମ କିଶୋର ଭୋଇ ସେ କଳାହାଣ୍ଡି ଜିଲ୍ଲା ରେଗାଡା ଗ୍ରାମର ବୋଲି ଜଣାପଡିଛି l ସୂଚନା ଅନୁଯାଇ ତୁମୁଡିବନ୍ଧ ଆଦର୍ଶ ବିଦ୍ୟାଳୟର ଏକ ହଷ୍ଟେଲ କୋଠା ନିର୍ମାଣ ପାଇଁ ଦୈନିକ ଶ୍ରମିକ ଭାବେ ସମ୍ପୃକ୍ତ ଠିକାଦାରଙ୍କ […]

କନ୍ଧମାଳ ଜିଲା ସ୍ତରୀୟ ଶିଶୁ ମହତ୍ସୋବ ମହକ-୨୦୨୨

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲା ପ୍ରଶାସନ ଓ ଜିଲା ଶିଶୁ ସୁରକ୍ଷା ୟୁନିଟ୍ ପକ୍ଷରୁ ଜିଲା ସ୍ତରୀୟ ଶିଶୁ ମହତ୍ସୋବ ମହକ୍ -୨୦୨୨ ଅନୁଷ୍ଠିତ ହୋଇଯାଇଛି। ଫୁଲବାଣୀ ସରକାରୀ ଶିକ୍ଷକ ପ୍ରଶିକ୍ଷଣ ମହାବିଦ୍ୟାଳୟ ସଭାଗୃହ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲାରେ ଥିବା ୧୩ ଗୋଟି ଶିଶୁ ଯତ୍ନ ଅନୁଷ୍ଠାନର ଶତାଧିକ ଅନ୍ତେବାସୀ ମାନେ ଯୋଗ ଦେଇ ଥିଲେ। ଏହି କାର୍ଯ୍ୟକ୍ରମରେ ଏକକ ସଙ୍ଗୀତ, ଚିତ୍ରାଙ୍କନ, କୁଇନ୍ ଓ ବକୃତା ଏବଂ ଦଳଗତ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ […]

ତୁମୁଡିବନ୍ଧରେ ପ୍ରଧାନ ଶିକ୍ଷକ ମାନଙ୍କୁ ନେଇ ‘ଡିଜିଗୋଭ’ କର୍ମଶାଳା

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ସମଗ୍ର ଶିକ୍ଷା ଅଭିଯାନ ର ରାଜ୍ୟ ପ୍ରକଳ୍ପ ନିର୍ଦେଶକ ଅନୁପମ ସାହା ଙ୍କ ନିର୍ଦ୍ଦେଶକ୍ରମେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ତୁମୁଡିବନ୍ଧ ବ୍ଲକ ର ୧୩୬ଟି ସରକାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାନଙ୍କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟ ସ୍ତରରେ ସରକାରୀ ଅନୁଦାନ କୁ ଏହି “ଡିଜିଗୋଭ” ମାଧ୍ୟମରେ କିଭଳି ଭାବେ ବିନିଯୋଗ କରାଯିବ ସେ ଉପରେ ତୁମୁଡିବନ୍ଧ ଭାରତୀୟ […]

ସ୍ମାର୍ଟ ଅଙ୍ଗନବାଡି କେନ୍ଦ୍ର ଦିଦି ବି ଖୁସ, ପିଲାଏ ଖୁସ

ଫୁଲବାଣୀ (, ସୁନୀଲ ପଟନାୟକ )ଟିକିଏ ଭଲ କରି ଦେଖନ୍ତୁ ଏହି ଅଙ୍ଗନ ବାଡି କେନ୍ଦ୍ର ଟିକୁl ଦେଖିଲେ ଲାଗୁଛି ଅଙ୍ଗନବାଡି କେନ୍ଦ୍ର ନୁହେଁ ଚିଲଡ୍ରେନ୍ସ ପାର୍କ l ଭଳିକିଭଳି ଫୁଲ ଗଛ ସାଙ୍ଗକୁ ପିଲାଙ୍କ ଖେଳିବା ପାଇଁ ଖସଡ଼ା, ଦୋଳି, ଉଠାପକା ଖେଳ ଆଦି ବିଭିନ ପ୍ରକାର ସୁନ୍ଦର ସୁନ୍ଦର.ଖେଳ ସାମଗ୍ରି ମାନ ରହିଛି କେନ୍ଦ୍ର ସମ୍ମୁଖରେ lଆଉ ଇନ ଡୋର ଖେଳ ସାମଗ୍ରୀ ଓ ପଠନ ସାମଗ୍ରି ମଧ୍ୟ ଭିତରେ ରହିଛି l ଅଙ୍ଗନବାଡୀ […]

ବିଲ ଭିତରୁ ଯୁବକଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଫୁଲବାଣୀ((ସୁନୀଲ ପଟନାୟକ ) କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଡିଣ୍ଡିରାଗାଁ ପଞ୍ଚାୟତର ଗଞ୍ଜୁଖୋଲଠାରେ ଜଣେ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଉଛନ୍ତି ଗୋଚ୍ଛାପଡା ଥାନା ଅନ୍ତର୍ଗତ କ୍ରାଣ୍ଡିବାଲିର ବଉଦ କହଁରଙ୍କ ପୁଅ ବିଭୁଦତ୍ତ କହଁର(୧୯) ।ବିଭୁଦତ୍ତ ଫିରିଙ୍ଗିଆରେ ଥିବା ତାଙ୍କ ଭାଇଙ୍କ ଶଳା ଘରେ ରହି ଫିରିଙ୍ଗିଆ ପଞ୍ଚାୟତ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ପଢୁଥିଲେ। ସେ ଶୁକ୍ରବାର ଅପରାହ୍ନ ପ୍ରାୟ ୨ଟା ବେଳେ ନିଜ ଘରୁ ବାହାରି ଗଞ୍ଜୁଖୋଲରେ ରହୁଥିବା ଭଉଣୀ ଯମୁନା […]

କେନ୍ଦ୍ରୀୟ ସୁରକ୍ଷା ବଳ ଦ୍ୱାରା ଜନ ହିତକର କାର୍ଯ୍ୟକ୍ରମ ଆୟୋଜିତ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):ମାଓ ଉପଦୃତ ତୁମୁଡିବନ୍ଧ ଥାନା ସ୍ଥିତ କେନ୍ଦ୍ରୀୟ ସୁରକ୍ଷା ବଳ ଏ/୧୨୭ ବାଟାଲିୟନ ତରଫରୁ ଶୁକ୍ରବାର ଦିନ ଏକ ଜନ ସହାୟତା କାର୍ଯ୍ୟକ୍ରମ ତୁମୁଡିବନ୍ଧ ବସଷ୍ଟାଣ୍ଡ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି l ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ଆର୍ଥିକ ସହାୟତା ଯୋଜନା ତତ୍ତ୍ୱାବଧାନରେ ଏହି ମାନବିକ ନଗରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l ଏଥିରେ 127 କମାଡେଣ୍ଟ ଆନନ୍ଦ ଝା, ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ ଧର୍ମେନ୍ଦ୍ର କୁମାର, ପ୍ରଦୀପ ଭି.କେ., ଗୋଷ୍ଠୀ ଉନ୍ନୟନ […]

ବାଲିଗୁଡା ରେ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଚୟନ ପ୍ରକ୍ରିୟା ଅନୁଷ୍ଠିତ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ହିତାଧିକାରୀ ଙ୍କୁ ସାମିଲ କରିବା ପାଇଁ କନ୍ଧମାଳ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ଶନିବାର ଦିନ ବାଲିଗୁଡା ବ୍ଲକ କାର୍ଯାଳୟର ସଭାଗୃହ ମଧ୍ୟରେ କଳାକାର ଚୟନ ପ୍ରକ୍ରିୟା କନ୍ଧମାଳ ଜ଼ିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ ସେଠୀ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଚୟନ ପ୍ରକ୍ରିୟା ସୁରୁଖୁରୁରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ବାଲିଗୁଡା ବ୍ଲକର ଚଉଦ ଗୋଟି ଗ୍ରାମ ପଞ୍ଚାୟତ ଏବଂ ବାଲିଗୁଡା ଏନଏସି ରୁ ୧୪୬ ଜଣ କଳାକାର […]