ନମାମି ଗଙ୍ଗେ ତରଫରୁ ନଦୀ ପ୍ରଦୂଷିତ କରୁ ଥିବାରୁ ରାଜ୍ୟପାଳ ଙ୍କୁ ଦାବିପତ୍ର ପ୍ରଦାନ

କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ୍ ଅନ୍ତର୍ଗତ ବିଲେଇପଦା ଠାରେ ଅବସ୍ଥିତ ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର ଲିମିଟେଡ କାରଖାନା ର କୋମିକାଲ ମିଶା ମଇଳା ପାଣି ବୈତରଣୀ ନଦୀ କୁ ଛାଡ଼ୁଥିବାରୁ ନଦୀ ପାଣି ପ୍ରଦୂଷିତ ହୋଉଥିବା ପ୍ରତିବାଦରେ ଆଜି ବିଜେପି ନଦୀ ସୁରକ୍ଷା ସମିତି (ନମାମି ଗଙ୍ଗେ) ର ରାଜ୍ୟ ସଂଯୋଜକ ଶ୍ରୀ ମହେଶ୍ଵର ସାହୁ କଂ ନେତୃତ୍ଵରେ ଓଡିଶା ର ମାନ୍ୟବର ରାଜ୍ୟପାଳ ଶ୍ରୀ ଗଣେଶି ଲାଲଜୀ କୁଂ ଦାବୀପତ୍ର ପ୍ରଦାନ କରାଯାଇଛି। ଏହି […]

ଜମି ବିବାଦ, ଅନିର୍ଦିଷ୍ଟ କାଳ ଯାଏ ଦୋକାନ ବଜାର ବନ୍ଦ

ଫୁଲବାଣୀ(ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ଦାରିଂବାଡ଼ି ସ୍ଥିତ ଚାରିଛକ ଠାରେ ଥିବା ଠାକୁର ଜମିକୁ ନେଇଦୀର୍ଘ ଦିନ ଧରି ଲାଗିରହିଥିବା ବିବାଦ ନେଇ ଗତକାଲିଠୁ ସମସ୍ତ ଦୋକାନ ବଜାର ବନ୍ଦ ନିଷ୍ପତି ନେଇଛି ଦାରିଙ୍ଗ ବାଡି ବଣିକ ସଙ୍ଘ l ଏଥିସହ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି କହିଛି ବଣିକସଂଙ୍ଘ lସୂଚନାଯୋଗ୍ୟଯେ, ଏହି ଜମିରେ ଦୀର୍ଘବର୍ଷ ହେଲା ଦୁର୍ଗାପୂଜା କରାଯାଇଆସୁଛି l ଏବେ ସେହି ସ୍ଥାନ କୁ ଦୁର୍ଗାପୂଜା ଲାଗି ସଫା ପୂଜା କମିଟି […]

ରାଜ୍ୟ ସ୍ତରୀୟ ନୃତ୍ୟ ପ୍ରତିଯୋଗିତା ରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରୀଙ୍କୁ ବାଲିଗୁଡା ଆଦର୍ଶ ବିଦ୍ୟାଳୟ ରେ ଭବ୍ୟ ସମ୍ବର୍ଦ୍ଧନା

ଫୁଲବାଣୀ (ସୁନୀଲ ପଟନାୟକ ) ଓଡିଶା ଆଦର୍ଶ ବିଦ୍ୟାଳୟ ପକ୍ଷରୁ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ନୃତ୍ୟ ପ୍ରତିଯୋଗିତା ରେ କନ୍ଧମାଳ ର ସର୍ବ ପୁରାତନ ସଂସ୍କୃତିକ ଅନୁଷ୍ଠାନ ର କୁନି କୁନି ଓଡିଶୀ ନୃତ୍ୟଙ୍ଗନା ମହା ମଣ୍ଡଳସ୍ତରୀୟ ପ୍ରଥମ ସ୍ଥାନ ଏବଂ ଭୁବନେଶ୍ୱର ରେ ଆୟୋଜିତ ରାଜ୍ୟ ସ୍ତରରେ ଦ୍ଵିତୀୟ ସ୍ଥାନ ଅଧିକାର କରି ଗର୍ବ ଓ଼ ଗୌରବ ଆଣିଦେଇଥିବା ବାଲିଗୁଡା ଦଣ୍ଡପଦର ସ୍ଥିତ ଆଦର୍ଶ ବିଦ୍ୟାଳୟ ଛାତ୍ରୀ ଅନ୍ଵେଷା ଚୌଧୁରୀ . ଏମ ଜ୍ଞାନୀ ଅନ୍ମେଷl […]

ଅସହାୟ ଗୌରୀ ଙ୍କୁ ଆବାସ ଯୋଜନା ରେ ଘର ମିଳିବ କେବେ ?

ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଅନ୍ତର୍ଗତ ଆଲାମି ପଂଚାୟତ ଅନ୍ତର୍ଗତ ସାଇନିପଦର ଗ୍ରାମର ମନୋଜ ଡିଗାଲ ଙ୍କ ପତ୍ନୀ ଗୌରୀ ଡିଗାଲ lଝାଟିମାଟି କୁଡ଼ିଆ ଘରେ ପଲିଥିନ ପକାଇ ବର୍ଷ ବର୍ଷ ଧରି ରହିଛନ୍ତି lବର୍ଷା ହେଲେ ଘରେ ପାଣି ପଶୁଛିl କେତେବେଳେ ଯେ ଘର ଭୁଷୁଳି ପଡିବ କହିହେବନି l ପ୍ରଧାନମନ୍ତ୍ରୀ ଆବାସ ଘର ଖଣ୍ଡିଏ ପାଇଁ ବାରମ୍ବାର ପଂଚାୟତ ସରପଞ୍ଚ ଠୁ ଆରମ୍ଭ କରି ଜିଲାପାଳ ପର୍ଯ୍ୟନ୍ତ ଗୁହାରି କରୁଥିଲେ […]

ହାଟ ସ୍ଥାନ ଜବରଦଖଲ ଉଛେଦ ଆରମ୍ଭ

ଫୁଲବାଣୀ,ଫୁଲବାଣୀ ସହର ର ଆଦିବାସୀ ଙ୍କ ପାଇଁ ଉଦିଷ୍ଟ ହାଟ ସ୍ଥାନ କୁ ଦୀର୍ଘ ବର୍ଷ ଧରି ବେ ଆଇନ ଭାବେ ମାଡିବସି ଅସ୍ଥାୟୀ ଦୋକାନ ଘର କରି ଥିବା କିଛି ବ୍ୟବସାୟୀ ଙ୍କ କେବିନ କୁ ପୌରପରିଷଦପକ୍ଷରୁ ଗୁରୁବାର ଉଛେଦ କରାଯାଇଛି lତେବେ ପର୍ଯ୍ୟାୟ କ୍ରମେ ଅନ୍ୟାନ୍ୟ ବେଆଇନ ଦୋକାନ ଘର ଭଙ୍ଗାଯିବ ବୋଲି ଜଣାପଡିଛି lଆଦିବାସୀ ଙ୍କ ଉତ୍ପାଦିତ ପନିପରିବା ଓ ଅନ୍ୟାନ୍ୟ ଜିନିଷ ପତ୍ର ବିକ୍ରିବଟା କରିବାପାଇଁ ସହର ରେପୌର ପ୍ରଶାସନ ପକ୍ଷରୁ […]

ସପ୍ତାହେ ହେଲା ମିଣିଆ ପଞ୍ଚାୟତବାସୀ ଅନ୍ଧାରରେ

ଫୁଲବାଣୀ:- ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ୍ ଅନ୍ତର୍ଗତ ମିଣିଆ ପଞ୍ଚାୟତ ରେ ଆଜକୁ ସାତ ଦିନ ତଳେ କୌଣସି କାରଣ ବଶତଃ ଟ୍ରାନ୍ସଫର୍ମର ପୋଡ଼ି ଯିବା ଫଳରେ ପ୍ରାୟ ୧୦୦ ଉର୍ଦ୍ଧ୍ବ ପରିବାର ଅନ୍ଧାରରେ ରହୁଛନ୍ତି l ଏପଟେ ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ସାପ ଆଦି ବିଷାକ୍ତ ଜନ୍ତୁ ପ୍ରତି ଭୟ ସୃଷ୍ଟି ହେଉଛି l ଅନ୍ୟ ପଟ ରେ ପିଲାମାନଙ୍କ ପରୀକ୍ଷା ଚାଲିଛି ସେମାନେ ଦୀପ ଆଲୁଅରେ ରାତିରେ ପଢିବାକୁ […]

ଲକ୍ଷାଧିକ ଟଙ୍କା ସହିତ ୨୯୭ଗ୍ରାମ ବ୍ରାଉନ ସୁଗର ଜବତ, ଅଭିଯୁକ୍ତ ଗିରଫ

ବରଗଡ଼(ଉଳାପ୍ର )ବରଗଡ଼ ଜିଲ୍ଲାରେ ନିଶା କାରବାର ବଢି ଚାଲିଛି। ଚୋରାମଦ,କଫ ସିରଫ କାରବାର ସାଧାରଣରେ ପରିଣତ ହୋଇଯାଇଥିବା ବେଳେ ଜିଲ୍ଲାରେ ଏବେ ବ୍ରାଉନ ସୁଗର କାରବାର ବଢି ଚାଲିଛି। ଗତ ଦିନରେ ଅତାବିରା ପୋଲିସ ବ୍ରାଉନ ସୁଗର ବେପାରୀ କୁ ଧରିଥିବା ବେଳେ ଆଜି ଜିଲ୍ଲା ଅବକାରୀ ବିଭାଗ ବରଗଡ଼ ସହରରୁ ୨୯୭ ଗ୍ରାମ ବ୍ରାଉନ ସୁଗର ଜବତ କରିଛି। ଏଥିରେ ସପୃକ୍ତ ମହାନ୍ତି ବନ୍ଧ ବସ୍ତି ପଡାର ରାଜୁ ତାଣ୍ଡିଙ୍କୁ ଗିରଫ କରାଯାଇଛି। ତାଙ୍କ ପାଖରୁ […]

ବିଦ୍ୟାଳୟ ସ୍ତରୀୟ ସ୍ୱାସ୍ଥ୍ୟ ଓ ଜୀବନ କୌଶଳ ଶିକ୍ଷା ପ୍ରଶିକ୍ଷଣ

ଫୁଲବାଣୀ -20/09(ସୁନୀଲ ପଟନାୟକ )ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲା ର ମଙ୍ଗଳ ବିଭାଗ ଅଧୀନ ସମସ୍ତ ପ୍ରଧାନ ଶିକ୍ଷକ /ଶିକ୍ଷୟତ୍ରୀ ଙ୍କୁ ନେଇ ବିଦ୍ୟାଳୟ ସ୍ତରରେ ସ୍ୱାସ୍ଥ୍ୟ ଓ ଜୀବନ କୌଶଳ ଶିକ୍ଷା ସମ୍ବଧିତ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜିଲାପାଳ ଆଶିଷ ଈଶ୍ୱର ପାଟିଲ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା lଛାତ୍ରଛାତ୍ରୀ ମନେ ସୁସ୍ଥ ରହିବା ସହ ଜୀବନ କୁ ସୁନ୍ଦର ଭାବରେ ଗଢିତୋଳିବା ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା […]

ବ୍ଲକ କଳା ସାଂସ୍କୃତିକ ସଂଘ କାର୍ଯ୍ୟାଳୟ ଉଦଘାଟିତ

କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ କାର୍ଯ୍ୟାଳୟ ପରିସରରେ ଓଡିଶା ସରକାରଙ୍କ ଓଡିଆ ଭାଷା ସାହିତ୍ୟ ସାଂସ୍କୃତି ବିଭାଗର ଅନୁମୋଦନ କ୍ରମେ ଫିରିଙ୍ଗିଆ ବ୍ଲକ କଳା ସାଂସ୍କୃତିକ ସଂଙ୍ଘର ଏକ କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି। ଫିରିଙ୍ଗିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମିରଞ୍ଜନ ମହନ୍ତଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଫିରିଙ୍ଗିଆ ବ୍ଲକ ଅଧ୍ୟକ୍ଷା ନମିତା କହଁର , ଫିରିଙ୍ଗିଆ ବ୍ଳକ […]

ଗାଜଲବାଡ଼ି ଘାଟିରେ ଭୂସ୍ଖଳନ: ଯାତାୟାତ ବାଧାପ୍ରାପ୍ତ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ଲଘୁଚାପ ଜନିତ ବର୍ଷାରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ନିକଟସ୍ଥ ଗାଜଲବାଡ଼ି ଘାଟିରେ ଭୁସ୍ଖଳନ ହୋଇଥିବା ଦେଖିବାକୁ ମିଳିଛି । ଗୋପାଳପୁର-ରାୟପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥ ସ୍ଥିତ ଗାଜଲବାଡ଼ି ଘାଟିରେ ଭୁସ୍ଖଳନ ହେବା ଫଳରେ ରାସ୍ତା ଧସିବା ସହ ପାହାଡ଼ରୁ ପଥର ଖସିଥିବା ଦେଖିବାକୁ ମିଳିଛି । ଯାହା ଫଳରେ ଭାରିଯାନ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଯାହା ଫଳରେ ଉକ୍ତ ଦାରିଙ୍ଗବାଡ଼ି ଠାରୁ […]