ଜାଲେଶପଟ୍ଟା ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଆଶ୍ରମରେ ଜନ୍ମାଷ୍ଟମୀ ଉତ୍ସବ ଓ ସ୍ବାମୀଜୀଙ୍କ ୧୪ତମ ଶ୍ରାଦ୍ଧବାର୍ଷିକୀ ପାଳନ: ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): ଆଜି ପବିତ୍ର ଜନ୍ମାଷ୍ଟମୀ । କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ୍ ଜାଲେଶପଟ୍ଟା ଆଶ୍ରମରେ ମହା ଆଡ଼ମ୍ବରରେ ପାଳନ ହୋଇଛି ଏହି ଉତ୍ସବ। ଏଥିସହିତ ଏହି ତିଥିରେ ପାଳନ ହୋଇଛି ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ୧୪ତମ ଶ୍ରାଦ୍ଧ ବାର୍ଷୀକି । ଏନେଇ ସମଗ୍ର କନ୍ଧମାଳ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ମହାମାରୀ କରୋନା କଟକଣା ଯୋଗୁଁ ଗତ ଦୁଇବର୍ଷ ହେଲା ନିରାଡ଼ମ୍ବର ଭାବେ ଏହି ଉତ୍ସବ ପାଳନ ହେଉଥିଲା କିନ୍ତୁ ଚଳିତ […]