ଲଗାଣ ବର୍ଷାରେ ବେହାଲ୍ ବାଲିଗୁଡ଼ା ଅଞ୍ଚଳ, ଜାତୀୟ ରାଜପଥ ଉପରେ ୨ଫୁଟ ପାଣି

ଫୁଲବାଣୀ (ସୁନୀଲ ପଟନାୟକ) ସାରା ରାଜ୍ୟରେ ଜାରି ରହିଛି ଲଘୁଚାପ ଜନିତ ବର୍ଷା । ଏଥିରୁ ବାଦ୍ ପଡ଼ିନି କନ୍ଧମାଳ ଜିଲ୍ଲା । ଲଗାଣ ବର୍ଷାରେ ଜିଲ୍ଲା ସଦର ମହକୁମା ସମେତ ଅଧିକାଂଶ ଅଞ୍ଚଳ ପ୍ରଭାବିତ ହୋଇଥିବା ଜଣାପଡ଼ିଛି । ଲଗାଣ ବର୍ଷାରେ ବାଲିଗୁଡ଼ା ବସ୍ ଷ୍ଟାଣ୍ଡ୍ ନିକଟରେ ଥିବା ପୋଖରୀରେ ବର୍ଷା ଜଳ ଭର୍ତ୍ତି ହୋଇ ସହର ଦେଇ ଯାଇଥିବା ୫୯ ନଂ ଜାତୀୟ ରାଜପଥ ଉପରେ ଏବେ ପାଖାପାଖି ଦୁଇ ଫୁଟ ବର୍ଷା ଜଳ […]

କନ୍ଧମାଳ : କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଆୟୋଜିତ

କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଜାଦୀ କା ଅମୃତ ମହୋତ୍ସବ ସାରା ଦେଶରେ ଧୁମ୍ ଧାମରେ ପାଳନ କରାଯାଉଛି। ଏହି ଅବସରରେ କନ୍ଧମାଳ କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଧୁମ୍ ଧାମରେ ପାଳିତ ହୋଇଯାଇଛି। ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ନାହାର ସିଂ ମୀନା କାର୍ଯ୍ୟକ୍ରମ ଉଦଘାଟନ କରିବା ସହିତ ଛାତ୍ରଛାତ୍ରୀ ମାନଙ୍କୁ ସମ୍ବୋଧିତ କରିଥିଲେ। ଘରେ ଘରେ ଜାତୀୟ ପତାକା ଉତ୍ତୋଳନ କରିବା […]

ସ୍ବାଧିନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ୭୫ଟି ଦୀପଦାନ ଓ ଜାତୀୟ ସଙ୍ଗୀତ ଗାନ

ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): ସ୍ବାଧିନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଭାରତ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଦେଶ ପାଳୁଛି “ଆଜାଦୀ କା ଅମୃତ୍ ମହୋତ୍ସବ” । ଏହି ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ମୁଣ୍ଡାସାହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଦ୍ବାରା ୭୫ଟି ଦୀପଦାନ ସହ ଜାତୀୟ ସଙ୍ଗୀତ ଗାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବାଲିଗୁଡ଼ା ଉପଖଣ୍ଡ ସ୍ତରୀୟ ଉତ୍ସବ ପାଳନ କମିଟିର ଯୁଗ୍ମ ସମ୍ପାଦକ ତଥା ଶିକ୍ଷକ ତୀର୍ଥବାସୀ ଘଡ଼େଇ ମୁଖ୍ୟ ଅତିଥି […]

ପ୍ରବଳ ବର୍ଷାରେ ଭାଙ୍ଗିଲା କାଠ ପୋଲ, ବିପଦସଂକୁଳ ଅବସ୍ଥାରେ ଯାତାୟତ : ସ୍ଥାୟୀ ପୋଲ ପାଇଁ ଦାବୀ

ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ ): ସମଗ୍ର କନ୍ଧମାଳ ଜିଲ୍ଲାରେ ଲଘୁଚାପ ଜନିତ ବର୍ଷା ଏକ ସପ୍ତାହ ହେଲା ଲାଗିରହିବା ଫଳରେ ଜିଲ୍ଲାର ତଳିଆ ଅଞ୍ଚଳ ଗୁଡ଼ିକ ଜଳାର୍ଣ୍ଣବ ହେବାରେ ଲାଗିଛି ଏବଂ ଛୋଟ ବଡ଼ ନଦୀ ଗୁଡ଼ିକରେ ବଢ଼ି ପାଣି ପ୍ରବାହିତ ହେଉଛି। ଜିଲ୍ଲାର ଚକାପାଦ ଅଞ୍ଚଳରେ ତୁହାକୁ ତୁହା ମୁଷଳ ଧାରାରେ ବର୍ଷା ଲାଗିରହିଛି, ତେଣୁ ଚକାପାଦର ବ୍ୟାଙ୍କ ସାହିବାସିନ୍ଦା ଜଳବନ୍ଧୀ ଭାବେ ରହିଛନ୍ତି। ସାହି ଭିତରେ ବର୍ଷା ପାଣି ଲହଡ଼ି ମାରିବା ସହିତ ବହୁ […]

ଲଘୁଚାପ ଜନିତଲଗାଣ ବର୍ଷା :ଧୋଇଗଲା ଅସ୍ଥାୟୀ ପୋଲ: ରାଇକିଆ- ଦାରିଙ୍ଗିବାଡି ଯାନବାହାନ ଚଳାଚଳ ବନ୍ଦ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକ୍ ମୁରୁଡ଼ି କୁପୁଡ଼ା ଠାରେ ଦାରିଙ୍ଗିବାଡି – ରାଇକିଆ କୁ ସଂଯୋଗ କରୁଥିବା ଅସ୍ଥାୟୀ ପୋଲ ରବିବାର ଅପରାହ୍ନ ରେ ଧୋଇଯିବା ଫଳରେ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି । ଗତ ୨୦୧୮ ତିତିଲି ବାତ୍ୟା ରେ ଏଠାରେ ଥିବା ସ୍ଥାୟୀ ପୋଲ ଟି ଧୋଇ ଯାଇଥିଲା। ସେବେଠାରୁ ଅସ୍ଥାୟୀ ଭାବେ ରାସ୍ତା ପାଖରେ ମାଟି ପକା ଯାଇ ଡ୍ରାଇଭରସନ୍ ନିର୍ମାଣ […]

କନ୍ଧମାଳ ରେ ଲଗାଣ ବର୍ଷା ଯୋଗୁଁ କଲ ଭର୍ଟ ଧୋଇହୋଇଗଲା, ଗଛ ଉପୁଡିଲା

ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ମାସରୀପଡା ଛକ ଠାରୁ ନୂଆପଦର କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର କେଲାପଡା ପଂଚାୟତ ଗୁରୁପଡା ଗାଁ ନିକଟରେ ଗତକାଲି ରାତି ରେ ଜାରିରହିଥିବା ଲଗାଣ ବର୍ଷା ରେ ଏକ ବିରାଟ ଆମ୍ବ ଗଛ ଉପୁଡି ପଡି ରାସ୍ତା ଅବରୋଧ ହୋଇ ଯାଇଥିଲା I ଫଳରେ ଏହି ରସ୍ତା ରେ ଗାଡ଼ିମଟର ଚଳା ଚଳ ସମ୍ପୂର୍ଣ ଠପ ହୋଇ ଯାଇଥିଲା I ତେଵେ ଦମକଳ ବାହିନୀ ଦୀର୍ଘ […]

ଫୁଲବାଣୀ ରେ କଂଗ୍ରେସ ର ଗୌରବ ଯାତ୍ରା

ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜିଲା କଂଗ୍ରେସ ପକ୍ଷରୁ ଆଜି ରବିବାର ତ୍ୟାଗ ଓ ବଳିଦାନ ର ୭୫ ବର୍ଷ ଅବସରରେ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା lଡ଼ିସିସି ସଭାପତି ଅନାମ ନାୟକ ଙ୍କ ନେତୃତ୍ୱରେ ସ୍ୱାଧୀନତାର ଗୌରବ ଯାତ୍ରା ଅନୁଷ୍ଠତ ହୋଇଥିଲା lଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଅଭିମନ୍ୟୁ ବେହେରା,ବରିଷ୍ଠ କଂଗ୍ରେସ ନେତା ହେମନ୍ତ କର, ଯୁବନେତା ସଂସାରୀ ଭୋଇ , ପିସିସି ସମ୍ପାଦକ ଚନ୍ଦ୍ରଶେଖର ପରିଡ଼ା,ଯୁବ କଂଗ୍ରେସ ସଭାପତି ବସନ୍ତ କୁମାର ପାଢ଼ୀ, ହିମାଳୟ […]

ତୁମୁଡିବନ୍ଧ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଅଖଣ୍ଡ ଭାରତ ଦିବସ ପାଳିତ

ଫୁଲବାଣୀ -14/08(ସୁନୀଲ ପଟନାୟକ )ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ଅଖଣ୍ଡ ଭାରତଦିବସ ଉତ୍ସବ, ଭାରତ ମାତା ପୂଜନ କାର୍ଯ୍ୟକ୍ରମ, ସାମୂହିକ ରାଷ୍ଟ୍ର ବନ୍ଦନା, ମାତୃ ଭାରତୀ ଗଠନ, ମାତୃ ସମ୍ମିଳନୀ ଓ ରଙ୍ଗୋଲି ପ୍ରତିଯୋଗିତା ଆଦି ବିଭିନ୍ନ କାର୍ଯ୍ୟକ୍ରମ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ପାଳିତ ହୋଇଯାଇଛି l ପ୍ରବଳ ବର୍ଷା ସତ୍ତ୍ୱେ ଶିଶୁମାନଙ୍କ ଦ୍ୱlରା ଭାରତ ମାତା ପୂଜନ, ସାମୂହିକ ବନ୍ଦେ ମାତରମ ଗାନ, କ୍ରାନ୍ତିବୀର ମାନଙ୍କ ଝାଙ୍କି ପ୍ରଦର୍ଶନ କରାଯାଇଥିଲା l ପ୍ରଧାନ […]

ମନ୍ତ୍ରୀ ଜଗନାଥ ସାରକା ଙ୍କୁ ସ୍ଵାଗତ ସମ୍ବର୍ଧନା

ଫୁଲବାଣୀ (ଉଳାପ୍ର )ଆସନ୍ତାକାଲି ସ୍ୱାଧିନତା ଦିଵସ ରେ ସଦର ମହକୁମା ଫୁଲବାଣୀ ଠାରେ ଅନୁଷ୍ଠିତ ଜିଲାସ୍ତରୀୟ ପ୍ୟାରେଡ଼ ରେ ମୁଖ୍ୟଅତିଥି ଭାବେ ଯୋଗ ଦେବାଲାଗି ଆଜି ରବିବାର ସନ୍ଧ୍ୟାରେ ରାଜ୍ୟ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ତଥା ଆଇନ ମନ୍ତ୍ରୀ ଜଗନାଥ ସାରକା ଫୁଲବାଣୀ ସର୍କିଟ ହାଉସ ରେ ପହଂଚିବା ପରେ ସେଠାରେ ଉପସ୍ଥିତ ଥିବା ରାଜ୍ୟ ସଂଖ୍ୟାଲଘୁ ସାଧାରଣ ସମ୍ପାଦକ ମହମଦ ୟସିନ, ଜିଲ୍ଲା ବିଜେଡି ସଂଖ୍ୟାଲଘୁ […]

ଆଠଗଡ ସହର ନିକଟ ସାପୁଅ ବ୍ରିଜ ଉପରେ ଦୁର୍ଘଟଣା, ଅଜଣା କ୍ଷୀର ଗାଡି ଟିଭିଏସ ଗାଡିକୁ ଧକା ଦେବାରୁ ସ୍ୱାମୀ ସ୍ତ୍ରୀ ନଦୀକୁ ଖସି ପଡିଲେ, ସାପୁଆ ନଦୀରେ ସ୍ୱାମୀ ସ୍ତ୍ରୀ ନୀଖୋଜ, ଅଗ୍ନିଶମ ବିଭାଗର ଖୋଜାଖୋଜି ଜାରି