କଂଗ୍ରେସ ଛାଡିଲେ ପୂର୍ବତନ ସଂସଦ ରାଧାକାନ୍ତ ଦିଗଲ

ଫୁଲବାଣୀ(ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ର ପୂର୍ବତନ ସଂlସଦ ତଥା ବରିଷ୍ଠ କଂଗ୍ରେସ ନେତା ରାଧାକାନ୍ତ ଦିଗଲ ଆଜି କଂଗ୍ରେସ ର ହାତ ଛାଡିଛନ୍ତି lଶ୍ରୀ ଦିଗଲ ସରକାରୀ ଅଫିସର ପଦବୀ ରୁ ଇସ୍ତଫା ଦେଇ 1984ରେ ସଂସଦ ଭାବେ କଂଗ୍ରେସ ଟିକେଟ ପାଇ ନିର୍ବାଚିତ ହୋଇଥିଲେ lତେଵେ କଂଗ୍ରେସ ଦଳ ଏବେ ନୀତି ଆଦର୍ଶ ଓ ନୈତିକତା ହରାଇବସିଲାଣି l କଂଗ୍ରେସ ଦଳ ରଆଉ ଭବିଷ୍ୟତ ନାହିଁ, ଆସ୍ତେ ଆସ୍ତେ ଦଳ ନିଜର ସତ୍ତା ହରାଇଲାଣି […]

ଜୀ ସାର୍ଥକର ଏକ ଅଭିନବ ପ୍ରୟାସ – “ବୋଲେ ବମ ସେବା ଶିବିର”

ଶ୍ରାବଣ ମାସର ଶେଷ ସୋମବାରରେ ଚଳଚଞ୍ଚଳ ସମସ୍ତ ଶୈବପୀଠ । ମାନସିକଧାରୀ ଶୈବ ଭକ୍ତ ଶିବ ଲିଙ୍ଗରେ ପାଣି ଢାଳିଛନ୍ତି । ହରହର ମହାଦେବ ନାରାରେ କମ୍ପିଛି ପରିବେଶ । ତେବେ ମହାପ୍ରଭୁ ଶିବଙ୍କ ଜଳାଭିଷେକ ଲାଗି ଶୈବପୀଠରେ କାଉଡିଆଙ୍କ ଭିଡ ଜମିଥିବା ବେଳେ ଶେଷ ପାଳିରେ ଭୁବନେଶ୍ୱର ଶ୍ରୀ ଲିଙ୍ଗରାଜ ମନ୍ଦିରରେ କାଉଡିଆ ମାନେ ଜଳାଭିଷେକ କରିଛନ୍ତି । କାଉଡିଆ ମାନଙ୍କୁ ଉତ୍ସାହିତ କରିବାକୁ ପାହାଳ ଛକ ନିକଟରେ ଜୀ ସାର୍ଥକ ତରଫରୁ ଏକ “ବୋଲ […]

ଜଗତସିଂହପୁର ଜିଲ୍ଲା ସ୍ଥିତ ଜୟବଡ଼ ରେ ଥିବା ସାଇଜ୍ଞାନ ପ୍ଲେ ସ୍କୁଲ ତରଫରୁ ଓ ଜଗତସିଂହପୁର ହେଡ଼ ପୋଷ୍ଟ ଅଫିସର ମିଳିତ ଆନୁକୂଲ୍ୟରେ ହର ଘର ତ୍ରିରଙ୍ଗା ଅଭିଯାନ ଅନୁଷ୍ଠିତ

ଜଗତସିଂହପୁର (ଉଳାପ୍ର )ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଜଗତସିଂହପୁରର ଜୟବଡରେ ଥିବା ଅଗ୍ରଣୀ ସାଇଜ୍ଞାନ ପ୍ଲେ ସ୍କୁଲ ପରିସରରେ “ହର ଘର ତ୍ରିରଙ୍ଗା” ଓ ଆଜାଦିକ ଅମୃତ ମହୋତ୍ସବ ପାଳିତ ହୋଇଯାଇଛି | ପ୍ଲେ ସ୍କୁଲ ର ଅଧକ୍ଷା ଶ୍ରୀମତୀ ପ୍ରଜ୍ଞା ପାରମିତା ଚୌଧୁରୀଙ୍କ ଅଧକ୍ଷତାରେ ଆୟୋଜିତ ହର ଘର ତ୍ରିରଙ୍ଗା ଅଭିଯାନ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଅଧିକାରୀ ଶ୍ରୀଯୁକ୍ତ କାମିନୀ ରଞ୍ଜନ ପଟ୍ଟନାୟକ, ସମ୍ମାନିତ ଅତିଥିଭାବେ […]

ନାବାଳିକା ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୨୦ ବର୍ଷ ଜେଲ, ୨୦ ହଜାର ଜରିମାନା

କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ଥାନା ଅଂଚଳର ଏକ ନାବାଳିକାକୁ ଦୁଷ୍କର୍ମ ମାମଲାର ଶୁଣାଣୀ କରି ଫୁଲବାଣୀ ସ୍ୱତନ୍ତ୍ର ପୋକସୋ କୋର୍ଟ ଅଭିଯୁ୍କ୍ତକୁ ୨୦ ବର୍ଷ ଜେଲଦଣ୍ଡ ଶୁଣାଇବା ସହିତ ୨୦ ହଜାର ଟଙ୍କାର ଜରିମାନା କରାଯାଇଛି। ଜରିମାନା ଅନାଦେୟ ଦୋଷୀକୁ ଆଉ ଏକ ବର୍ଷ ଜେଲ ଭୋଗିବାକୁ ପଡିବ ବୋଲି ଅଦାଲତ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ଜି.ଉଦୟଗିରି ଥାନା ଅଞ୍ଚଳର ଜିତେନ୍ଦ୍ର କୁମାର […]

କପିଳାସ ବାରବାଙ୍କ ରାସ୍ତାର ଆଲୋକୀକରଣର ଶୁଭ ଉଦ୍‌ଘାଟନ – ଜିଲାରେ ପର୍ଯ୍ୟଟନର ଉନ୍ନତି ପାଇଁ ୫୦ କୋଟିରୁ ଉଦ୍ଧ୍ୱର୍ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅନୁମୋଦିତ

ଢେଙ୍କାନାଳ(ଉଲ୍ଲାପ୍ର )ଓଡିଶାର ପ୍ରସିଦ୍ଧ ଶୈବପୀଠ କପିଳାସର ବାରବାଙ୍କ ରାସ୍ତାର ଆଲୋକୀକରଣ କାର୍ଯ୍ୟର ଶୁଭ ଉଦଘାଟନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଓଡିଶା ସରକାରଙ୍କ ପୂର୍ତ, ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭ ଉଦଘାଟନ କରିଥିବା ବେଳେ କପିଳାସ ପୀଠର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱତନ୍ତ୍ର ଭାବେ ଦୃଷ୍ଟିଦେବା ସହିତ ଜିଲାରେ ଥିବା ପର୍ଯ୍ୟଟନ ସ୍ଥଳୀର ଉନ୍ନତି ପାଇଁ ବିପୁଳ ଅର୍ଥ ଅନୁମୋଦନ କରିଛନ୍ତି । […]

ଢେଙ୍କାନାଳ ସିଦ୍ଧ ବଳଦେବ ଜିୟୁ ଙ୍କ ମନ୍ଦିର ପ୍ରାଙ୍ଗଣ ରେ ଶ୍ରାବଣ ମାସର ଏକାଦଶୀ ଥିବାରୁ ଆଜି ବିଶେଷ ପୂଜା ଅର୍ଚନା କରାଯାଇଛି । ପ୍ରାତଃରୁ ମଙ୍ଗଳ ଆଳତି ଦ୍ଵାର ପାଳ ପୂଜା । ମହାସ୍ନାନ ବତ୍ସ ତୁଳସି ହାର, ଫୁଲ ହାର ରେ ସୁସଜ୍ଜିତ କରାଯାଇ ଥିଲା ।ବହ୍ଲବ ଭୋଗ ୧୦.୩୦ ରେ ଖେଚେଡି ଭୋଗ ମଧ୍ୟାନ୍ନ ରେ ଅନ୍ନ ଧୂପ ସନ୍ଧା ସମୟରେ ଆଳତି ଓ ଏକଦଶୀ ବେଢା ପରିକ୍ରମା ଓ ମହାଦିପ ଉଠିବ […]

ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାର ଅଭିଯୁକ୍ତ କୁ କୋଡିଏ ବର୍ଷ ଜେଲ ଓ ଜରିମାନା

ଫୁଲବାଣୀ (ସୁନୀଲ ପଟନାୟକ )ଫୁଲବାଣୀ ସ୍ବତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ତଥା ଅତିରିକ୍ତ ଜିଲ୍ଲା ଦୌରା ଜଜ ସୋମବାର ନାବାଳିକା ଅପହରଣ ଓ ଦୁସ୍କର୍ମ ମାମଲାର ବିଚାର କରି ଅଭିଯୁକ୍ତ ଜି. ଉଦୟଗିରି ଥାନା ଅନ୍ତର୍ଗତଜିତେନ୍ଦ୍ର କୁମାର ଦିଗଲ ଛୟାଳୀଶ ବର୍ଷ କୁ କୋଡିଏ ବର୍ଷ ସଶ୍ରମ କାରାଦଣ୍ଡ ସହ କୋଡିଏ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି lସୁଚନା ଅନୁଯାୟୀ ଗତଏପ୍ରିଲ ଚାରି ତାରିଖ ରେ ୨୦୧୯ ରେ ପିଡିତl ଏକାକୀଘରେ ଥିବା ବେଳେ ଜିତେନ୍ଦ୍ର […]

ବନ୍ୟା ସ୍ରୋତ ରେ ଭାସିଯାଉଥିବା ଦୁଇଟି ବଳଦ କୁ ଟିକାବାଲି ଅଗ୍ନିଶମ ବାହିନୀ ଦ୍ୱାରା ଉଦ୍ଧାର

ଫୁଲବାଣୀ (ସୁନୀଲ ପଟନାୟକ ) କନ୍ଧମାଳ ଜିଲା ଟିକାବାଲି ବ୍ଲକ ଅନ୍ତର୍ଗତ କଇଁଝର ଗ୍ରାମପଞ୍ଚାୟତ ଅଞ୍ଚଳ ରେ ବନ୍ୟା ସ୍ରୋତ ରେଦୁଇଟି ବଳଦ ଭାସିଯାଉଥିବାବେଳେ ଖବରପାଇ ଅଗ୍ନିଶମ ବାହିନୀ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଂଚି ନଦୀର ପ୍ରବଳ ସ୍ରୋତ କୁ ଖାତିର ନ କରି ଭାସିଯାଉଥିବା ଦୁଇଟି ବଳଦ କୁ ଉଧାର କରିବାରେ ସଫଳ ହୋଇଥିଲେ lଟିକାବାଲି ଅଗ୍ନିଶମ ବିଭାଗ ଅଧିକାରୀ ଧବଳେଶ୍ୱର ପ୍ରଧାନ ଙ୍କ ନେତୃତ୍ବରେ କର୍ମଚାରୀ ମାନେ ମିଶି ନିଜ ଜୀବନକୁ ବିପନ […]

ପ୍ରାଥମିକ ସ୍କୁଲ ବନ୍ଦ ନ କରିବାକୁ ଦାବୀ କରି ବିଇ ଓ ଙ୍କୁ ଦାବୀ ପତ୍ର

ଫୁଲବାଣୀ(ସୁନୀଲ ପଟନାୟକ )-ସୋମବାର କନ୍ଧମାଳ ଜିଲ୍ଲାର ସତ୍ୟସାଇ ପ୍ରାଥମିକ ବିଦ୍ୟାଳୟର ୫୦ରୁ ଉର୍ଦ୍ଧ୍ବ ଅଭିଭାବକ ଅଭିଭାବିକାମିଶି ଫୁଲବାଣୀ ବିଇଓ ଙ୍କ କାର୍ଯ୍ୟାଳୟ କୁ ଯାଇ ସ୍କୁଲ ବନ୍ଦ ନ କରିବାକୁ ଏକ ଲିଖିତ ଅଭିଯୋଗ କରିଛନ୍ତି ।ସୂଚନା ଯୋଗ୍ୟ ଯେ, ଶ୍ରୀ ସତ୍ୟସାଇ ପ୍ରାଥମିକ ବିଦ୍ୟାଳୟ ୧୯୮୦-୮୧ ମସିହାରୁ ସରକାରଙ୍କ ଅନୁମତି ପ୍ରକାରେ ପ୍ରାଥମିକ ବିଦ୍ୟାଳୟର ଜାଗା ଉପରେ ଅଦ୍ୟାବଧି ଚାଲି ଆସୁଥିଲା । କିନ୍ତୁ ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ଏହିକି ଯେ, ଶ୍ରୀ […]

ସରପଞ୍ଚ ଙ୍କ ଦସ୍ତଖତ ଜାଲିଆତି କରି ଟଙ୍କା ହଡପ ଉଦ୍ୟମ

ଫୁଲବାଣୀ(ସୁନୀଲ ପଟନାୟକ )ସରପଞ୍ଚ ଙ୍କ ଦସ୍ତଖତ ଜାଲିଆତି କରି ତୈୟାଳସି ହଜାର ଦୁଇଶ ନବେ ଟଙ୍କା ବିଲ କରି ହଡପ କରିବାକୁ ଉଦ୍ୟମ ହୋଇଥିବାନେଇ ଅଭିଯୋଗ ହୋଇଛି lକନ୍ଧମାଳ ଜିଲା ଦାରିଂବାଡ଼ି ବ୍ଲକ ସୋନପୁର ପଂଚାୟତ ରୁ ଏଭଳି ଅଭିଯୋଗ ଆସିଛି lସୋନପୁର ସରପଞ୍ଚ କୁମୁଦିନୀ ପ୍ରଧାନ ବିଡ଼ିଓ ଗଦାଧର ପାତ୍ର ଙ୍କ ନିକଟରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଛନ୍ତି lସୋନପୁର ପଂଚାୟତ ଅନ୍ତର୍ଗତଡବେଡି ଗ୍ରାମରେ ଜମି ଉନ୍ନୟନ କାର୍ଯ୍ୟରେ ଅଧିକା ବିଲକରି […]