କୋଟଗଡ଼ ତହସିଲଦାରଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ,ଅଳ୍ପକେ ବର୍ତ୍ତିଲେ ତହସିଲଦାର

ଫୁଲବାଣୀ(ସୁନୀଲପଟନାୟକ)ରବିବାର କୋଟଗଡ଼ତହସିଲଦାର ଫୁଲ ବାଣୀ ଆସୁଥିବାବେଳେ କ.ନୁଆଗାଁ ଚାଉଳ ଗୋଦାମ ବୁଲାଣୀରେ ଗାଡିଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇପଡିଥିଲା। ହେଲେ ସୌଭାଗ୍ୟବଶତଃ ତହସିଲଦାର ଅଳ୍ପକେ ବର୍ତ୍ତିଯାଇଥିବା ଖବର ମିଳିଛି । ଦୁର୍ଘଟଣା ଗସ୍ତ ମହିନ୍ଦ୍ରାଟିୟୂଭି- ଗାଡି ନମ୍ବର ଓଡ଼ି୨୫ -କେ-୯୭୦୦ଆଜି ଜିଲ୍ଲାପାଳ ଡା .ବୃନ୍ଦାଡ଼ିଙ୍କ ବଦଳୀ ହୋଇଯିବା ଫଳରେ ବିଦାୟ କଳୀନ ଫେରୱେଲ ମିଟିଙ୍ଗ ରେ ବୋଧହୁଏ ଯୋଗଦେବାଲାଗି ଆସୁଥିବାବେଳେ ଅପରାହ୍ନ୫ଟାରେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ଗାଡିଟି ସାମାନ୍ୟ କ୍ଷତିଗସ୍ତ ହୋଇଥିବାବେଳେ ଏଥିରେ ବସିଥିବା ତହସିଲଦାର […]

ଏନ ଏ ସି ନିର୍ବାହୀ ଅଧିକାରୀ ଶୁଣିଲେନି, ପାଣି ପାଇଂ ଧାରଣା ଦେଲେ ଲୋକେ

ଫୁଲବାଣୀ (ସୁନୀଲ ପଟନାୟକ )ସରକାର ପ୍ରତି ଘରକୁ ସ୍ଵଛ ପାନୀୟ ଜଳ ଯୋଗାଇ ଦେଉଥିବା କଥା କହୁଛନ୍ତି ହେଲେ ଏ ସବୁ କାଗଜ କଲମ ରେ ଚାଲିଛି lବାରମ୍ବାର ଅଭିଯୋଗ କରିବା ସତ୍ୱେ ନିର୍ବାହୀ ଅଧିକାରୀ କୁଆଡେ ଶୁଣୁନାହାନ୍ତି lଫଳରେ ବାଧ୍ୟ ହୋଇ ଧାରଣା ରେ ବସିଲେ ଲୋକେl ଏ ଭଳି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳଜିଲ୍ଲା ବାଲିଗୁଡ଼ା ଏନ ଏ ସି ର ୧ ନମ୍ବର ୱାର୍ଡ ରେ l ସେମାନଙ୍କ ଅଭିଯୋଗ ହେଲା ଯେ […]

ଯୋରନ୍ଦା ମାଧବ ଚନ୍ଦ୍ର ବିଦ୍ୟାପୀଠ ସମାଜସେବା ପାଇଁ ଭାରତ ସ୍କାଉଟ ତରଫରୁ ଲଷ୍ମୀ ମଜୁମଦାର ଟ୍ରଫି ରାଜ୍ୟପାଳ ଙ୍କ ଠାରୁ ଗ୍ରହଣ କଲେ

ଆଠଗଡ (ଉଲାପ୍ର )ଆଠଗଡ ବ୍ଲକ ଯୋରନ୍ଦା ମାଧବ ସାମନ୍ତ ସିଂହାର ବିଦ୍ୟାପୀଠ ର ଶିବାଜୀ Scout Troop କୁ ସମାଜ ସେବା ନିମନ୍ତେ ଭାରତ ସ୍କାଉଟ୍ସ୍ ଏବଂ ଗାଈଡ୍ସ ମୁଖ୍ୟାଳୟ ତରଫରୁ ଲକ୍ଷ୍ମୀ ମଜୁମଦାର ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି, ରାଜ୍ୟ ମୁଖ୍ୟାଳୟ କୁ ଏହି ଟ୍ରଫି ଆସିବା ପରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଏବଂ Scout Master ଙ୍କୁ ସ୍ଵତନ୍ତ୍ର ନିମନ୍ତ୍ରଣ କରାଯାଇଥିଲା । ଭୁବନେଶ୍ୱର ଜୟଦେବ ଭବନ ଠାରେ ଆୟୋଜିତ ରାଜ୍ୟପୁରସ୍କାର ଉତ୍ସବ […]

କଥା ରଖିଲେ ବଣ୍ଡଗୁଡ଼ା ସରପଞ୍ଚ

–ଫୁଲବାଣୀ (ସୁନୀଲ ପଟନାୟକ )ଶିକ୍ଷକତା ଛାଡି ସମାଜସେବାପ୍ରତି ମନ ବଳାଇ ରାଜନୀତି ରେ ପାଦଥାପି ଥିବା ନବ ନିର୍ବାଚିତବଣ୍ଡ ଗୁଡା ସରପଞ୍ଚ ସଞ୍ଜୟ ପ୍ରଧାନ ନିର୍ବାଚନ ସମୟରେ ଦେଇଥିବା ପ୍ରତିଶୃତି କୁ ପୂରଣ କରିଛନ୍ତି ସେ l ସରପଞ୍ଚ ଭାବେ ଦାୟିତ୍ୱ ନେବାର ତିନି ମାସ ମଧ୍ୟରେ ଲୋକଙ୍କୁ ବିଶୁଦ୍ଧ ପିଇବା ପାଣି ଯୋଗାଇ ଲୋକଙ୍କ ମୁଁହରେ ହସ ଫୁଟାଇ ଜନତା ଙ୍କ ଆସ୍ଥାଭାଜନ ହୋଇ ପାରିଛନ୍ତି l ଦୀର୍ଘବର୍ଷ ହେବ ବଣ୍ଡଗୁଡା ଗ୍ରାମ ପଂଚାୟତ ର […]

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ନୂତନ ପ୍ରଧାନ ଆଚାର୍ଯ୍ୟ ଯୋଗଦାନ

ଫୁଲବାଣୀ -(ସୁନୀଲ ପଟନାୟକ )ସ୍ଥାନୀୟ ଫୁଲବାଣୀ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ନୂତନ ପ୍ରଧାନ ଆଚାର୍ଯ୍ୟ ଭାବେ ରାଜେନ୍ଦ୍ର କୁମାର ପାଢ଼ୀ ଯୋଗଦେଇ ବିଦାୟୀ ପ୍ରଧାନ ଆଚାର୍ଯ୍ୟ ଜାନକୀ ବଲ୍ଲଭ ବିଷୋୟୀଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି l ପରିଚାଳନା ସମିତିର ଏକ ଔପଚାରିକ ବୈଠକରେ ପରିଚାଳନା ସମିତିର ସଭାପତି ଶ୍ରୀ ହରିଶ୍ଚନ୍ଦ୍ର ମହାରଣା, ଉପ ସଭାପତି ଡ଼ଃ ଚିତ୍ତରଞ୍ଜନ ମିଶ୍ର, ସମ୍ପାଦକ ବିରଂଚି ନାରାୟଣ ମିଶ୍ର, ସହ- ସମ୍ପାଦକ ଅରୁଣ କୁମାର ଶତପଥୀ, କୋଷାଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର […]

ଅଲ ଇଣ୍ଡିଆ ମୋବାଇଲ ରିଟେଲର ଆସୋସିଏସନ ପକ୍ଷରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ୫୫ ୟୁନିଟ୍ ରକ୍ତ ସଂଗ୍ରୃହିତ

ଫୁଲବାଣୀ -(ସୁନୀଲ ପଟନାୟକ )ଅଲ ଇଣ୍ଡିଆ ମୋବାଇଲ ରିଟେଲର ଆସୋସିଏସନ କନ୍ଧମାଳ ଶାଖା ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ଫୁଙ୍କବାଣୀ ରକ୍ତ ଭଣ୍ଡାର ରେ ଆୟୋଜିତ ଶିବିରରେ ମୁଖ୍ଯ ଅତିଥି ଭାବେ ଫୁଲବାଣୀ ପୌରାଧ୍ୟକ୍ଷା ଶ୍ରୀମତୀ ସ୍ମିତାରାଣୀ ମହାନ୍ତି ଯୋଗ ଦେଇ ଏହାର ଶୁଭ ଉଦଘାଟନ କରିଥିଲେ। ଏହି ଅବସରରେ ଅନ୍ଯତମ ଅତିଥି ଭାବେ ଫୁଲବାଣୀ ରକ୍ତଦାନ ସମିତିର ସମ୍ପାଦକ ବିଜୟ ମହାନ୍ତି, ସହସମ୍ପାଦକ ତଥା ବିଶିଷ୍ଠ ରକ୍ତଦାତା ପ୍ରଶାନ୍ତ କୁମାର ବେହେରା,ବରିଷ୍ଠ ସଦସ୍ୟ […]

ସୋସିଆଲ ମିଡ଼ିଆରେ ଦଳିତଙ୍କ ପ୍ରତି କଟୁ ମନ୍ତବ୍ୟ ନେଇ ଏତେଲା

ଫୁଲ ବାଣୀ(ସୁନୀଲପଟନାୟକ)ସୋସିଆଲ ମିଡ଼ିଆ ରେ ସୁଶିଲ କୁମାର ହାଁସଦା ନାମକ ଜଣେ ବ୍ୟକ୍ତି ସିଧାସଳଖ ଦଳିତଙ୍କ ପ୍ରତି କଟୁ ମନ୍ତ୍ ବ୍ୟ ଦେବା ଓ ଏହାଭାଇରାଲ ହେବା ଫଳରେ ଦଳିତ ପାଣ ସମ୍ପ୍ରଦାୟ ଙ୍କ ସମ୍ମାନରେ ଆଞ୍ଚ ଆସିଥିବା ଦର୍ଶ। ଇ ଶନିବାର ସାଇବର ଥାନାରେ ଏତଲା ଦିଆଯାଇଛି । ଏହି ଭିଡ଼ିଓ ସଂପର୍କରେ ତଦନ୍ତ କରଯାଇ ସଂପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଫିରିଙ୍ଗିଆ ପାଣ ସମାଜସଭାପତି କୃଷ୍ଣଚନ୍ଦ୍ର ଦିଗଲ, ସଂପାଦକ କୁଳମଣି […]

ଡ୍ରାଇଭର ସଂଘ ତରଫରୁ ବାଲିଗୁଡ଼ା ବିଧାୟକଙ୍କୁ ଦାବିପତ୍ର

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ଡ୍ରାଇଭର ସଂଘର କର୍ମକର୍ତ୍ତା ମାନେ ବାଲିଗୁଡା ବିଧାୟକ ଚକ୍ରମଣି କହଁରଙ୍କୁ ଏକ ଦଶ ଦଫା ଦାବି ପତ୍ର ପ୍ରଦାନ କରିଛନ୍ତି। ଏଥିରେ ଡ୍ରାଇଭର ମାନଙ୍କ ସୁରକ୍ଷା ଠାରୁ ଆରମ୍ଭ କରି ବୀମା ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ଭଳି ବିଭିନ୍ନ ଦାବି ପ୍ରତି ସରକାରଙ୍କ ଅବହେଳା ଦର୍ଶାଯାଇଛି। ଉକ୍ତ ଦାବି ପ୍ରଦାନ ବେଳେ ବାଲିଗୁଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସମସ୍ତ ବ୍ଲକର ଡ୍ରାଇଭର […]

ନିଶା ନିବାରଣ ପାଇଁ ମହିଳା ଙ୍କ ସଚେତନତା ପଦଯାତ୍ରା

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ):.ସେ ଗାଁ ରହୁଅନ୍ତୁ ଅବା ସହର, ମହିଳାମାନେ ଆଉ ଆଗ ପରି ଘର କୋଣ ରେ ନରହି ପଦାକୁ ଆସିଲେଣି l ନିଜେ ସ୍ୱାବଲମ୍ବୀ ହେବା ସହ ନିଶାନିବାରଣ ନେଇ ସଚେତନତା ସୃଷ୍ଟି କରିବା ସହ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଅଣ୍ଟା ଭିଡିଛନ୍ତି ଖଜୁରୀପଡା ବ୍ଲକ ଅନ୍ତର୍ଗତ ବଳସକୁମ୍ପା ପଂଚାୟତ ମହିଳା ମାନେ ଗାଁ ରେ କେହି ନିଶା ଦ୍ରଵ୍ୟ ବିକ୍ରୀ କରିବେ ନାହିଁ କି ନିଶା ସେବନ କରିବେ ନାହିଁ ବୋଲି ମହିଳାମାନେ […]

ଭୋଜି ଖାଇବାକୁ ଯିବାବେଳେ ଯାତ୍ରୀବାହୀ ଟ୍ରକ ଓଲଟି ୮୦ରୁ ଉର୍ଦ୍ଧ୍ଵ ଆହତ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଥାନା ସିଜିଗାଣ୍ଡା ଘାଟିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା l ଦୁର୍ଘଟଣାରେ ୮୦ରୁ ଉର୍ଦ୍ଧ୍ଵ ଲୋକେ ଆହତ ହୋଇଥିବା ବେଳେ ଅନେକଙ୍କ ଅବସ୍ଥା ଗୁରତର ରହିଛି l ସୂଚନା ମୁତାବକ ଗଦାପୁର ପଞ୍ଚାୟତ ପୁଟୁଡୁ ମାହା ଗ୍ରାମରୁ କନ୍ୟା ଯାତ୍ରୀ ଲୋକେ ଏକ ଟ୍ରକ ଯୋଗେ ଭୋଜି ଖାଇବାକୁ ବର ଯାତ୍ରୀ ଗ୍ରାମ ପାଙ୍ଗାଲିକୁ ଆସୁଥିଲା । ପ୍ଲିହେରି ପଞ୍ଚାୟତ ପାଙ୍ଗାଲି ଗ୍ରାମକୁ ଆସୁଥିବା ବେଳେ […]