ମଧ୍ୟାହ୍ନ ଭୋଜନରେ ପୋକରା ଚାଉଳ ପରେ ଏବେ ପ୍ଲାଷ୍ଟିକ ଚାଉଳ

ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ):ପୋକରା ଚାଉଳ ପରେ ଏବେ ପୁଣି ପ୍ଲାଷ୍ଟିକ ଚାଉଳ । ତାହା ପୁଣି ମଧ୍ୟାହ୍ନ ଭୋଜନରେ । ଏ ହେଉଛି ମଧ୍ୟାହ୍ନ ଭୋଜନ ପାଇଁ ପିଲାଙ୍କୁ ଦିଆଯାଉଥିବା ଚାଉଳ । ଯେଉଁଥିରେ ପ୍ଲାଷ୍ଟିକ ଚାଉଳ ଥିବା ଅଭିଯୋଗ ହୋଇଛି । ଏଭଳି ଅପମିଶ୍ରିତ ଚାଉଳ ଖାଇଲେ କଣ ପିଲାଙ୍କୁ ପୌଷ୍ଟିକ ତତ୍ତ୍ୱ ମିଳିବ ? ଏଭଳି ଅପମିଶ୍ରିତ ଚାଉଳରେ ମଧ୍ୟାହ୍ନ ଭୋଜନ ଦିଆଯାଉଛି କନ୍ଧମାଳରେ ।କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକର […]

୩୦ ମେ’ରୁ ଜୀ ସାର୍ଥକରେ ନୂଆ ମେଗା ସିରିୟଲ ‘ସୁନାଝିଅ’

ଭୁବନେଶ୍ୱର : ଜୀ ସାର୍ଥକରେ ପୁଣି ଏକ ନୂଆ ସିରିୟଲ ଆରମ୍ଭ ହେବାକୁ ଯାଉଛି । ଯାହାର ନାଁ ରହିଛି ‘ସୁନା ଝିଅ’ । ଆସନ୍ତା ମେ ୩୦ରୁ ପ୍ରତ୍ୟେକ ଦିନ ସଂଧ୍ୟା ୭ଟା ୩୦ରେ ଏହା ପ୍ରସାରିତ ହେବ । ଏଥିରେ ଓଡିଆ ଘରର ନିଛକ କାହାଣୀକୁ ସ୍ଥାନ ଦିଆଯାଇଛି । ମା’ର ସୁରକ୍ଷା ଓ ସମ୍ମାନ ପାଇଁ କିଭଳି ଝିଅ ନିଜକୁ ପ୍ରସ୍ତୁତ କରିଛି ତାହାର ଝଲକ ଏହି ମେଗା ଧାରାବାହିକରେ ଦେଖିବାକୁ ମିଳିବ […]

ଚଳଚ୍ଚିତ୍ର ‘ଦୃଷ୍ଟିକୋଣ’ର ସ୍ୱତନ୍ତ୍ର ସିନେ କ୍ରିିଟିକ୍ ସୋ 5 ଷ୍ଟାର ମାନ୍ୟତା ଦେଲେ କ୍ରିଟିକ୍ସ

ଭୁବନେଶ୍ୱର : ପୁଣି ମୁଖ୍ୟସ୍ରୋତକୁ ଫେରିବ କି ଓଡିଆ ଚଳଚ୍ଚିତ୍ର ? ଓଡିଆ ଚଳଚ୍ଚିତ୍ର ଦେଖିବାକୁ ପ୍ରେକ୍ଷାଳୟକୁ ଆସିବେ କି ଓଡିଆ ଦର୍ଶକ ? ଏମିତି ଅନେକ ଅସମାହିତ ପ୍ରଶ୍ନର ଉତ୍ତର ଖୋଜା ଚାଲିଛି । ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବା ପୂର୍ବରୁ ଓଡିଆ ଚଳଚ୍ଚିତ୍ର ଦୃଷ୍ଟିକୋଣର ଏକ ପ୍ରେସ ସୋ ସ୍ଥାନୀୟ ସ୍ୟାଣ୍ଡି ଟାୱାର ଠାରେ ଆୟୋଜିତ ହୋଇଛି । ସିନେ କ୍ରିଟିକ, ସିନେ ପ୍ରେମୀ, ସାମ୍ବାଦିକଙ୍କ ଗହଣରେ ଏହି ସୋ ଅନୁଷ୍ଠିତ ହୋଇଛି । ଅକ୍ଷୟ […]

ପ୍ରଧାନ ଶିକ୍ଷକ ଏବଂ ସହକାରୀ ଶିକ୍ଷକଙ୍କ ମଧୁଚନ୍ଦ୍ରିକାରେ ଚାଲିଛି ସରକାରୀ ବିଦ୍ୟାଳୟ :ବିଭାଗୀୟ ତଦନ୍ତ ଦାବୀ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ଆମ ରାଜ୍ୟରେ ଥିବା ଅନୁସୂଚିତ ଜାତି ଜନଜାତି ଓ ଅନ୍ୟାନ୍ୟ ପଛୁଆ ବର୍ଗର ଛାତ୍ର ଛାତ୍ରୀ ମାନଙ୍କର ଶିକ୍ଷା କ୍ଷେତ୍ରରେ ବିକାଶ ତଥା ଉନ୍ନତି ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି। କିନ୍ତୁ ଏବେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗିବାଡ଼ି ବ୍ଲକ ବୁଡ଼ାଗୁଡ଼ା ପଞ୍ଚାୟତରେ ଥିବା ବୌଦୁଙ୍ଗିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଗୁମିକିଆ ପଞ୍ଚାୟତରେ ଥିବା ସୁକାଲାଦା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷାଦାନର କିଛି ଭିନ୍ନ […]

ଉତ୍କଳ ସାମ୍ବାଦିକ ସଙ୍ଘ ଗୋଟିଏ ଛାତ ତଳେ ଏକାଠି ହେଲେ,ଦୁଇସଙ୍ଘ ଏକାଠି ହେବାକୁ ନିଷ୍ପତ୍ତି ନେଲେ,ସଙ୍ଘ ଛାତତଳେ ବହୁ ବରିଷ୍ଠ ସାମ୍ବାଦିକ ସାତବର୍ଷ ପରେ ଏକାଠି ହେଲେ

ଭୁବନେଶ୍ୱର(ଉଲାପ୍ର)ରାଜ୍ୟର ସର୍ବ ପୁରାତନ ସାମ୍ବାଦିକ ସଙ୍ଘ ଉତ୍କଳ ସାମ୍ବାଦିକ ସଙ୍ଘ ପୁନର୍ବାର ଏକାଠି ହୋଇଛି।ଏହାର ପ୍ରଥମ ବୈଠକ ଭୁବନେଶ୍ୱର ଠାରେ ଥିବା ଉତ୍କଳ ସାମ୍ବାଦିକ ସଙ୍ଘର କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି।ଉତ୍କଳ ସାମ୍ବାଦିକ ସଙ୍ଘର ସଭାପତି ବିଭୁତି ଭୂଷଣ କରଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ବୈଠକରେ ରାଜ୍ୟର ୩୦ ଗୋଟି ଜିଲାର ସଭାପତି ମାନେ ଯୋଗଦେଇ ନିଜନିଜର ମତାମତ ରଖିଥିଲେ।ବିଭୁତି ଭୂଷଣ କରଙ୍କ ୧୫ ଟି ଜିଲାର ପ୍ରତିନିଧି ଓ ବେଣୁଧର ପଣ୍ଡାଙ୍କ ୧୫ ଟି ଜିଲାର […]

ଢେଙ୍କାନାଳ ରେ ମୋ ବ୍ଲକ ମୋ ଜିଲା ବୈଠକ ଅନୁଷ୍ଠିତ

ଢେଙ୍କାନାଳ(ଉଲାପ୍ର)ଢେଙ୍କାନାଳ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ଙ୍କ ଅଧ୍ୟକ୍ଷତାରେ ମୋ ପଞ୍ଚାୟତ – ମୋ ବ୍ଲକ – ମୋ ଜିଲ୍ଲା ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅଜିନା ପୁହାଣ ବୈଠକରେ ଯୋଗ ଦେଇ ଜନସାଧାରଣଙ୍କ ସମସ୍ୟା ସମାଧାନ ଉପରେ ବିଡିଓମାନେ ବିଶେଷ ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି । ଲାଇନ ଡିପାର୍ଟମେନ୍ଟ ଅଧିକାରୀମାନେ ପ୍ରତ୍ୟକ୍ଷ ଭାବେ ଗସ୍ତ କରି ସେମାନଙ୍କର […]

କୁଇନ୍ ଓ ବିବେକୀ ଙ୍କ “ରେ ମୋ ଧନ” ର ପ୍ରଥମ ଭାଗ ସଫଳତା ପରେ ଦ୍ବିତୀୟ ଭାଗକୁ ଅପେକ୍ଷା କରିଛନ୍ତି ଜ୍ୟୋତି ଓ ଦିପ୍ତୀ ।

ଭୁବନେଶ୍ବର ସ୍ଥିତ ସହିଦ୍ ନଗରଠାରେ ଜାନୁଷ୍ଟାର ମ୍ୟୁଜିକ୍‌ର ଏକ କାହାଣିଭରା ମ୍ୟୁଜିକ୍ ଭିଡ଼ିଓ “ରେ ମୋ ଧନ” ର ଭିଡ଼ିଓ ରିଲିଜ୍ ହୋଇଯାଇଥିଲା । ଏହି ମ୍ୟୁଜିକ୍ ଭିଡ଼ିଓ ଟି ବାବୁ ବାବୁ ଙ୍କ କାହାଣୀ, ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନାରେ ଖୁବ୍ ସୁନ୍ଦର ଭାବେ ଅଭିନୟ କରିଛନ୍ତି କୁଇନ୍ ଓ ବିବେକ ଏଥିସହ ଗୀତ ଟିକୁ ଖୁବ୍ ସୁନ୍ଦର ଭାବେ ମଧ୍ୟ କଣ୍ଠଦାନ କରିଛନ୍ତି ଅମ୍ରିତା ନାୟକ ଓ ପ୍ରଯୋଜକ ଭାବେ ଅଛନ୍ତି ଜାନୁଭାଇ । ଏଣୁ […]

ନୂତନ ବସଷ୍ଟାଣ୍ଡ ପୁନଃ କାର୍ଯ୍ୟକ୍ଷମ କରାଯିବା କୁ ଦାବି

ବରଗଡ଼ (ସତ୍ୟ ନାରାୟଣ ପ୍ରଧାନ)ଲକ୍ଷାଧିକ ଟଙ୍କା ବ୍ୟୟ ରେ ପୈାର ପରିଷଦ ଦ୍ବାରା ନିର୍ମିତ ଘରୋଇ ବସଷ୍ଟାଣ୍ଡ ବହୁ ପ୍ରତୀକ୍ଷା ପରେ ଗତ ବର୍ଷ ଅଗଷ୍ଟ ୨୦ ତାରିଖ ଦିନ ତତ୍କାଳୀନ ପୈାର ପ୍ରଶାସିକା ତଥା ଜିଲ୍ଲାପାଳ ମନୀଷା ବାନାର୍ଜୀ ଉଦଘାଟନ ପରେ ଘରୋଇ ବସ ଗୁଡିକ ଉକ୍ତ ଷ୍ଟାଣ୍ଡରୁ ଚଳପ୍ରଚଳ ହୋଇଥିଲା। ସେଠାରେ ଥିବା ଦୋକାନ ବଜାର ମଧ୍ୟ ଚଳଚଞ୍ଚଳ ହୋଇଥିଲା। କିନ୍ତୁ କିଛି ମାସ ପରେ ନୂତନ ବସଷ୍ଟାଣ୍ଡ ରେ ପାନୀୟଜଳ ଓ ଶୈ।ଚାଳୟ […]

ବୀରମାଲ ଛକରେ କୃଷି ଓ କୃଷି ଜାତ ଦ୍ରବ୍ଯ ର ବିପଣୀ ଉଦଘାଟିତ

ବରଗଡ଼:(ସତ୍ୟ ନାରାୟଣ ପ୍ରଧାନ) ବରଗଡ଼ ବ୍ଲକ ଅନ୍ତର୍ଗତ ବୀରମଲ ର ଚାରି ଛକ ଠାରେ ଓରମାସ ଏବଂ ମିଶନ ଶକ୍ତି ବିଭାଗର ସହାୟତା ରେ ଉତ୍ପାଦକ ଗୋଷ୍ଠୀ ମାନଙ୍କ ଦ୍ୱାରା ପରିଚାଳିତ କୃଷି ଓ କୃଷି ଜାତ ଦ୍ରବ୍ୟ ର ବିପଣୀ କୁ ଜିଲ୍ଲାପାଳ ମନୀଷା ବାନାର୍ଜୀ ଆଜି ଉଦଘାଟନ କରିଛନ୍ତି ।ଏହି ଆଉଟ୍ ଲିଟ ବା ବିପଣୀ କେନ୍ଦ୍ର ରେ ମୁଖ୍ୟତଃ ଜୈବିକ କୃଷି କୁ ପ୍ରୋତ୍ସାହିତ କରିବା ସହିତ ଅଂଚଳ ର ଚାଷୀ ମାନଙ୍କୁ […]

ଢେଙ୍କାନାଳରେ ବୈଶାଖୀ ମହୋତ୍ସବ ଉଦ୍ଘାଟିତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଦୁଲୁକୁଛି ମଂଚ

ଢେଙ୍କାନାଳ(ଉଲାପ୍ର)ଢେଙ୍କାନାଳ ଜିଲା ସାଂସ୍କୃତିକ ଅନୁଷ୍ଠାନ ଗୁଡ୍ନାଇଟ୍ କ୍ଲବ୍ ପକ୍ଷରୁ ପ୍ରଥମ ବୈଶାଖୀ ମହୋତ୍ସବ ବୁଧବାରଠାରୁ ଆରମ୍ଭ ହୋଇଛି । ତିନିଦିନ ଧରି ଆୟୋଜିତ ହେଉଥିବା ଏହି କାର୍ଯ୍ୟକ୍ରମର ପ୍ରଥମ ସଂଧ୍ୟାକୁ ବିଶିଷ୍ଟ ଉଦ୍ୟୋଗୀ ହର୍ଷବର୍ଦ୍ଧନ ସିଂହଦେଓ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍ଘାଟନ କରିଥିଲେ । ଅନୁଷ୍ଠାନର ଅଧ୍ୟକ୍ଷ ତଥା ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠାନର ସଭାପତି ସୁକାନ୍ତ ମିଶ୍ର, ସଂପାଦକ ବିଶ୍ୱନାଥ ବେହେରା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଜିଲ୍ଲାର ଲୁକ୍କାୟିତ କଳା ଓ […]