ନରସିଂହପୁର ରେ ମାଳ ମାଳ ନକଲି ଶିକ୍ଷକ, ସବୁ ଜାଣି ଚୁପ ଶିକ୍ଷାବିଭାଗ,ପୂର୍ବତନ ଗଣଶିକ୍ଷା ମନ୍ତ୍ରୀ ଦେବୀ ମିଶ୍ର ଙ୍କର ଅଞ୍ଚଳରୁ ଆସିଛି ଏହି ସାଙ୍ଘାତିକ ତଥ୍ୟ

ନରସିଂହପୁର(ଉଲାପ୍ର)ରାଜ୍ୟରେ ଜାଲ୍‌ ପ୍ରମାଣ ପତ୍ର ଦେଇ ଅନେକ ଶିକ୍ଷକ ଶିକ୍ଷକତା କରୁଥିବା ବେଳେ ଏବେ ନରସିଂହପୁର ବ୍ଲକ ରେ ପ୍ରାୟ ୨୫ ରୁ ଉର୍ଦ୍ଧ୍ବ ଶିକ୍ଷକ ଜାଲ ପ୍ରମାଣ ପତ୍ର ଦେଇ ଚାକିରୀ କରୁଥିବାର ସୂଚନା ଅଧିକାର ଆଇନି ବଳ ରେ ଦେଖିବାକୁ ମିଳିଛି। ଏହା ଜଣାପଡ଼ିବା ପରେ ଏବେ ଚିନ୍ତାରେ ନରସିଂହପୁରବାସୀ ଏବଂ ବିପଦରେ କୁନି କୁନି ପିଲା ମାନଙ୍କ ଭବିଷ୍ୟତ। ପୁର୍ବତନ ମନ୍ତ୍ରୀ ତଥା ବିଜେଡ଼ିର ପାୱାର କରିଡର ର ଜଣେ ପାୱାର ଫୁଲ […]

ନରସିଂହପୁରରେ ବ୍ଲକ୍ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ଯୋଗଦେଲେ ନାସା ବୈଜ୍ଞାନିକ ଦୀପକ କରଣ

ନରସିଂହପୁର(ଉଲାପ୍ର)ନରସିଂହପୁରସ୍ଥିତ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ନିକଟରେ ଆଜି ବ୍ଲକ ସ୍ତରୀୟ ବିଜ୍ଞାନମେଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ନରସିଂହପୁର ଅଞ୍ଚଳର ବିଭିନ୍ନ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବିଭିନ୍ନ ଛାତ୍ର ଛାତ୍ରୀ ମାନେ ବିଭିନ୍ନ ପ୍ରକାର ପ୍ରକଳ୍ପ କୁ ପଦର୍ଶନ କରିଥିଲେ। ବରିଷ୍ଠ ବିଭାଗରେ ରେଗେଡା ବିଶ୍ବନାଥ ବିଦ୍ୟାପୀଠ ସୁଶୀଲ ଦେହୁରୀ ପ୍ରଥମ ହୋଇଥିବା ବେଳେ ଜିପି ହାଇସ୍କୁଲ ବାସେଳିହତା ର ଛାତ୍ରୀ ସାଇ ସ୍ମୃତି ସିଂ ଦ୍ବିତୀୟ ଏବଂ କମଳାଡ଼ିହ ଚିନ୍ତାମଣି ସରକାରୀ […]

ସାମ୍ବାଦିକ ସୁରକ୍ଷା ଆଇନି ପ୍ରଣୟନ ପାଇଁ ଦାବି

ନରସିଂହପୁର(ଉଲାପ୍ର)ବାଲେଶ୍ଵର ଜିଲ୍ଲା ନୀଳଗିରିରେ କର୍ତବ୍ୟରତ ସମ୍ବାଦ ଓ କନକ ନ୍ୟୁଜର ସାମ୍ବାଦିକ ଲୋକନାଥ ଦଳେଇଙ୍କୁ ଗିରଫ ଓ ଗୋଡ଼ରେ ବେଡ଼ି ପକାଇବା ଘଟଣା ରେ ନୀଳଗିରି ଆଇଆଇସି ଙ୍କୁ ନିଲମ୍ବିତ କରିବା ଦାବି ଓ ଗଣମାଧ୍ୟମର ପ୍ରତିନିଧି ମାନଙ୍କ ଉପରେ ମରଣାନ୍ତକ ଆକ୍ରମଣ ପ୍ରତିବାଦ ଓ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବା ନେଇ ଆଜି ତହସିଲଦାର ଙ୍କୁ ମହାମହିମ ରାଜ୍ୟପାଳ ଙ୍କ ଉଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଗଣମାଧ୍ୟମ ପ୍ରତିନିଧି ମାନେ ନିଷ୍ଠାର ସହ […]

କୋରିଆ ନାଇଟ ଟୁର୍ଣ୍ଣ। ମେଣ୍ଟରେ ଜୟ ଜଗନ୍ନାଥ ଟିମ ଚମ୍ପିୟନ

ଢେଙ୍କାନାଳ(ଉଲାପ୍ର)ଢେଙ୍କାନାଳ ସହରସ୍ଥ ୨୩ନମ୍ବର ୱାର୍ଡ଼ କୋରିଆଁ ମ୍ୟାଙ୍ଗୋଗାର୍ଡେନ ପଡିଆରେ ୧ମ ଦେବରାଜ ସାହୁ ମେମୋରିଆଲ ରାତ୍ରୀକାଳିନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଗତ ୭ ତାରିଖଠାରୁ ୮ଟି ଟିମକୁ ନେଇ ଏହି ରାତ୍ରିକାଳିନ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇ ଆଜି ଫାଇନାଲ ମ୍ୟାଚରେ ଜୟ ଜଗନ୍ନାଥ କ୍ରିକେଟ କ୍ଲବ ସହିତ ମା ମଙ୍ଗଳା କ୍ରିକେଟ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଛି । ଜୟ ଜଗନ୍ନାଥ ଟିମ ପ୍ରଥମେ ବ୍ୟାଟିଙ୍ଗ କରି ନିର୍ଦ୍ଧାରିତ ୧୨ ଓଭରରେ ୭ ଉଇକେଟ […]

ଦୁଇଟି କାର ମୁହାଁ ମୁହିଁ ଧକା, ୩ ଗୁରୁତର

.ଫୁଲବାଣୀ (ସୁନୀଲ ପଟନାୟକ )ଶୁକ୍ରବାର ସନ୍ଧ୍ୟାରେ ଫୁଲବାଣୀ ସଦର ଥାନା ଅନ୍ତର୍ଗତ ଵିଶିପଦା ନିକଟରେ ମାରୁତି ସ୍ବିଫ୍ଟ ଡି ଜା ୟୀ ରଓ ଇଣ୍ଡିକା ଦୁଇଟି କାର ମୁହାଁମୁହିଁ ଧକା ହେବା ଫଳରେ ବସିଥିବା ୩ ଜଣ ଗୁରୁତର ଆହାତ ହୋଇଥିଲେ lଆହାତ ମାନଙ୍କୁ ବାଲିଗୁଡା ଏନଏ ସି ୧ ନମ୍ବର କାଉନସିଲର ଅଜୟ ଡିଗାଲ ଓ ତାଙ୍କର ଦୁଇ ସାଙ୍ଗ ଦେଖିବା ପରେ ତୁରନ୍ତ ଉଭୟ କାର ର ୩ ଆହାତ ମାନକୁ ଉଦ୍ଧାର କରି […]

ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ବର୍ଷ ସଶ୍ରମ କାରାଦଣ୍ଡାଦେଶ

ଫୁଲବାଣ(ସୁନୀଲପଟନାୟକ)ଶୁକ୍ରବାର ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଫୁଲବାଣୀ ଫାଷ୍ଟଟାକ କୋର୍ଟର ବିଚାରପତିଭାସ୍କର ଚନ୍ଦ୍ର ସାହୁ ଘଟଣାରେ ୧୨ଜଣ ସାକ୍ଷ୍ୟଙ୍କ ବିଚାର କରି ଅଭିଯୁକ୍ତ ପ୍ରସନ୍ନ କୁମାର ବେହେରା ୫୫ ବର୍ଷ କୁ ୨୦ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୬୦ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି ।ସୂଚନାଯୋଗ୍ୟଯେ ଖଜୁରୀପଡ଼ା ଥାନ। ଅଞ୍ଚଳର ଜଣେ ୮ବର୍ଷିୟା ନାବାଳିକା ଛାତ୍ରୀ ଘର ନିକଟରେ ଏକ ନଳ କୁପ ନିକଟରେ ଗାଧୋଉଥିବାବେଳେ ଅର୍ଭିଯୁକ୍ତ ପ୍ରସନ୍ନ ଏକାକୀ ଦେଖି ଯୋର […]

ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବିତ ହେଲେ ବିଜେଡି ସାଧାରଣ ସମ୍ପାଦକ

ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜିଲା ବିଜେଡି ରେ ଦିନକୁ ଦିନ ଗୋଷ୍ଠୀ କନ୍ଦଳ, ଅନ୍ତର୍ଦ୍ୱନ୍ଦ ବଢ଼ିବାରେ ଲାଗିଛି lଅନେକ ନେତା ଦଳିୟ ଶୃଙ୍ଖଳା ରକ୍ଷା ନକରିବା, ନେତା ମାନଙ୍କ ନିର୍ଦେଶ ନ ମାନି ମନ ଇଚ୍ଛା କାର୍ଯ୍ୟ କରୁଛନ୍ତିlଏ ମାନଙ୍କ ଜୋଂଗୁଁ ପଂଚାୟତ ଓ ପୌର ନିର୍ଵାଚନ ରେ ଦଳ କୁ ପରାଜୟ ର ସମ୍ମୁଖୀନ ହେବାକୁ ପଡିଥିଲା l ଦଳବିରୋଧୀ କାର୍ଯ୍ୟ ପାଇଁ ଶୁକ୍ରବାର ଆଜି ବିଜୁ ଜନତା ଦଳ ର ସଭାପତି ଙ୍କ […]

ଫୁଲବାଣୀ ରେ କାଳବୈଶାଖୀ ବର୍ଷା ଓ କୁଆପଥର ମାଡ଼

ଫୁଲବାଣୀ(ସୁନୀଲ ପଟନାୟକ )ଶୁକ୍ରବାରଅପରାହ୍ନ ୩ଟା ବେଳେ ହଟାତ ଫୁଲବାଣୀ ସହର ରେ କାଳ ବୈଶାଖୀ ପ୍ରଭାବ ରେ ପ୍ରବଳ ବେଗରେ ପବନ ବୋହିବା ସହ କୁଆପଥର ସହ ପ୍ରବଳ ବର୍ଷା ହୋଇଥିଲା ମଝିରେ ମଝିରେ ବଜ୍ରାଘାତ ହେବା ଫଳରେ ବିଦ୍ୟୁତ ସରବରାହ ବିଛିନ୍ନ ହୋଇଥିଲା lପ୍ରାୟ ଅଧଘଣ୍ଟା ଧରି ବର୍ଷା ହୋଇଥିଲା lବର୍ଷା ଓ ପବନ ଯୋଗୁଁ ସହର ର ବିଭିନ୍ନ ସ୍ଥାନ ରେ ଗଛଡାଳ ପଡି ବିଦ୍ୟୁତ ତାରଓ ଖୁଣ୍ଟ ମଧ୍ୟ ଉପୁଡି ପଡିଥିବା ଖବର […]

ଏପ୍ରିଲ ୯ ତାରିଖରେ “ପ୍ରିୟତମା”

ଭୁବନେଶ୍ୱର(ଉଲାପ୍ର):ସିଦ୍ଧା ମ୍ୟୁଜିକ ପ୍ରଯୋଜିତ ଏକ ମନଛୁଆଁ ମ୍ୟୁଜିକ ଭିଡ଼ିଓ “ପ୍ରିୟତମା” ରିଲିଜ ହେବାକୁ ଯାଉଛି | ଅନେକ ଦିନର ଅପେକ୍ଷା ର ଅନ୍ତ ଘଟାଇ “ପ୍ରିୟତମା ଏଇ ମାସ ତଥା ଏପ୍ରିଲ ୯ ତାରିଖରେ ସିଦ୍ଧା ମ୍ୟୁଜିକ ୟୁଟ୍ୟୁବ ଚ୍ୟାନେଲ ନେଲରେ ରିଲିଜ ହେବାକୁ ଯାଉଛି | ପୁଣି ଥରେ ଓଡ଼ିଆଙ୍କ ପ୍ରଥମ ପସନ୍ଦ ହ୍ୟୁମାନ ସାଗର ଓ ହଁ ପ୍ରେମ ହେଲା ଗୀତରେ ପରିଚୟ ପାଇଥିବା ସନ୍ଧ୍ୟାରାଣୀ ପଟ୍ଟଯୋଷୀ ଙ୍କ ମିଳିତ କଣ୍ଠରେ ଶୁଣିବାକୁ ପାଇବେ […]

୧୪ଦଫା ଦାବୀ ପୁରଣ ନେଇ ଅଙ୍ଗନବାଡି କର୍ମୀଙ୍କ ରାଲି ଓ ବିଷୋଭ

ଫୁଲବାଣୀ( ସ୍ଥନୀଲପଟନାୟକ.)ଗୁରୁବାର ୧୪ଦଫା ଦାବୀ ପୁରଣ ନେଇ ଅଲ୍ ଓଡିଶା ଅଙ୍ଗନବାଡି ଲେଡିଜ ୱ ୲ର୍କର ଏସୋସିଏସନ ପକ୍ଷରୁ ଏକ ବିଶାଳ ରାଲି ଓ ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା।ମାଦି କୁନ୍ଦା ଛକରୁ ଏହି ରାଲି ମୁଖ୍ୟ ରାସ୍ତାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିଭିନ୍ନ ନାରା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସରକାର ଦୀର୍ଘବର୍ଷ ହେଲା ସେମାନଙ୍କୁ ଠକି ଚାଲିଛନ୍ତି। ଦାବୀପୁରଣ ଦିଗରେ କୌଣସିଠୋସ ପଦକ୍ଷେପ ଗ୍ରହଣ କରୁ ନଥିବା ସଂପାଦିକା ଅଭିଯୋଗ […]