ପୌର ଉପାଧ୍ଯକ୍ଷ ପଦବୀ ପାଇଁ ଲବୀ ରାଜେନ୍ଦ୍ର ପାଢୀଙ୍କ ନାଁଚର୍ଚାର ଆଗରେ

ଫୁଲବାଣୀ(ଉଲାପ୍ର)ପୌରଅଧ୍ୟକ୍ଷ ନିର୍ବାଚନ ଫଳାଫଳ ଘୋଷଣା ହେବାପରେ ଏବେ ପୌର ଉପାଧ୍ୟକ୍ଷ ପାଇଁ ନିର୍ବାଚିତ କାଉନସିଲର ମାନଙ୍କ ମଧ୍ୟରେ ଲବୀ ଆରମ୍ଭ ହୋଇଯାଇଛି ।। ପୌର ନିର୍ବାଚନରେକନ୍ଧମାଳ ଜିଲ୍ଲାର ଫୁଲବାଣୀ ମୁନସିପାଲଟି ବିଜେପି ହାତେଇବାପରେ ଉପାଧକ୍ଷ ପଦବୀ ହାତଛଡ଼ା କରିବାକୁ ଚାହୁନି ବିଜେଡି ।ତେବେ ଫୁଲ ବାଣୀରେ ୧୩ କାଉନସିଲର ମଧ୍ୟ ରୁ ବିଜେଡି ୭ ଟି ରେ ବିଜୟୀ ହୋଇଥିବାବେଳେ ବିଜେପି ୪ ଓ ସ୍ଵାଧୀନ ପ୍ରାର୍ଥୀ ୨ଜଣ ବିଜୟୀ ହୋଇଛନ୍ତି ।ତେବେ ଫୁଲବାଣୀ ମୁନିସପାଲଟିରେ ବିଜେଡି […]

ଲ୍ୟାଣ୍ଡ୍‍ମାଇନ୍‍ ବିସ୍ଫୋରଣ: ବାଇକ୍‍ ସହ ଉଡ଼ିଗଲେ ଯୁବକ

: କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସାଡ଼ିଙ୍ଗିଆ ପାଞ୍ଚୟତ କିଆମୁଣ୍ଡା ନିକଟରେ ଲ୍ୟାଣ୍ଡ ମାଇଣ୍ଡ୍‍ ବିସ୍ଫୋରଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଗୁରୁତର ଜଣକ ହେଲେ ସାଡିଙ୍ଗିଆ ପାଞ୍ଚୟତ ବାନ୍ଦାଦଣୀ ଗାଁର ଇନ୍ଦ୍ରଜିତ କହଁର। ପୁଲିସ ସୂଚନା ଅନୁଯାୟୀ, ସୋମବାର ସକାଳ ପ୍ରାୟ ୧୦ଟା ବେଳେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ଇନ୍ଦ୍ରଜିତ୍‍ ତାଙ୍କର ଅନ୍ୟଜଣେ ସମ୍ପର୍କୀୟଙ୍କ ସହ ଏକ ବାଇକରେ କଟାପଙ୍ଗାରୁ ନିଜ ଗାଁକୁ ବାଇକ୍‍ ଯୋଗେ ଫେରୁଥିଲେ। ହେଲେ ରାସ୍ତାରେ […]

ଶଶିଭୂଷଣ ମିଶ୍ର (ବୁଢ଼ା ମାଷ୍ଟ୍ରେ) ଜନ୍ମ ଜୟନ୍ତୀ ଉତ୍ସବ

ବରଗଡ଼ (ସତ୍ୟ ନାରାୟଣ ପ୍ରଧାନ)ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ପାଠାଗାର ହଲ୍ ଠାରେ ଶଶିଭୂଷଣ ମିଶ୍ର (ବୁଢ଼ା ମାଷ୍ଟ୍ରେ) ଙ୍କ ଜନ୍ମ ଜୟନ୍ତୀ ଉତ୍ସବ ସମ୍ବଲପୁରୀ ସାହିତ୍ୟ ପରିଷଦ ପକ୍ଷରୁ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ କାମ ଦେବ ସାହୁ ଯୋଗଦେଇ ବୁଢ଼ା ମାଷ୍ଟ୍ରେ ଙ୍କ ଗବେଷଣାତ୍ମକ ଶିକ୍ଷା ଓ ତାହା ଛାତ୍ର ଛାତ୍ରୀ ମାନଙ୍କ ଉପରେ ପ୍ରଭାବ ତତ୍ ସହିତ ତାଙ୍କ ସାହିତ୍ୟ ଉପରେ ଅବଦାନ ଅତୁଳନୀୟ ବୋଲି କହିଥିଲେ। ସଭାକୁ ପରିଷଦ ର […]

ବରଗଡ଼ ରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

ବରଗଡ଼ (ସତ୍ୟ ନାରାୟଣ ପ୍ରଧାନ)ବରଗଡ଼ ଓକିଲ ସଂଘ ପକ୍ଷରୁ ଆଜି ସଂଘ ର ସମ୍ମିଳନୀ କକ୍ଷରେ ଦିବଙ୍ଗତ ସଦସ୍ୟ ତଥା ପୂର୍ବତନ ମନ୍ତ୍ରୀ ରିପୁ ନାଥ ସେଠ ଙ୍କ ବିୟୋଗରେ ଏକ ଶୋକ ସଭା ଆୟୋଜିତ ହୋଇଥିଲା। ବରିଷ୍ଠ ସଭ୍ୟ କୁଶ ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସ୍ବର୍ଗତ ରିପୁ ନାଥ ସେଠ ଙ୍କ ଫଟୋଚିତ୍ର ରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା। ପରେ ସଦସ୍ୟ ମାନେ ତାଙ୍କ ବିୟୋଗରେ ଶ୍ରଦ୍ଧା ସୁମନ ଅର୍ପଣ […]

ଓଡିଆ ସାହିତ୍ୟ ର ଶ୍ରେଷ୍ଠ ସାଧକ ମାନଙ୍କ ଜୀବନ କାହାଣୀ ଏବେ ଓଟିଟି ପ୍ଲାଟଫର୍ମ କଞ୍ଚାଲଙ୍କା ରେ…ଏପ୍ରିଲ ୧ ଉତ୍କଳ ଦିବସରେ ପ୍ରସାରଣ ହେବାକୁ ଯାଉଛି ବନ୍ଦେ ଉତ୍କଳ ଜନନୀ

ଭୁବନେଶ୍ୱର(ଉଲାପ୍ର): ଓଡ଼ିଆ ସାହିତ୍ୟର ସର୍ବକାଳୀନ ଶ୍ରେଷ୍ଠ ସାଧକ ମାନଙ୍କୁ ନେଇ ଏବେ ଗବେଶଣାତ୍ମକ ଜୀବନ କାହାଣୀକୁ ପ୍ରଥମଥର ପାଇଁ ଓଟିଟି ପ୍ଲାଟଫର୍ମ ରେ ପ୍ରସାରଣ କରିବାପାଇଁ ଏକ ଅଭିନବ ପ୍ରୟାସ କରିଛି ଓଡିଶାର ସର୍ବାଧିକ ଆଦୃତ ଓ ଟିଟି ପ୍ଲାଟଫର୍ମ କଞ୍ଚାଲଙ୍କା! ପଞ୍ଚସଖା ଯୁଗରୁ ଆଜିର ଆଧୁନିକ ଓଡ଼ିଆ ସାହିତ୍ୟ ପର୍ଯ୍ୟନ୍ତ ଏମିତି କିଛି ଲୋକପ୍ରିୟ ସାହିତ୍ୟକ, କବି,ଲେଖକଙ୍କ ଆତ୍ମଜୀବନୀ କୁ ପରଦାରେ ଦେଖିବା ପାଇଁ ବେଶ୍ କଶ ସରତ୍ କରିବାକୁ ପଡିଛି! ବିଶ୍ଵର କୋଣ ଅନୁକୋଣ […]

ଖୁବ୍ ଶୀଘ୍ର ପରଦାକୁ ଆସିବ ‘ବାଳୀ – ଦ ସେଭିୟର

’ ଭୁବନେଶ୍ୱର(ଉଲାପ୍ର) କଥାରେ ଅଛି-ଅପେକ୍ଷାର ଫଳ ମିଠା। ହେଲେ ସେ ପର୍ଯ୍ୟନ୍ତ ଧୈର୍ଯ୍ୟର ସହ ଅପେକ୍ଷା କରିବାକୁ ପଡିଥାଏ। ସେପଟେ ସେ ଯେଉଁ ଭୂମିକାରେ ଅଭିନୟ କରିବାକୁ ମନ ବଳାଇଥୁଲେ ତାହା ମଧ୍ୟ ପୂରଣ ହୋଇଛି। କଥା କ’ଣ ଏକାଧାରରେ ପ୍ରଯୋଜକ-କମ୍–ଅଭିନେତା ସୂର୍ଯ୍ୟକାନ୍ତ ସାମଲ ଏକ ଭିନ୍ନ ଧରଣର ଭୂମିକାରେ ଦର୍ଶକଙ୍କ ସାମନାକୁ ଆସିବେ। ଫିଲ୍ମଟି ହେଲା ‘ବାଳୀ–ଦ ସେଭିୟର’। ଏଥିରେ ଜଣେ ସାଧାରଣ ଯୁବକ ଭୂମିକାରେ ସେ ଅଭିନୟ କରୁଛନ୍ତି। ଏକ ବସ୍ତିବାସିନ୍ଦାର ସୁରକ୍ଷା ପାଇଁ […]

ପୂର୍ବତନ ଶିକ୍ଷାମନ୍ତ୍ରୀ ରିପୁନାଥ ସେଠ୍‌ ଆଉ ନାହାନ୍ତି

ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନପୂର୍ବତନ ଶିକ୍ଷାମନ୍ତ୍ରୀ ରିପୁନାଥ ସେଠ୍‌ଙ୍କ ଗତକାଲି ବିୟୋଗ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ହୋଇଥିଲା। ବରଗଡ଼ ଜିଲା ବରପାଲି ନିବାସୀ ସ୍ବର୍ଗତ ସେଠ୍‌ କଂଗ୍ରେସରୁ ରାଜନୀତି ଜୀବନ ଆରମ୍ଭ କରିଥିଲେ ଏବଂ ୧୯୯୫ ବିଧାନସଭା ନିର୍ବାଚନରେ ବିଜେପୁର ଆସନରୁ ନିର୍ବାଚିତ ହେବା ସହିତ ତତ୍କାଳୀନ ରାଜ୍ୟ ମନ୍ତ୍ରୀମଣ୍ଡଳରେ ଶିକ୍ଷାମନ୍ତ୍ରୀ ଥିଲେ। ଗତ ୨୦୧୯ ସାଧାରଣ ନିର୍ବାଚନରେ ମଧ୍ୟ ସେ ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀ ଥିଲେ । ଶନିବାର […]

ବାଲିଗୁଡା ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଓକିଲ ସଂଘର ଆଗାମୀ ୨୦୨୨-୨୩ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ସଭାପତି ଭାବେ ଟି.ହରିଶ୍ଚନ୍ଦ୍ର ରାଓ, ଉପସଭାପତି ଭାବେ ଅନିଲ କୁମାର ଦାସ, ସମ୍ପାଦକ ଭାବେ କ୍ଷମା ସାଗର ପ୍ରଧାନ, ସହ ସମ୍ପାଦକ ଭାବେ ଚିତ୍ତରଞ୍ଜନ ନାୟକ, କୋଷାଧ୍ୟକ୍ଷ ଭାବେ ଶିରୀଶ କୁମାର ପ୍ରଧାନ, ପାଠାଗାର ସମ୍ପାଦକ ଭାବେ ରମାକାନ୍ତ ସାହୁ ନିର୍ବାଚିତ ହୋଇଥିବା ବେଳେ କାର୍ଯ୍ୟକାରୀ ସଦସ୍ୟ ଭାବେ ପଦ୍ମଚରଣ ପଣ୍ଡା, ସୁରେଶ […]

ଜିଲ୍ଲା ଓକିଲ ସଂଘ ନିର୍ବାଚନ : ଚନ୍ଦ୍ରଧ୍ଵଜ ଜାଲ ,ସଭାପତି ଓ ହରିହର ପ୍ରଧାନ ସାଧାରଣ ସମ୍ପାଦକ

ବରଗଡ :-(ସତ୍ୟ ନାରାୟଣ ପ୍ରଧାନ)ବରଗଡ ଜିଲ୍ଲା ଓକିଲ ସଂଘ ନିର୍ବାଚନ ରେ ବରିଷ୍ଠ ଓକିଲ ଚନ୍ଦ୍ରଧ୍ଵଜ ଜାଲ ସଭାପତି ଭାବରେ ନିର୍ବାଚିତ ହୋଇଥିବା ବେଳେ ହରିହର ପ୍ରଧାନ ଲଗାତାର ତୃତୀୟ ଥର ପାଇଁ ତଥା ସର୍ବମୋଟ ଚତୁର୍ଥ ଥର ସାଧାରଣ ସମ୍ପାଦକ ଭାବରେ ନିର୍ବାଚିତ ହୋଇଛନ୍ତି। ପୋଲିଂ ହୋଇଥିବା ସର୍ବମୋଟ ୨୮୭ ଭୋଟ ରୁ ଚନ୍ଦ୍ରଧ୍ଵଜ ଜାଲ ୧୮୫ ଭୋଟ ପାଇ ସଭାପତି , ହରିହର ପ୍ରଧାନ ୧୪୮ ଭୋଟ ପାଇ ସାଧାରଣ ସମ୍ପାଦକ, ହେମନ୍ତ ପୁରୋହିତ […]

ଅତାବିରା ଓକିଲ ସଂଘ ନିର୍ବାଚନ: ସୁଶାନ୍ତ ମିଶ୍ର ସଭାପତି, ଅରବିନ୍ଦ ଶୁଶାରୀ ସାଧାରଣ ସମ୍ପାଦକ

ବରଗଡ:-(ସତ୍ୟ ନାରାୟଣ ପ୍ରଧାନ)ଆଜି ଅନୁଷ୍ଠିତ ହୋଇଥିବା ଅତାବିରା ଓକିଲ ସଂଘ ନିର୍ବାଚନ ରେ ସୁଶାନ୍ତ ମିଶ୍ର ସଭାପତି, ଅରବିନ୍ଦ ଶୁଶାରୀ ସାଧାରଣ ସମ୍ପାଦକ ଭାବରେ ନିର୍ବାଚିତ ହୋଇଥିବା ବେଳେ ତ୍ରିପୁରାରୀ ଚାନ୍ଦ ଉପ ସଭାପତି ଓ ଭି. ଜଗନ୍ନାଥ ରାଓ ଯୁଗ୍ମ ସମ୍ପାଦକ ଭାବରେ ନିର୍ବାଚିତ ହୋଇଛନ୍ତି। ଏଥିରେ ହିତେନ୍ଦ୍ରିୟ ପ୍ରଧାନ ନିର୍ବାଚନ ଅଧିକାରୀ ଭାବରେ ନିର୍ବାଚନ ପରିଚାଳନା କରିଥିଲେ।