କମଗା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ବକୃତା ପ୍ରତିଯୋଗିତା

ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)ଭଟଲି ବ୍ଲକ ଅନ୍ତର୍ଗତ କମଗା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ବରଗଡ଼ ର ଅଗ୍ରଣୀ କମ୍ପୁଟର ଶିକ୍ଷା କେନ୍ଦ୍ର ‘ମିଟ୍’ ପକ୍ଷରୁ ‘ଦକ୍ଷତା vrs ପ୍ରମାଣ ପତ୍ର’ ଶିର୍ଷକ ବକୃତା ପ୍ରତିଯୋଗୀତା ଆୟୋଜିତ ହୋଇଯାଇଛି। ଏଥିରେ ସ୍କୁଲ ର ଛାତ୍ରୀ ଅଲିମା ସେଠ୍ ପ୍ରଥମ, ସ୍ମୃତି ସାହୁ ୨ୟ ଏବଂ ଗୀତାଞ୍ଜଳି ସେଠ୍ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଏହି ଅବସରରେ ସ୍କୁଲ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶକୁନ୍ତଳା ଡିଗ୍ରୀ […]

ବାଲିଗୁଡା ଏନଏସି ରେ ଦୁଲୁକୁଛି ପ୍ରଚାର ମୈଦାନ:ଘନଘନ ବୈଠକ ସହ ପ୍ରାର୍ଥୀଙ୍କ ପାଇଁ ହେଭିଓ୍ବେଟ୍ ନେତା କରୁଛନ୍ତି ଭୋଟ୍ ପ୍ରଚାର

ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ):ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରେ ପୌର ନିର୍ବାଚନକୁ ନେଇ ଏବେ ପ୍ରଚାର ମୈଦାନରେ ହେଭିଓ୍ବେଟ୍ ନେତାଙ୍କ ଘନଘନ ପ୍ରଚାର ଯୋଗୁଁ ଦୁଲୁକୁଛି ସମଗ୍ର ସହର । ଭଳିକି ଭଳି ଗୀତସହ ବ୍ୟାନର୍ ପୋଷ୍ଟରରେ ସହରର ସବୁ ଗଳିକନ୍ଦି ଆଚ୍ଛାଦିତ । ରାଜ୍ୟରେ ତିନି ପ୍ରମୁଖ ଦଳ ବିଜେଡି,ବିଜେପି ଓ କଂଗ୍ରେସ ଦଳ ପକ୍ଷରୁ ଆରମ୍ଭ ହୋଇଗଲାଣି ଜୋରଦାର ପ୍ରଚାର । ବିଜ୍ଞାପିତ ଅଞ୍ଚଳ ପରିଷଦ ଦଖଲ କରିବାକୁ ଅଙ୍କ କଷୁଛନ୍ତି ତିନି ପ୍ରମୁଖ ରାଜନୈତିକ […]

କିଏ ହେବେ ଫୁଲବାଣୀନଗରପାଳ ? ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ହେବକଡ଼ା ମୁକାବିଲା

ଫୁଲବାଣୀ(ସ୍ଥନୀଲପଟନାୟକ)ହାତରେଆଉମାତ୍ର ସପ୍ତାହେ ରହିଲା। ତେଣୁ ସବୁ ଦଳର ପ୍ରାର୍ଥୀଭୋକଶେ।ଷ ଭୁଲି ପ୍ରଚାରକୁଯୋରଦାର କରିଛନ୍ତି ।ନଗରପାଳ ଓ କାଉନସିଲର ପ୍ରାର୍ଥୀମାନେ ଘରକୁ ଘର ବୁଲି ପ୍ରଚାରକୁଯୋରଦାର କରିଛନ୍ତି ।ତେବେ ଏଥର କିଏ ହେବେ ନଗରପାଳ ? ଫୁଲବାଣୀ ବାସୀ ଦଳକୁ ଦେଖିନା ପ୍ରାର୍ଥୀ ବ୍ୟକ୍ତି ତ୍ଵକୁ ଦେଖି ଭୋଟ ଦେବେ? ଆସନ୍ତା ୨୪ ତାରିଖରେ ସ୍ପଷ୍ଟ ହୋଇଯିବ ।ବିଜେଡିର ନଗରପାଳ ପ୍ରାର୍ଥୀପୁନମ କହଁର ଦଳୀୟ କର୍ମୀ ଓ ସମର୍ଥକଙ୍କୁ ନେଇ ଭୋଟ ପ୍ରଚାର କରୁଛନ୍ତି । ପୁନମଙ୍କ ପାଇଁ […]

ବାଲିଗୁଡା ରେ ବିଜେଡି ପ୍ରାର୍ଥୀ ଙ୍କ ପାଇଁ ସାଂସଦ ଓ ମନ୍ତ୍ରୀ ଙ୍କ ଜୋରଦାର ପ୍ରଚାର

ଫୁଲବାଣୀ (ସୁନୀଲ ପଟନାୟକ ) ବୁଧବାର ବାଲିଗୁଡ଼ାସହର ର କେତକ ୱାର୍ଡ ରେ ସାଂସଦ ଡ଼ଃ. ଅଚ୍ୟୁତ ସାନମନ୍ତ ଓ ମନ୍ତ୍ରୀ ପ୍ରତାପ ଜେନା ପ୍ରମୁଖ ବିଜେଡି ଅଧକ୍ଷ ପାର୍ଥୀ ଗୋବିନ୍ଦ ପ୍ରଧାନ ଓ କାଉନସିଲର ମାନଙ୍କ ପାଇଁ ଯୋରଦାର ପ୍ରଚାର କରିଥିଲେ lପୌର ନିର୍ବାଚନ ପ୍ରଚାର ଅବସରରେ ବାଲିଗୁଡ଼ାର ବିଭିନ୍ନ ୱାର୍ଡରେ ବୈଠକ କରି ମନ୍ତ୍ରୀ ପ୍ରତାପ ଜେନାଓ ସାଂସଦ ଡଃ.ଅଚ୍ୟୁତ ସାମନ୍ତ ,ସହପ୍ରଭାରୀ କିଶୋର ମେହର, ଜିଲ୍ଲା ସଭାପତି ସରୋଜ କର୍ଣ୍ଣ,ବାଲିଗୁଡା ବିଧାୟକ ଚକ୍ରମଣି […]

ଫୁଲବାଣୀରେ ନିର୍ବାଚନ ପ୍ରଚାର ସରଗରମ ଚା ଖଟିରେ ମନ୍ତ୍ରୀ ପ୍ରତାପ ଜେନା

ଫୁଲବାଣୀ(ସୁନୀଲ ପଟ୍ଟନାୟକ) ପୌର ନିର୍ବାଚନ ଯେତିକି ପାଖ ଉଛି ପ୍ରଚାର ସର ଗରମ ହେଉଛି । ସବୁଦଳର ପ୍ରାର୍ଥୀମାନେ ଭୋଟର ଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରୟାସ କରୁଛନ୍ତି । ବିଜେଡି ପ୍ରାର୍ଥୀମାନଙ୍କୁ ଜିତାଇବା ଲାଗି ଫୁଲବାଣୀନଗରଉନ୍ନ ୟନ୍ନମନ୍ତ୍ରୀ ପ୍ରତାପ ଜେନାଫୁଲବାଣୀରେ ଡେରା ପକାଇଛନ୍ତି ।ସକାଳେ ଓ ସଂଧ୍ୟାରେ ଚ। ଦୋକାନରେ ମନ୍ତ୍ରୀ କର୍ମୀମାନଙ୍କୁ ନେଇ ଚା ପିଇବା ସହ ଖଟି କରୁଛନ୍ତି ଆଉ ଭୋଟରମାନଙ୍କ ସମସ୍ୟା କଥା ବୁଝୁଛନ୍ତି। ବିଜୁ ଜନତା ଦଳର ଭୋଟ ମଧ୍ୟ […]

ଜଳୁଛି ଜଙ୍ଗଲ, ସଙ୍କଟରେ ଜୀବଯନ୍ତୁ ଚେଇଁ ଶୋଇଛି ବନବିଭାଗ

ଫୁଲବାଣୀ(ସୁନୀଲପଟନାୟକ)ନିଆଁର ଆଁ ଭିତରେ ଫୁଲବାଣୀ ଜଙ୍ଗଲ। ଫୁଲ ବାଣୀ ନିକଟ ଗୁଦାରୀ, ତେରାଗୁଡ଼ା ଆଦି ଜଙ୍ଗଲରେ ଦିନ ରାତି ଜଳୁଛି ନିଆଁ ।ଫଳରେ ସଂଙ୍କଟରେ ଜୀବଯନ୍ତୁ । ଥମିବାର ନାଁ ନେଉନି । ଏ ଜଙ୍ଗଲରୁ ସେ ଜଙ୍ଗଲ ଡେଉଁ ଛିନିଆଁ ।ନିଆଁରଆଁ ଭିତରେ ହଜି ଯାଉଛି ଶାଳ , ପିଆଶାଳ, ଭଳି ମୂଲ୍ୟବାନ ଗଛ ସହ ଔଷଧୀୟ ବୃକ୍ଷ । ଜଙ୍ଗଲଜଳିବା ଫଳରେ ତାପମାତ୍ରା ମଧ୍ୟ ବଢୁଛି । ଜଙ୍ଗଲରେ ଥିବା ବାଘ ଭାଲୁ , […]

ବରିଷ୍ଠ ରାଜସ୍ବ ବିଭାଗ କିରାଣୀଙ୍କ ବିୟୋଗରେ ଶୋକସଭା

ଫୁଲବାଣୀ (ସୁନୀଲ ପଟନାୟକ )ଗଞ୍ଜାମ ଜିଲ୍ଲାର ଜଣେ ଜଣାଶୁଣାବରିଷ୍ଠ କିରାଣୀ ଙ୍କ ୭୪ ବର୍ଷବୟସ ରେ ଭୁବେନେଶ୍ୱର ସ୍ଥିତ ନିଜ ବାସ ଭବନରେ ପରଲୋକ ହୋଇଯାଇଛି lସେ ୧୯୪୮ ମସିହାରେ ଜନ୍ମଗ୍ରହଣ କରିଥିଲେ । ପ୍ରଥମେ ଆସ୍କା ତହସିଲଓ ପରେ ଜିଲାରବିଭିନ୍ନ ସ୍ଥାନରେ କାର୍ଯ୍ୟ କରିଥିଲେlଜଣେ ନିଷ୍ଠା ପର ଓ ଦାଇତ୍ୱବାନ କର୍ମଚାରୀ ଭାବରେ ନିଜର କାର୍ଯ୍ୟ ସୁଚାରୁରୂପେ ତୁଲାଇ ବେଶ ପ୍ରିୟ ଭାଜନ ହୋଇଥିଲେ lତାଙ୍କ ବିୟୋଗ ରେ ଅଞ୍ଚଳ ବାସୀଗଭୀର ଶୋକ ବ୍ୟକ୍ତ କରିବା […]

ମାଁ କରମସାନୀଙ୍କ ବାର୍ଷିକ ପୂଜନୋତ୍ସବ

ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)ବରଗଡ଼ ନିକଟସ୍ଥ ତୋରା ଆନନ୍ଦ ବଜାର ପ୍ରାଙ୍ଗଣ ସ୍ଥିତ ମନ୍ଦିର ପରିସରରେ ମାଁ କରମସାନୀ ଦେବୀ ଙ୍କ ବାର୍ଷିକ ପୂଜନୋତ୍ସବ ଅନୁଷ୍ଠିତ ହୋଇଯାଇଛି। ମାଁ ଙ୍କ ସ୍ବତନ୍ତ୍ର ପୂଜା ପରେ ରାତି ତମାମ ନୃତ୍ୟ ଗୀତ ଆୟୋଜିତ ହୋଇଥିଲା। ଏଥିରେ ଅତିଥି ଭାବେ ପଶ୍ଚିମ ଓଡ଼ିଶା କଳାକାର ମହାସଂଘ ର ଅଧକ୍ଷ ଚୈତନ୍ୟ ପାଇକ ଏବଂ ବରଗଡ଼ ମିଳିତ କଳାକାର ମଞ୍ଚ ର ସଭାପତି ଶଙ୍କର ପଟ୍ଟନାୟକ ଯୋଗଦେଇ କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ। […]

ବିକାଶ ସ୍କୁଲ ଅଫ୍ ଲ ରେ ବିଶ୍ବ ଖାଉଟି ଅଧିକାର ଦିବସ ପାଳିତ

ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)ବିକାଶ ସ୍କୁଲ ଅଫ୍ ଲ ଠାରେ ବିଶ୍ଵ ଖାଉଟି ଅଧିକାର ଦିବସ ପାଳିତ ହୋଇଯାଇଛି। କଲେଜ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସଭାରେ ସ୍କୁଲ ର ଅଧ୍ୟକ୍ଷ ଡ଼ଃ ବିକ୍ରମ କୁମାର ଦାସ ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ ବରଗଡ଼ ଓକିଲ ସଂଘ ର ବରିଷ୍ଠ ସଦସ୍ୟ ଦୟାନିଧି ସାହୁ ମୁଖ୍ୟ ଅତିଥି ଏବଂ ଆଇନଜ୍ଞ ଶ୍ରୀମତୀ ଜଗିବା ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଖାଉଟି ଙ୍କୁ ସଚେତନତା, ଖାଉଟି ଅଧିକାର ଆଇନ୍ ବିଷୟରେ […]

ପୌର ନିର୍ବାଚନରେ ଏକଜୁଟ ହେଲା କଂଗ୍ରେସ, ନଗର କଂଗ୍ରେସ କର୍ମୀ ସମିଳନୀ ଅନୁଷ୍ଠିତ,ପୁରା ଦମରେ ଲଢ଼ିବ କଂଗ୍ରେସ

ଆଠଗଡ(ଉଲାପ୍ର) ଆଠଗଡ ପୌର ନିର୍ବାଚନ ପାଇଁ କଂଗ୍ରେସ ଏକଜୁଟ ହୋଇଛି,ଯୋଉମାନେ କହୁଥିଲେ କଂଗ୍ରେସ ଏକଜୁଟ ହୋଇ ନାହିଁ ଆଜି କଂଗ୍ରେସ ଦଳ ନିଜର ଶକ୍ତି ପ୍ରଦର୍ଶନ କରିଛି।ପୌର ନିର୍ବାଚନ ପାଇଁ ପୂର୍ବତନ ବିଧାୟକ ତଥା ଆଠଗଡ କଂଗ୍ରେସ ନେତା ଉମାବଲଭ ରଥଙ୍କ ନେତୃତ୍ୱରେ ଆଠଗଡ କଂଗ୍ରେସ ଏକଜୁଟ ହୋଇଛି,ଆଠଗଡ ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ ର କର୍ମୀମାନେ କଟକ ଜିଲା କଂଗ୍ରେସ ସଭାପତି ମାନସ ଚୌଧୁରୀ ଓ ଆଠଗଡ ର ଲଢୁଆ ପୁଅ ତଥା ବରିଷ୍ଠ କଂଗ୍ରେସ […]