କଳିଙ୍ଗା ଘାଟିରେ ଦୁର୍ଘଟଣା, ୧୨ ଆହାତ

ଫୁଲବାଣୀ (ଉଲାପ୍ର)ଶନିବାର ବିଳମ୍ବିତ ରାତିରେ କନ୍ଧମାଳ ଜ଼ିଲ୍ଲା କଳିଙ୍ଗା ଘାଟିରେ ବୋଲେ ରୋ ସହ ଏକ ପିକଅପ ଭ୍ୟାନ ର ମୁହାଁମୁହିଁ ଧକ୍କା ହେଵା ଫଳରେ ଦୁଇ ଗାଡିର ପ୍ରାୟ ୧୨ ଜଣ ଲୋକ ଆହାତ ହୋଇଥିବା ଜଣାପଡିଛି l ସେଥିମଧ୍ୟରୁଦୁଇଜଣ ଗୁରୁତର ଆହାତ ଙ୍କୁ ଭଞ୍ଜନଗର ଉପଖଣ୍ତ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।ଖବର ପାଇ ପୋଲିସ ଘଟଣା ସ୍ଥଳ ରେ ପହଂଚି ଘଟଣା ର ତଦନ୍ତ କରୁଛି l

ବାଲିଗୁଡା ଏନ ଏ ସି. ନିର୍ବାଚନ – ବିରାଟ ପଟୁଆର ରେ ପ୍ରାର୍ଥୀପତ୍ର ଦାଖଲ କଲା ବିଜେଡି

, ଫୁଲବାଣୀ(ଉଲାପ୍ର)ପଞ୍ଚାୟତ ନିର୍ବାଚନ ସରୁସରୁ ପୌର ନିର୍ବାଚନ ପାଇଁ ବିଗୁଲ ବା ଜିବା ପରେ ପ୍ରାଥୀପତ୍ର ଦାଖଲ ର ପଞ୍ଚମ ଦିନରେ ପ୍ରାର୍ଥୀ ପତ୍ର ଦାଖଲ କଲା ବିଜେଡି lବାଲିଗୁଡା ବିଧାୟକ ଚକ୍ରମଣୀ କହଁର ଓ ବ୍ଲକ ବିଜେଡ଼ି ସଭାପତି ଟୁନା ଦାସ ଙ୍କ ନେତୃତ୍ୱ ରେ ହଜାର ହଜାର ବି ଜେ ଡି କର୍ମୀ ଙ୍କ ଗହଣ ରେ ବିଜେଡ଼ି ର ଅଧକ୍ଷ ପ୍ରାର୍ଥୀ ଓ ତେରଜଣ କାଉନ ସିଲର ପ୍ରାର୍ଥୀ ଆଜି ରବିବାର ବାଲିଗୁଡା […]

ଆନ୍ତଃଜିଲ୍ଲା ନରେନ୍ଦ୍ର ଜେନା ମେମୋରିଆଲ ଫୁଟବଲ ଟେନିସ ଚମ୍ପିୟାନ ଦଳ ସମ୍ବର୍ଦ୍ଧିତ

ଫୁଲବାଣୀ(ସୁନୀଲ ପଟନାୟକ )ଓଡ଼ିଶା ଫୁଟବଲ ଟେନିସ ଆସୋସିଏସନ୍ ଏବଂ ସିଟି କ୍ଲବ ଭୂବନେଶ୍ଵର ର ମିଳିତ ଉଦ୍ୟମରେ ସୟଦ୍ ମୁମତାଜ ଅଲ୍ଲୀ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ରେ ଗତ ୨୬ ଏବଂ ୨୭ ତାରିଖ ଦୁଇ ଦିନ ଧରି ୫ମ ନରେନ୍ଦ୍ର ଜେନା ଆନ୍ତଃଜିଲ୍ଲା ଫୁଟବଲ ଟେନିସ ଚମ୍ପିୟାନସିପ ଅନୁଷ୍ଠିତ ହୋଇଥିଲା ଉକ୍ତ ପ୍ରତିଯୋଗିତାରେ ଗତ ଦୁଇ ଥରର ବିଜେତା କନ୍ଧମାଳ ଜିଲ୍ଲା ଫୁଟବଲ ଟେନିସ ଦଳ ପୂର୍ଣ୍ଣ ବାର ଯାଜପୁର ଜିଲ୍ଲା ଫୁଟବଲ […]

କନ୍ଧମାଳ ଜିଲ୍ଲା ର ରଗବୀ ଖେଳାଳି ରାଷ୍ଟ୍ରୀୟ ପ୍ରତିଯୋଗିତା ରେ ଭାଗନେବା ପାଇଁ ହାଇଦ୍ରାବାଦଗଲେ

ଫୁଲବାଣୀ-(ସୁନୀଲପଟନାୟକ) ଆସର୍ଟ୍ ସ୍ଵେଚ୍ଛାସେବୀ ଅନୁଷ୍ଠାନକନ୍ଧମାଳ ର ଖେଳାଳି ମାନେ ଭଲ ଖେଳ ପ୍ରଦର୍ଶନ କରିବା ଫଳରେ ପ୍ରଥମେ ରାଜ୍ୟ ସ୍ତରରେ ସ୍ଥାନ ପାଇଥିଲେ ଆଉ ଏବେ ଜାତୀୟ ସ୍ତର ରେ ଖେଳିବା ପାଇଁ ହାଇଦ୍ରା ବାଦ ଯାତ୍ରା କରିଛନ୍ତି l ଯାହାକି ଜ଼ିଲ୍ଲା ପାଇଁ ଗୌରବ ଆଣି ଦେଇଛି lଅସାର୍ଟ ସଂଗଠନ ର ମହମଦ ଜିଆ ଉଦିନ ନିଜସ୍ୱ ଉଦ୍ୟମରେ ଜିଲ୍ଲା ର ଅପହଞ୍ଚ ଇଲାକାରେ ଥିବା ଲୁକ୍କାୟିତ ପ୍ରତିଭା ମାନଙ୍କୁ ଚିହ୍ନଟ କରି ସେମାନଙ୍କ ର […]

ସିଆରପିଏଫ୍ ପକ୍ଷରୁ ସଚେତନତା ଶିବୀର

ଫୁଲ ବାଣୀ(ସୁନୀଲପଟନାୟକ)ଶୁକ୍ରବାର ସିଆର ପିଏଫ ୧୨ବାଟାଲିୟନ ପକ୍ଷରୁ ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ସାଡିଙ୍ଗିଆ ଠାରେ ଏକ ଜନସଚେତନା ଶିବିର ଅନୁଷ୍ଠିତ ହୋଇଥିଲା ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ କମାଣ୍ଡାଣ୍ଟ କିଶୋର କୁମାର, ମୁଖ୍ୟଅତିଥି ଭାବେ ଯୋଗଦେଇଥିବାବେଳେ ସହକାରୀ କମାଣ୍ଡାଣ୍ଟ ରବିକିରଣ, ଫିରିଙ୍ଗିଆ ଷ୍ଟେଟ ବ୍ୟଙ୍କ ମେନେଜର ନିର୍ମଳ ନାୟକ, ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗ ଦେଇପୋଲିସ ଓ ସୁରକ୍ଷାକର୍ମୀମାନେ ଜନସାଧାରଣଙ୍କ ଉତ୍ତମ ବନ୍ଧୁ’।ଜନସାଧାରଣଙ୍କ ଧନ, ଜୀବନର ସୁରକ୍ଷା ପାଇଁ ସେମାନେ ସଦା ଜାଗ୍ରତ । ଏଣୁ ଭୟ […]

ଆମ ଆଦମୀ ପାର୍ଟି ପକ୍ଷରୁରଶ୍ମିତାଓ ବି ଏସ ପି ର ଜସନ ଙ୍କ ପାର୍ଥି ପତ୍ର ଦାଖଲ

ଫୁଲବାଣୀ (ସୁନୀଲ ପଟନାୟକ )ଶନିବାର ଫୁଲବାଣୀ ମୁନିସିପାଲଟି ଅଧକ୍ଷା ପଦବୀ ପାଇଁ ଆମ ଆଦମୀ ପାର୍ଟି ପକ୍ଷରୁ ରଶ୍ମିତା ପଟନାୟକ ସମର୍ଥକ ସ୍ୱାମୀ ଗିରିଶ ପଟନାୟକ, ଆମ ଆଦମୀ ନେତା ସୁବ୍ରମଣ୍ୟମ ପ୍ରମୁଖ କର୍ମୀ ମାନଙ୍କ ସହ ଆସି ଉପଜିଲାପାଳ ଙ୍କ ନିକଟରେ ପାର୍ଥିପତ୍ରଦାଖଲ କରିଛନ୍ତି lସେହିପରି ବହୁଜନ ସମାଜ ପାର୍ଟି ପକ୍ଷରୁ ୯ ନମ୍ବର ୱାର୍ଡ ପେଂଜିସାହି ର ଜସନ ମୁଖି ତାଙ୍କ ସମର୍ଥକ ଙ୍କ ସହ ଆସି ଶନିବାର ପାର୍ଥି ପତ୍ର ଦାଖଲ କରିଥିବା […]

ବିଜେଡି ର ପ୍ରତିଷ୍ଠା ଦିବସ ପାଳିତ

ଫୁଲବାଣୀ ଶନିବାର ଫୁଲବାଣୀ ସମେତ ବାଲିଗୁଡା, ଜି, ଉଦୟଗିରି ସମେତ ଜ଼ିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଶହେ ଛ ତମ ଜୟନ୍ତୀ ଓ ବିଜେଡି ପ୍ରତିଷ୍ଠା ଦିବସ ପାଳିତ ହୋଇଥିଲା lଏହିଅବସରରେ ବିଜେଡି ପକ୍ଷରୁ ଫୁଲବାଣୀ ବିଜୁ ପଟନାୟକ ଛକ ରେ ଥିବା ପ୍ରତିମୁର୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ lପରେ ଫୁଲବାଣୀ ସଦର ମହକୁମା ଡାକ୍ତର ଖାନା ରୋଗୀ ମାନଙ୍କୁଦଳ ପକ୍ଷରୁ ଫଳ ବଣ୍ଟନ କରାଯାଇଥିଲା lଏଥିରେ […]

ଟିକେଟ ପାଇଁ ସବୁ ଦଳ ରେ ଛକା ପଞ୍ଚା ବିଜେଡିରୁ ପୁନମ ହେଲେ ଅଧ୍ୟକ୍ଷା ପ୍ରାର୍ଥୀ

ଫୁଲ ବାଣୀ(ସୁନୀଲ ପଟ୍ଟନାୟକ)ଶାସକ ବିଜେଡି ଦଳ ଶେଷରେ ପୁନମକହଁରଙ୍କୁ ପ୍ରାର୍ଥୀ କରିବାପାଇଁ ଚୁଡ଼ାନ୍ତ ନାମ ତାଲିକା ଘୋଷଣା କରିଛି l । ପୁନମ ବର୍ତ୍ତମାନ କନ୍ଧମାଳ ଜିଲା ବିଜେଡି ମହିଳା ମୋର୍ଚ୍ଚା ସଭାପତି ଅଛନ୍ତି । ପୁନମଙ୍କ ବେଶ ସାଂଗଠନିକ ଦକ୍ଷତା ମଧ୍ୟ ରହିଛି । କିଛି ନୁଆଁ କରି ଦେଖାଇବା ଲାଗି ସେ ସର୍ବଦା ଚିନ୍ତିତ l ଦଳ ରେ ଭଲ ପ୍ରଭାବ ରହିଛି ତାଙ୍କର ।ଏଣୁ ବିଜୟ ସମ୍ଭାବନା କୁ ଦୃଷ୍ଟିରେ ରଖି ପୁନମ […]

ବିଶ୍ୱ ଶାନ୍ତି ଏବଂ ୟୁକ୍ରେନ ରେ ଫସିଥିବା ଭାରତୀୟ ମାନଙ୍କ ମଙ୍ଗଳ କାମନା କରି ଦୀପ ଦାନ ଏବଂ ସାମୁହିକ ପ୍ରାର୍ଥନା

ବିଶ୍ୱ କୁ ଥରେଇ ଦେଲା ଭଳି ରୁଷ ୟୁକ୍ରେନ ଯୁଦ୍ଧ ପ୍ରତି ଟି ମୁହୂର୍ତ୍ତ ରେ ଭୟଙ୍କର ଠୁଁ ଅଧିକ ଭୟଙ୍କର ହେବରେ ଲାଗିଛି |ପ୍ରାୟ 9 ଦିନ ଧରି ଚାଲିଥିବା ଉକ୍ତ ଯୁଦ୍ଧ ରେ ଉଭୟ ଦେଶ ର ହଜାର ହଜାର ସୈନିକ ଏବଂ ଶହ ଶହ ନିରୀହ ଜନତା ମୃତ୍ୟୁ ବରଣ କରିସାରିଲେଣି ଏବଂ ଆରବ ଆରବ କୋଟି ଟଙ୍କା ର ସମ୍ପତ୍ତି ନଷ୍ଟ ହେଇ ସାରିଲାଣି |ଯେ କୌଣସି ମୁହୂର୍ତ୍ତ ରେ ଏହି […]

ବିରୋଧ ସତ୍ବେ ଅନୀମାଙ୍କ ବିଜୟୀ ,ଅଧ୍ୟକ୍ଷା ହେବେ

ଫୁଲବାଣୀ-୨/୩ କିଛି ଦଳୀୟ ନେତା ଓ କର୍ମୀଙ୍କ ବିରୋଧ ସତ୍ଵେ ନିଜର ନିର୍ମଳ ଭାବମୂର୍ତ୍ତୀ, କାର୍ଯ୍ୟଦକ୍ଷତା,ସଚୋଟତା, ଓ ବିଶେଷକରି ଜନସଂପର୍କ ପୂର୍ବତନ ବ୍ଲକ ଅଧ୍ୟକ୍ଷାସୁଶ୍ରୀଅନୀମାକହଁରଙ୍କ ବିଜୟ ରପଥ ବହୁପୂର୍ବରୁପରିଷ୍କାର ହୋଇଯାଇଥିଲା। ଆଉ ଅନୀମା ତାଙ୍କ ନିକଟତମ ପ୍ରତି ଦ୍ୱନ୍ଦୀ ଶାନ୍ତିଲତା ମଲିକଙ୍କୁ ୫ ୮୩ ଭୋଟରେ ପରାଜିତ କରି ବିଜୟୀ ହୋଇଛନ୍ତି।ଅନୀମା ୨୨୫୪ ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀଶାନ୍ତିଲତା ୧୬୭୧ ଭୋଟ ପାଇଥିଲେ ।ଅନୀମାଙ୍କ ରଣକୌଶଳ ଆଗରେ ବିରୋଧ କରୁଥିବା ନେତା ଓ କର୍ମୀଙ୍କ ଫିକା […]