ବରଗଡ଼ ଜିଲ୍ଲାରେ ୩ୟ ପର୍ଯ୍ୟାୟ ନିର୍ବାଚନ ରେ ୮୨.୬୩% ମତଦାନ
ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)ବରଗଡ଼ ଜିଲ୍ଲାର ଆଜି ତୃତୀୟ ପର୍ଯ୍ୟାୟ ରେ ୮୨.୬୩ ପ୍ରତିଶତ ଭୋଟଦାନ ହୋଇଛି। ୩ୟ ପର୍ଯ୍ୟାୟ ରେ ବରପାଲି, ବିଜେପୁର,ଓ ଭେଡେନ ବ୍ଲକ ରେ ଭୋଟ ଗ୍ରହଣ ହୋଇଥିଲା। ୬୬ ଟି ପଞ୍ଚାୟତ ର ୮୭୭ଟି ଭୋଟ ଗ୍ରହଣ କେନ୍ଦ୍ରରେ ଏହି ମତଦାନ ହୋଇଥିବା ବେଳେ ୧୮୧୭ ପ୍ରାର୍ଥୀ ଙ୍କ ଭାଗ୍ୟ ଭୋଟ ବାକ୍ସରେ ବନ୍ଦ ହୋଇଛି। ତେବେ କେତେକ ଗ୍ରାମରେ ବିଭିନ୍ନ ସମସ୍ୟା କୁ ନେଇ ଗ୍ରାମବାସୀ ମାନେ ଭୋଟ ବର୍ଜନ କରିଛନ୍ତି। […]