ଦ୍ୱିତୀୟ ପର୍ଯ୍ୟାୟ ମତଦାନ : ତୁମୁଡିବନ୍ଧ ଓ କୋଟଗଡ଼ରେ ଶାନ୍ତିପୂର୍ଣ୍ଣ ମତଦାନ, ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ)ଶୁକ୍ରବାର କନ୍ଧମାଳ ଜିଲ୍ଲାର ମାଓ ଅଧ୍ୟୁଷିତ ତୁମୁଡିବନ୍ଧ ଓ କୋଟଗଡ଼ ଦୁଇଟି ବ୍ଲକରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଶାନ୍ତିଶୃଙ୍ଖଳାର ସହ ସମାପନ ହୋଇଛି । ତୁମୁଡିବନ୍ଧରେ ୭୬.୨୨ ପ୍ରତିଶତ ମତଦାନ ହୋଇଥିବା ବେଳେ କୋଟଗଡ ରେ ୮୨.୬୯ ପ୍ରତିଶତ ମତଦାନ ହୋଇଥିଲା l ସକାଳୁ ସକାଳୁ ଲୋକେ ଭୋଟ ଦେବା ଲାଗି ଭୋଟ ଦାନ କେନ୍ଦ୍ରକୁ ଆସି ନିଜ ନିଜର ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେଉଥିବା ଦେଖିବାକୁ ମିଳିଥିଲା । ବିଶେଷକରି ମହିଳାମାନେ […]