ଦାଦାଗିରି” ରେ ଏକାଠି ହେଲେ ପ୍ରଥମ ଥର ପାଇଁ ଦୂଇ ସୁପରଷ୍ଟାର

ପ୍ରଥମ ଥର ପାଇଁ ଅଭିନେତା ଅନୁଭବ ଙ୍କ ମେଗା ରିଆଲିଟି ଗେମ୍ ସୋ “ଦାଦାଗିରି” ରେ ଅଭିନେତା ବାବୁଶାନ୍ ଅତିଥି ଭାବେ ଭାଗ ନେବା ସହ ମଉଜ ମସ୍ତି କଲେ।ଫିଲ୍ମ ବାଳୁଙ୍ଗା ଟୋକା ର ଶୀର୍ଷ ସଙ୍ଗୀତ ରେ ନାଚିଲେ ଓଡ଼ିଶାର ଦୁଇ ସୁପରଷ୍ଟାର ଅନୁଭବ ଓ ବାବୁଶାନ୍।ଅଭିନେତା ଅନୁଭବ ମହାନ୍ତି ଙ୍କ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଆଇ ଲଭ ୟୁ ର କଳାକାର ନମ୍ରତା ଥାପା, ପିଣ୍ଟୁ ନନ୍ଦ, ପ୍ରଯୋଜକ ଟୁଟୁ ନାୟକ, କଣ୍ଠଶିଳ୍ପୀ ଟି […]

ନୃସିଂହ ନାଥ ପୀଠରେ ଆରମ୍ଭ ହେଲା ହରିହର ପଙ୍ଗତ

ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)ବରଗଡ଼ ପାଇକମାଳ ସ୍ଥିତ ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହ ନାଥ ପୀଠ ରେ ଆଜି ପୁଣିଥରେ ଆରମ୍ଭ ହୋଇଛି ହରିହର ପଙ୍ଗତ(ପ୍ରସାଦ)। ଅନେକ ଦିନରୁ ମନ୍ଦିର ଖୋଲିଥିଲେ ମଧ୍ୟ ଭକ୍ତ ମହାପ୍ରସାଦ ପାଇବାରୁ ବଞ୍ଚିତ ହେଉଥିଲେ ଭକ୍ତ। ଆଜି ଏହି ପ୍ରତୀକ୍ଷା ର ଅନ୍ତ ଘଟିଛି ସାମାଜିକ ଦୂରତା ରକ୍ଷା କରି ଉପସ୍ଥିତ ଭକ୍ତ ମାନଙ୍କୁ ହରିହର ପଙ୍ଗତ ବଣ୍ଟନ କରାଯାଇଛି। ନୃସିଂହ ନାଥ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ଙ୍କ […]

ଭିଜିଲାନ୍ସ ଜାଲରେ ପଦ୍ମପୁର ଏନଏସି ଟାକ୍ସ କଲେକ୍ଟର

ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ର ଟେକ୍ସ କଲେକ୍ଟର ଭାବେ କାର୍ଯ୍ୟରତ ଦୀନବନ୍ଧୁ ପଣ୍ଡା ଅଭିଯୋଗ କାରୀଙ୍କ ଠାରୁ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବରଗଡ଼ ଭିଜିଲାନ୍ସ ବିଭାଗ ଦ୍ବାରା ଧରାପଡ଼ି ଜେଲ ହାଜତକୁ ଯାଇଛନ୍ତି। ବୀଭାଗୀୟ ସୂଚନା ମତେ ଅଭିଯୋଗ କରୀ କିଣିଥିବା ଏକ କଠାଘରର ନମ୍ବର ପରିବର୍ତ୍ତନ ଏବଂ ଘରର ବାର୍ଷିକ ଟ୍ୟାକ୍ସ ଦର ହ୍ରାସ କରିବାକୁ ଟେକ୍ସ କଲେକ୍ଟର ଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ଟେକ୍ସ କଲେକ୍ଟର […]

ବ୍ୟାନର ଲଗାଇବାରୁ ଆଦିବାସୀ ଯୁବକକୁ ବିଜେପି କର୍ମୀଙ୍କ ମରଣାନ୍ତଙ୍କ ଆକ୍ରମଣ

ଢେଙ୍କାନାଳ( ଉଲାପ୍ର) ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଗଡ଼ପଳାଶୁଣୀ ପଂଚାୟତ ଜରଡ଼ା ଗ୍ରାମର ଗୌତମ ପଧାନ ଗତ 03/02/2020 ରିଖ ଦିନ ବିଜେଡିଦଳର ବ୍ୟାନର ଲଗାଉଥିବା ବେଳେ ସେହି ଗ୍ରାମର ଚାରି ଜଣ ବିଜେପି କର୍ମୀ ବାଙ୍କନିଧି ବିଶ୍ୱାଳ, ସତ୍ୟାନନ୍ଦ ବିଶ୍ୱାଳ,ନବୀନ ବିଶ୍ୱାଳ,ଓରଫ ଫଣ୍ଟି ଏବଂ ରୁଦ୍ରନାରାୟଣ ସାହୁ ମିଶିକି ଏକ କ୍ରିକେଟ ବ୍ୟାଟରେ ମୁଣ୍ଡରେ ମାଡ଼ ମାରିଥିଲେ ବିଧା ଗୋଇଠା ମାଡ଼ ମାରିବା ସହିତ ଜାତିଆଣ ଆକ୍ଷେପ କରି ଜୀବନରେ ମାରିଦେବାକୁ ଧମକ ଦେଇ ଗାଳିଗୋଲଜ […]

ଦାରିଙ୍ଗବାଡ଼ି ଟେକାବାଡ଼ି ଘାଟିରେ ଅଟୋ ଓଲଟି ଆଠ ଜଣ ଗୁରୁତର

ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ଦାସିଙ୍ଗବାଡ଼ି ଗ୍ରାମର ପ୍ରାୟ ବାର ଜଣ ଏକ ଅଟୋରେ କୋଟ ଗଡ଼ ବ୍ଳକରମା ଲାଙ୍ଗ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାଲକିସୀତାଗୁଡ଼ା ଗ୍ରାମକୁ ଏକ ମରଣ ଘରକୁ ଯାଇ ଫେରୁଥିଲେ ଦାସିଙ୍ଗବାଡ଼ି ଗ୍ରାମକୁ । ଦାସିଙ୍ଗବାଡ଼ି ଗ୍ରାମ ନିକଟ ଟେକାବାଡ଼ି ଘାଟିରେ ଭାରସାମ୍ୟ ହରାଇ ଅଟୋ ଓଲଟି ଖାଳରେ ପଡ଼ି ଦୁର୍ଘଟଣା ହୋଇଥିଲା । ଖବର ପାଇ ଅଗ୍ନିଶମ ବିଭାଗ ଗାଡ଼ି ଘଟଣା ସ୍ଥଳରେ ପହଞ୍ଚି ଏହାତ ଆଠ […]

ଜିଉଦୟଗିରିରେ ବିଜେଡି ରଦମଦାର ପ୍ରଚାର

ଫୁଲ ବାଣୀ(ସୁନୀଲ ପଟନାୟକ)କନ୍ଧମାଳ ଜିଉଦୟଗିରି ବ୍ଲକର ଜିଲ୍ଲାପରିଷଦ ଜୋନ ପାଇଁ ଚତୁର୍ଥ ପର୍ଯ୍ୟାୟ ୨୨ ତାରିଖରେ ହେବ ଭୋଟ। ଫଳରେ ସବୁ ଦଳର ପାର୍ଥୀମାନେ ନିଜନିଜ ସମର୍ଥକ ଓ ନେତାଙ୍କୁ ନେଇ ଦମଦାର ପ୍ରଚାର ଚଳାଇଛନ୍ତି।ବିଜେଡିର ହେଭି ୱେଟ ନେତା ତଥା ସାଂସଦ ଡଃ. ଅଚ୍ୟୁତ ସାମନ୍ତ, ନଗର ଉନ୍ନୟନ୍ନ ଓ ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା, ଜି ଉଦୟଗିରି ବିଧାୟକସାଲୁଗା ପ୍ରଧାନ, ଜିଲ୍ଲା ବିଜେଡି ସଭାପତି ସରୋଜ କର୍ଣ୍ଣ ପ୍ରମୁଖ ଗୁରୁବାର ଜି.ଉଦୟ ଗିରି ଜିଲ୍ଲାପରିଷଦ […]

ପୁଅର ଟାଙ୍ଗିଆ ଚୋଟରେ ମା ଗୁରୁତର :ଅଭିଯୁକ୍ତ ପୁଅ ଟାଙ୍ଗିଆ ସହ ଥାନାରେ ଆତ୍ମ ସମର୍ପଣ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କେଲାପଡା ପଞ୍ଚାୟତ ଗୁରୁପଡା ଗାଁ ରେ ଏକ ଅଭାବନୀୟ ଘଟଣା ଘଟିଛି l ଜଣେ ପୁଅ ର ଟାଙ୍ଗିଆ ଚୋଟରେ ମା ଗୁରୁତର ହୋଇ ମେଡିକାଲ ରେ ଭର୍ତି ହୋଇଥିବା ସୂଚନା ମିଳିଛି l ଖବର ରୁ ପ୍ରକାଶ ଯେ ଗୁରୁପଡା ଗାଁ ର ବୈକୁଣ୍ଠ ମିଶ୍ର ନାମକ ଜଣେ ବ୍ୟକ୍ତି ଙ୍କ ସାନ ପୁଅ ଅଶ୍ୱିନୀ ମିଶ୍ର ବୁଧବାର ପ୍ରାୟ 12 ଟା ସମୟରେ କୌଣସି […]

ରାଇକିଆରେ କଂଗ୍ରେସର ମାରାଥନ ପ୍ରଚାର

ଫୁଲ ବାଣୀ(ସୁନୀଲ ପଟନାୟକ)କନ୍ଧମାଳରାଇକିଆ ବ୍ଲକର ଦୁଇଟି ଜିଲ୍ଲାପରିଷଦ ଜୋନ ପାଇଁ ଶେଷ ପର୍ଯ୍ୟାୟ ୨୪ ତାରିଖରେ ହେବ ଭୋଟ। ଫଳରେ ସବୁ ଦଳର ପାର୍ଥୀମାନେ ନିଜନିଜ ସମର୍ଥକ ଓ ନେତାଙ୍କୁ ନେଇ ଦମଦାର ପ୍ରଚାର ଚଳାଇଛନ୍ତି।କଂଗ୍ରେସ ମଧ୍ୟ ପଛରେ ପଡିନି। ଯୁବ ନେତା ପ୍ରତାପ ପ୍ରଧାନ, ଜିଲ୍ଲା ସଭାପତି ଅନାମନା ଏକ, ପ୍ରଭାରୀ ବିସ୍ମୟ ମହାପାତ୍ରଙ୍କ ସମେତ ବହୁ ନେତା ୧୮ନମ୍ବର ଜିଲ୍ଲାପରିଷଦ ପ୍ରାର୍ଥୀଙ୍କ ସପକ୍ଷରେ ଯୋରଦାର ପ୍ରଚାର ଚଳାଇଛନ୍ତି । ସେମାନେ ଇନ୍ଦ୍ରଗଡ,ରଣବା .କରଡ଼ା, ବାରବା […]

ଜୋର ଧରିଲା କଂଗ୍ରେସ ଜିଲ୍ଲା ପରିଷଦ ପ୍ରାର୍ଥିନୀଙ୍କ ପ୍ରଚାର : ବାଇକ୍ ଶୋଭାଯାତ୍ରାରେ ବୁଲିଲେ ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ, ପୂର୍ବତନ ବିଧାୟକ ଉମାବଲ୍ଲଭ ରଥ

ଆଠଗଡ଼(ଉଲାପ୍ର)ଗୁରୁବାର ପୂର୍ବାହ୍ନରେ ଆଠଗଡ଼ କଂଗ୍ରେସ କାର୍ଯ୍ୟାଳୟ ବେଶ ସରଗରମ ହୋଇଉଠିଥିଲା । ଆଜି ୧ନମ୍ବର ଜୋନ୍ ଜିଲ୍ଲା ପରିଷଦ ପ୍ରାର୍ଥିନୀ ମନମୋହିନୀ ଧଳଙ୍କ ନିର୍ବାଚନୀ ପ୍ରଚାରରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ଓ ପୂର୍ବତନ ବିଧାୟକ ଉମାବଲ୍ଲଭ ରଥଙ୍କ ଉପସ୍ଥିତି ନେଇ କଂଗ୍ରେସ କର୍ମୀମାନେ ବେଶ୍ ସକ୍ରିୟ ହୋଇ ଉଠିଥିଲେ । ଦିନ ୧୧ ଟା ବେଳେ ଆଠଗଡ଼ କଂଗ୍ରେସ କାର୍ଯ୍ୟାଳୟରୁ ଦଳୀୟ ନେତୃବୃନ୍ଦଙ୍କ ନେତୃତ୍ବରେ ଶତାଧିକ କଂଗ୍ରେସ କର୍ମୀ ବିଶାଳ […]

ଚିଦାନନ୍ଦ ତପୋବନ ଆଶ୍ରମ ପାଇଁ ଭୂମି ପୂଜନ ଉତ୍ସବ

ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)ବରଗଡ଼ ବ୍ଲକ ଅନ୍ତର୍ଗତ କଟାପାଲି ଗାଁ ରେ ମାଘ ପୂର୍ଣ୍ଣିମା ଅବସରରେ ସ୍ବାମୀ ଚିଦାନନ୍ଦ ତପୋବନ ଆଶ୍ରମ ପାଇଁ ଭୂମି ପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଅତିଥି ଭାବେ ଚିଦାନନ୍ଦ ଜୀଙ୍କ ବିଭିନ୍ନ ସ୍ଥାନରେ ‌ଥିବା ଆଶ୍ରମ ସମୁହ ର ସାଧୁ ସନ୍ଥମାନେ ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମ ରେ ସାଧୁଙ୍କୁ ପୂଜନ ଓ ସମ୍ମାନ,ଅନ୍ୟ ଜିଲ୍ଳା ତଥା ଆଶ୍ରମ ରୁ ଆସିଥିବା ଅତିଥି ମାନଙ୍କୁ ସମ୍ମାନୀତ କରାଯାଇଥିଲା। ଭୂମି ପୂଜନ ର ମୁଖ୍ୟ ଉଦ୍ୟୋକ୍ତା […]