ପରିମଳ କର୍ମଚାରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନ୍ଏସି ପକ୍ଷରୁ ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ପରିମଳ କର୍ମଚାରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ବାଲିଗୁଡ଼ା ଉପଜିଲ୍ଲାପାଳ ତଥା ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଡ଼.ଶୁଭଙ୍କର ମହାପାତ୍ରଙ୍କ ପ୍ରଚେଷ୍ଟାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ବାଲିଗୁଡ଼ା ଏନ୍ଏସିରେ କାର୍ଯ୍ୟରତ ୬୦ରୁ ଉର୍ଦ୍ଧ୍ବ ପରିମଳ କର୍ମଚାରୀ ନିଜ ସ୍ବାସ୍ଥ୍ୟ କଥା ଭୁଲି ସହରର ଗଳିକନ୍ଦିକୁ ଯାଇ ସହରକୁ ପରିସ୍କାର ପରିଚ୍ଛନ୍ନ ରଖୁଛନ୍ତି । ଏଣୁ ସେମାନଙ୍କ […]