ଅବହେଳିତ ବିଜୁବାବୁଙ୍କ ପ୍ରତିମାକୁ ସଫକଲେ ଢେଙ୍କାନାଳ ସଚେତନ ନାଗରିକ ଫୋରମର କାର୍ଯ୍ୟକର୍ତ୍ତା

ଢେଙ୍କାନାଳ(ଉଲାପ୍ର)ଏକ ମାସ ତଳେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ ବିଜୁବାବୁଙ୍କ ପ୍ରତିମାକୁ ନଗର ଶାଖା ସଭାପତି ଅମରେନ୍ଦ୍ର ସାହୁଙ୍କ ନେତୃତ୍ୱରେ ସଫା କରାଗଲା, ଉକ୍ତ କାର୍ଯ୍ୟକ୍ରମରେ ପୂର୍ବତନ ସମବାୟ ବ୍ୟାଙ୍କ ସଭାପତି ଅକ୍ଷୟ ମହାନ୍ତି, ଫୋରମର ଜିଲ୍ଲା ସମ୍ପାଦକ ଭରତ କୁମାର ଦାସ, ନଗର ଶାଖା ସମ୍ପାଦକ ଦୟାନିଧି ବେହେରା, ଉପସଭାପତି ଚକ୍ରଧର ତରାଇ, ଉପସଭାପତି ଅମ୍ବିକା ପ୍ରସାଦ ମିଶ୍ର,ସହ ସମ୍ପାଦକ ଅଜୟ ମିଶ୍ର ଅଜିତ କୁମାର ବେହେରା ଆଦି ଭାଗ ନେଇଥିଲେ

ଅସହାୟଙ୍କୁ କମ୍ବଳ ବଣ୍ଟନ

ଢେଙ୍କାନାଳ(ଉଲାପ୍ର)ଧନୁ ସଂକ୍ରାନ୍ତି ଦିନ ସାଇ ସତସଙ୍ଗ ସେବା ଟ୍ରଷ୍ଟ ପକ୍ଷରୁ ଢେଙ୍କାନାଳ ସହର ସମେତ ପୌରାଞ୍ଚଳ ର ଗଳି କନ୍ଧି ଓ ରାସ୍ତାକଡ ରେ ଭିନ୍ନକ୍ଷମ ଓ ଅସହାୟ ଅବସ୍ଥାରେ ରାତି ବିତାଉଥିବା ନିରାଶ୍ରୟ ଲୋକଙ୍କୁ କମ୍ବଳ ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି. ଟ୍ରଷ୍ଟ ର 25 ଜଣ ସଦସ୍ୟ 5ଟି ଟିମ ହୋଇ ସହର ର ବିଭିର୍ନ ସ୍ଥାନରେ ଏହି ସେବା କାର୍ଯ୍ୟ ରେ ନିୟୋଜିତ ହୋଇଥିଲେ ବୋଲି ଟ୍ରଷ୍ଟ ର ଅଧକ୍ଷ ଶିବ […]

ରାଜ୍ୟକଂଗ୍ରେସ ପ୍ରଭାରୀ ଡ. ଏ ଚେଲ୍ଲା କୁମାରଙ୍କ କନ୍ଧମାଳ ଗସ୍ତ କଂଗ୍ରେସ ସଂଗଠନ ସୁଦୃଢ କରିବାକୁ ପରାମର୍ଶ

ଫୁଲବାଣୀ-(ସୁନୀଲ ପଟନାୟକ)ରାଜ୍ୟ କଂଗ୍ରେସ ପ୍ରଭାରୀ ତଥା ଏଆଇସିସି ସାଧାରଣ ସଂପାଦକ ଡ.ଏ. ଚେଲ୍ଲା କୁମାର ଫୁଲବାଣୀଠାରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଆୟୋଜିତ ଏକ ବିଶାଳସାଧାରଣ ସଭାରେ ଯୋଗ ଦେଇ ୨୧ ବର୍ଷ ବିଜେଡି ଶାସନରେ କୌଣସି ଆଖିଦୃଶିଆ ଉନ୍ନତି ମୂଳକ କାର୍ଯ୍ୟହୋଇନଥିବା ଅଭିଯୋଗ କରିବା ସହ ଏହି ସମୟରେ କେବଳ ଦୁର୍ନିତୀ ଓ ଭ୍ରଷ୍ଟ। ଚାରବୃଦ୍ଧି ପାଇଥିବା କହିଥିଲେ । ସେହିପରି ଜିଲ୍ଲାରେ କଂଗ୍ରେସ ସଂଗଠନକୁ ସୁଦୃଢ କରିବାଲାଗି ସମସ୍ତେ ଏକ ମନ ଏକ ପ୍ରାଣହୋଇ ଉଦ୍ୟମକରିବା […]

ବାଲକୋ ମେଡିକାଲ ସେଣ୍ଟର୍ ରାୟପୁର ପକ୍ଷରୁ ବରଗଡ ଡ. ନିଶାନ୍ତ ଦେବତା କ୍ଲିନିକ୍ ରେ ମାଗଣା କ୍ୟାନ୍ସର ଚିକିତ୍ସା ଶିବିର

ବରଗଡ : ଆଜି ରାୟପୁର ସ୍ଥିତ ବାଲକୋ ମେଡିକାଲ ସେଣ୍ଟର୍ ପକ୍ଷରୁ ବରଗଡ ଠାରେ ଏକ ନିଶୁଳ୍କ ବା ମାଗଣା କ୍ୟାନ୍ସର ଚିକିତ୍ସା ଶିବିର ଆହୋଜନ କରିଥିଲା। ବରଗଡ ସହର ଭଟଲି ରୋଡ ସ୍ଥିତ ଡ. ନିଶାନ୍ତ ଦେବତା ପୋଲି କ୍ଲିନିକ୍ ଠାରେ ଅନୁଷ୍ଠିତ ଏହି ଚିକିତ୍ସା ଶିବିର ରେ ୫୦ ରୁ ଉର୍ଦ୍ଧ୍ବ ରୋଗୀ ନିଜର ସ୍ବାସ୍ଥ୍ୟ ପରୀକ୍ଷା କରାଇଥିଲେ। ଏଥିରେ ମାଗଣା ରେ ଏଫ୍ ଏନ ଏ ସି ଟେଷ୍ଟ କରାଯାଇଥିଲା ଓ ପାପ […]

କନ୍ଧମାଳ ରେ ଅସହ୍ୟ ଜାଡ ଗରିବ ଙ୍କୁ କମ୍ବଳ ବାଣ୍ଟିଲେ ସାମାଜସେବି

ଫୁଲବାଣୀ:-୧୯/ ୧୨(-ସୁନୀଲ ପଟନାୟକ )ବର୍ତ୍ତମାନ କନ୍ଧମାଳ ଜିଲାରେଦିନ କୁଦିନ ଶୀତର ପ୍ରକୋପ ବୃଦ୍ଧିପାଉଛି l ସମଗ୍ର କନ୍ଧମାଳ ଶୀତରେ ଥରୁଥିବାବେଳେ ଏହାର ପ୍ରଭାବ ଜିଲ୍ଲାର ବଣ ପାହାଡ଼ ଦୁର୍ଗମ ଅଞ୍ଚଳରେ ଅଧିକ ପଡ଼ିଥିବା ଅନୁଭବ ହୋଇଛି।ବିଶେଷ କରି ନିରୀହ ଅସହାୟ ବୃଦ୍ଧ ବୃଦ୍ଧା,ଭିନ୍ନକ୍ଷମ,ବିଧବା ଶୀତ ର ପ୍ରଭାବରେ କଷ୍ଟ ଅନୁଭବ କରୁଥିଲେ l ।ଏହାକୁ ଉପଲବ୍ଧି କରି ଜିଲ୍ଲାର ଖଜୁରୀପଡ଼ା ବ୍ଲକର ସୁଡୁକୁମ୍ପା ପଞ୍ଚାୟତର ସମାଜ ସେବୀ ତଥାସମ୍ବାଦିକବୈଦ୍ୟ ନାଥ ବେହେରା ଙ୍କ ନେତୃତ୍ୱ ରେ ଏସବୁ […]

ପୂର୍ବତନ କର୍ମଚାରୀ ନେତାବ୍ରଜ ପଟନାୟକ ଙ୍କ ବିଜେଡ଼ି ରେ ଯୋଗଦାନ

ଫୁଲବାଣୀ (ସୁନୀଲ ପଟନାୟକ )ପୂର୍ବତନ କର୍ମଚାରୀ ନେତା ତଥା ଆଇନଯିବି ବ୍ରଜକିଶୋର ପଟନାୟକଶନିବାର ସମର୍ଥକ ଙ୍କ ସହ ସ୍ଥାନୀୟ ସର୍କିଟ ହାଉସ ରେ ପଂଚାୟତରାଜ ମନ୍ତ୍ରୀ ତଥା କନ୍ଧମାଳ ଜ଼ିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରତାପ କୁମାର ଜେନାଙ୍କ ଉପସ୍ଥିତି ରେ ଯୋଗ ଦେଇଛନ୍ତି lଅନ୍ୟ ମାନଙ୍କ ମଧ୍ଯରେ ଫୁଲବାଣୀ ଏମ ଏଲ ଏ ଅଙ୍ଗଦ କହଁର, ଜ଼ିଲ୍ଲା ବିଜେଡି ସଭାପତି ସରୋଜ କର୍ଣ୍ଣ, ଯୁବବିଜେଡି ନେତା କିଶୋର ମେହରପ୍ରମୁଖ ଉପସ୍ଥିତ ଥିଲେ lବ୍ରଜ ଛାତ୍ର ଜିବନ ରେ […]

ଉଦେପାଲି ରେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦିନିକିଆ ଜିଆରଏଲଟିପି କାର୍ଯ୍ୟକ୍ରମ

ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)ବରଗଡ ଜ଼ିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ ଉଦେପାଲି ପଂଚାୟତ ସଭାଗୃହ ଠାରେ ନାବାର୍ଡ ବରଗଡ ଓ ନିୟୁ ଲାଇଫ ଫାଉଣ୍ଡେସନ ର ମିଳିତ ଆନୁକୂଲ୍ୟରେ ଦିନିକିଆ ଜିଆରଏଲଟିପି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଜ଼ିଲ୍ଲା ବିକାଶ ପ୍ରବନ୍ଧକ, ନାବାର୍ଡ ବରଗଡ ହଟକିଶୋର ବେହେରା ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଶ୍ରୀମତୀ ରାଜଲକ୍ଷ୍ମୀ ପଣ୍ଡା ଶାଖା ପରିଚାଳକ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଯୋଗଦାନ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ କଳାକାନହୁ ଦୀପ, […]

ବିପିଏଲ୍ ଯୋଜନାରେ ବିଦ୍ୟୁତ୍ ସଂଯୋଗ କରି ଗ୍ରାମବାସୀ ଙ୍କୁ ଲୁଟୁଛି କମ୍ପାନୀ : ଅତ୍ୟଧିକ ବିଦ୍ୟୁତ ବିଲ କୁ ନେଇ ତାତିଲେ ଗ୍ରାମବାସୀ: ତଦନ୍ତ ପାଇଁ ଦାବୀ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗ୍ରାହକମାନଙ୍କର ବିଦ୍ୟୁତ୍ ବିଲ୍ ବିଚିତ୍ର ଧରଣର ଆସୁଛି। ଏଭଳି ବିଚିତ୍ର ବିଲ୍ ଦେଖି ଲୋକେ ତାଜୁବ ହୋଇପଡ଼ିଛନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ଆଦର୍ଶଗ୍ରାମ କରଣ୍ଡାଗଡ଼ରେ। ମାତ୍ର ଦୁଇ ମାସରେ ଗ୍ରାମର ହିତାଧିକାରୀ ଙ୍କ ପିଛା ୫ ହଜାର ଟଙ୍କାରୁ ଆରମ୍ଭ କରି ୩୫ ହଜାର ଟଙ୍କା ପର୍ଯ୍ୟନ୍ତ ବିଜୁଳି ବିଲ୍ ଆସିଛି। ଗ୍ରାମର କେହି ଜଣେ ଗ୍ରାହକଙ୍କର ୫ […]

ଅକ୍ଷୟ ପାତ୍ରଙ୍କ ମୃତ୍ୟୁ ଘଟଣା :ଦୋଷୀଙ୍କୁ ଗିରଫ ଦାବି ନେଇ ବ୍ରାହ୍ମଣୀଗାଁ ବନ୍ଦ: ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ତହସିଲଦାରଙ୍କୁ ସ୍ମାରକ ପତ୍ର ପ୍ରଦାନ

କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଦାରିଙ୍ଗବାଡି ବ୍ଲକର ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ କିନାରୀ-ନୂଆଗାଁ ଅକ୍ଷୟ ପାତ୍ରଙ୍କ ମୃତ୍ୟୁ ଘଟଣା ଏକ ମାସରୁ ଉର୍ଦ୍ଧ ହୋଇଯାଇଛି। ଏହି ମୃତ୍ୟୁ ଘଟଣାରେ ପୋଲିସ ପ୍ରଶାସନଙ୍କ ତଦନ୍ତରେ ଅସନ୍ତୋଷ ହୋଇ ଆଞ୍ଚଳିକ ଦୁର୍ନୀତି ନିବାରଣ କମିଟି କନ୍ଧମାଳ, ଆବାହକ ମଣ୍ଡଳୀ ପକ୍ଷରୁ ଅଞ୍ଚଳର ୮ ଗୋଟି ଗ୍ରାମ ପଞ୍ଚାୟତ ବାସୀଙ୍କୁ ନେଇ ଶନିବାର ଦିନ ଏହାର ପ୍ରତିବାଦରେ ବ୍ରାହ୍ମଣୀଗାଁ ଦୋକାନ ବଜାର ଓ ଗାଡିମୋଟର ଚଳାଚଳ ବନ୍ଦ […]

କନ୍ଧମାଳ ବିଜେଡ଼ିରେ ମିଶ୍ରଣ ପର୍ବ : ମିଶିଲେ ବିଭିନ୍ନ ଦଳର କର୍ମୀ ଓ ସମର୍ଥକ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଫୁଲବାଣୀ ଠାରେ ଚକାପାଦ ବ୍ଲକ ଓ ଫୁଲବାଣୀ ବ୍ଲକର ଥିବା ବିଭିନ୍ନ ଦଳର କର୍ମୀମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ପଞ୍ଚାୟତ ରାଜ ଓ ନଗର ଉନ୍ନୟନ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା,ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ଜିଲ୍ଲା ସଭାପତି ସରୋଜ କର୍ଣ୍ଣଙ୍କ ଉପସ୍ଥିତିରେ ବିଜେଡି ଦଳରେ ସାମିଲ ହୋଇଛନ୍ତି।ଏଥିସହିତ କନ୍ଧମାଳ ଜିଲ୍ଲାର ପୂର୍ବତନ ଛାତ୍ର ନେତା ବ୍ରଜ କିଶୋର ପଟ୍ଟନାୟକ ତାଙ୍କର ସମର୍ଥକଙ୍କ […]