ହସଖୁସି ପରିବାର ତରଫରୁ କାର୍ଯ୍ୟକ୍ରମ ଅନୁଷ୍ଠିତ
ଯାଜପୁର(ଉଲାପ୍ର)ହସଖୁସି ପରିବାର ଚାରିଟେବୁଲ ଟ୍ରଷ୍ଟ ତରଫରୁ ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଅନ୍ତର୍ଗତ କୋଲଣଗିରି ଗ୍ରାମର ବାଘପାହାଡ ଠାରେ ପବିତ୍ର ଲକ୍ଷ୍ମୀ ପୂଜା ଓ କୁମାର ପୂର୍ଣିମାର ଶୁଭ ଅବସରରେ ହର୍ଷିକା ସେବାଶ୍ରମର ଶୁଭ ଉଦଘାଟନ ଏବଂ ନୂତନ ଗୃହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଏକ ମାଗଣା ସ୍ବାସ୍ଥ୍ଯସେବା ଶିବିର ଏବଂ ଔଷଧ ବଣ୍ଟନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା । ଡାଇବେଟିସ ଏବଂ ମେଡିସିନ ବିଶେଷଜ୍ଞ ଡାକ୍ତର ପ୍ରଦ୍ଯୁତ କୁମାର ତ୍ରିପାଠୀ […]