ଢେଙ୍କାନାଳ ଷଡଙ୍ଗୀ ରେ ବିଶ୍ୱ ଶିକ୍ଷକ ଦିବସ ପାଲିତ

ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ବ୍ଳକ ଅନ୍ତର୍ଗତ ଷଡ଼ଙ୍ଗୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷଡ଼ଙ୍ଗୀ ରେ ବିଶ୍ଵ ଶିକ୍ଷକ ଦିବସ ପାଳନ ଅବସରରେ ବିଦାୟ କାଳୀନ ସମ୍ବର୍ଦ୍ଧନା ଓ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ବିଦ୍ୟାଳୟ ର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକ୍ରୁତିବନ୍ଧୁ ହରିହର ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଓ ଅଧ୍ୟକ୍ଷତାରେ ଆଜି ଅକ୍ଟୋବର ମାସ ପାଞ୍ଚ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଅଛି।ଏହି କାର୍ଯ୍ୟକ୍ରମ ସ୍ନାତକ ଶିକ୍ଷକ ପଦୋନ୍ନତି ପାଇ ବିଦ୍ୟାଳୟ ବରିଷ୍ଠ ଶିକ୍ଷୟିତ୍ରୀ […]

ଆମ ପ୍ରତିଭା ଆମ ସମ୍ମାନ ପକ୍ଷରୁ ଦେଶର ସର୍ବକନିଷ୍ଠ ଶହୀଦ୍ ବାଜି ରାଉତଙ୍କ ଜନ୍ମ ଜୟନ୍ତୀ ପାଳିତ

ଢେଙ୍କାନାଳ,ଢେଙ୍କାନାଳ ଜିଲ୍ଲାର ‘ ଆମ ପ୍ରତିଭା ଆମ ସମ୍ମାନ ’ ତରଫରୁ ସ୍ଥାନୀୟ ବାଜି ଚୌକ ଠାରେ ସର୍ବ କନିଷ୍ଠ ଶହୀଦ ବାଜି ରାଉତଙ୍କ ଜନ୍ମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଅଛି । ଅନୁଷ୍ଠାନର ଜିଲ୍ଲା କୋଷାଧ୍ୟକ୍ଷ ରୁଦ୍ରାନ୍ତ ଦଳେଇଙ୍କ ଅଧ୍ୟକ୍ଷତାରେ ସକାଳ ୭ ଘଟିକା ସମୟରେ ଶତାବ୍ଦିକ ସଦସ୍ୟମାନଙ୍କ ଉପସ୍ଥିତିରେ ଶହୀଦ ବାଜି ରାଉତଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ଓ ‘ ବାଜି ରାଉତ ଅମର ରହେ ’ ଧ୍ଵନୀ ଦେଇଥିଲେ । ଏହି ସମାବେଶରେ […]

ବିଭିନ୍ନ ଦାବୀ ନେଇ ୧୨ ଘଣ୍ଟିଆ ଦାରିଙ୍ଗବାଡ଼ି ବନ୍ଦ ଡାକରା ଦେଲା କଂଗ୍ରେସ

ବାଲିଗୁଡା,.(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ କଂଗ୍ରେସ ପକ୍ଷରୁ ବିଭିନ୍ନ ଦାବି ପୂରଣ ନେଇ ଆସନ୍ତା ୧୧ ତାରିଖ ଦିନ ୧୨ ଘଣ୍ଟିଆ ଦାରିଙ୍ଗବାଡ଼ି ବନ୍ଦ ଡାକରା ଦିଆଯାଇଛି । ସୂଚନା ପ୍ରକାରେ, ଦାରିଙ୍ଗବାଡ଼ି ବ୍ଲକ କାର୍ଯ୍ୟାଳୟର ସହକାରୀ ନିର୍ବାହୀ ଯନ୍ତ୍ରୀ ବବୃବାହନ ବେହେରାଙ୍କ ମନମୁଖି ଶାସନ ଏବଂ ସ୍ଥାନୀୟ ବିଧାୟକ ବିଜୁ ପାଠାଗାର ନାମରେ ସରକାରୀ ଜମି ହଡ଼ପ କରି ଗୃହ ନିର୍ମାଣ କରିବା ଅଭିଯୋଗରେ ବ୍ଲକ ଅଧ୍ୟକ୍ଷା ରୁଦା […]

ଅଭୟାରଣ୍ୟରେ ଗୃହପାଳିତ ପଶୁ ପକ୍ଷୀଙ୍କୁ ବନ ବିଭାଗ ପକ୍ଷରୁ ଟିକାକରଣ

ବାଲିଗୁଡା,.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ଅଭୟାରଣ୍ୟ ଅଞ୍ଚଳରେ ବନ୍ୟଜନ୍ତୁ ଜନିତ ସଂକ୍ରମଣ ରୋକିବା ଲାଗି କୋଟଗଡ଼ ବନ ବିଭାଗ ପକ୍ଷରୁ ଗୃହପାଳିତ ପଶୁ ପକ୍ଷୀମାନଙ୍କୁ ସୋମବାର ମାଗଣାରେ ଟିକା ପ୍ରଦାନ କରାଯାଇଥିଲା l ବାଲିଗୁଡା ବନଖଣ୍ଡ ଅଧିକାରୀ ବିଶ୍ୱରାଜ ପଣ୍ଡା ଙ୍କ ନିର୍ଦ୍ଦେଶକ୍ରମେ କୋଟଗଡ଼ ରେଞ୍ଜ ଅଫିସର କର୍ମକର୍ତ୍ତା ଙ୍କ ଉଦ୍ୟମରେ ଏହି ଟିକାକରଣ କାର୍ଯ୍ୟକ୍ରମ ଆୟୋଜନ କରି ଲାକେଡ଼ି, ରଡିଗୁମା ,ଜରିଘାଟି ଆଦି ଅଭୟାରଣ୍ୟରେ ରହୁଥିବା ଲୋକମାନଙ୍କ ଗୃହପାଳିତ […]

ଆସ ବୁଲିଯିବା ଉନ୍ନକୋଟୀଶ୍ୱର ଶୈବ ତୀର୍ଥ ଉନ୍ନକୋଟି, ଅଗରତlଲା, ତ୍ରିପୁରା

ତ୍ରିପୁରା ରାଜ୍ୟରେ ଅଗରତାଲା ରୁ 160 କିମି ଦୂରରେ ସ୍ୱର୍ଗ ମର୍ତ୍ତ୍ୟ ପାତାଳ ତ୍ରି ପୁର ର ଅନ୍ୟତମ ଶ୍ରେଷ୍ଠ କୃତି ହିମାଳୟ ର ଜାମପୁଇ ପର୍ବତ ଉପତ୍ୟକା ର ମନୁ ନଦୀ କୂଳରେ ଏହି ବିଶ୍ୱ ପ୍ରସିଦ୍ଧ ଉନ୍ନକୋଟି ଶୈବ ତୀର୍ଥ ଅବସ୍ଥିତ l ଏହାର ନିର୍ମାଣ ଖ୍ରୀଷ୍ଟିୟ 8ମ /9ମ ଶତାବ୍ଦୀ l ଏଠାରେ 30 ଫୁଟ ଉଚ୍ଚ କାଳଭୈରବ ଶିଵ ଙ୍କ ମସ୍ତକ ଓ 10 ଫୁଟ ସଂଲଗ୍ନ କିରୀଟି, ସିଂହ ବାହିନୀ […]

ଇପିଏଫର ‘ପ୍ରୟାସ’ ପେନସନ ଯୋଜନା ର ଶୁଭାରମ୍ଭ

ବରଗଡ଼(ସତ୍ୟ ନାରାୟଣ ପ୍ରଧାନ)ବରଗଡ଼ ସିମେଣ୍ଟ କାରଖାନା ଠାରେ ଏମପ୍ଲୋଇ ପ୍ରୋଭିଡେଣ୍ଟ ଫଣ୍ଡ (ଇପିଏଫ) ରାଉରକେଲା ପକ୍ଷରୁ ‘ପ୍ରୟାସ’ ଯୋଜନା ର ଶୁଭାରମ୍ଭ କରିଥିଲେ। ଏହି ଯୋଜନାରେ ଜଣେ କିରଖାନା ବା ଇପିଏଫ ପେନସନ ପାଇଁ ଯୋଗ୍ୟ କର୍ମଚାରୀ ଙ୍କୁ ଅବସର ଗ୍ରହଣ ଦିନ ରେ ହିଁ ପେନସନ ବ୍ୟବସ୍ଥା ହୋଇପାରିବ। ଏହି ଅବସରରେ ବରଗଡ଼ ସିମେଣ୍ଟ କାରଖାନା ପରିସରରେ ଅନୁଷ୍ଠିତ ଶୁଭାରମ୍ଭ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଉରକେଲା ସ୍ଥିତ ଆଞ୍ଚଳିକ ଭବିଷ୍ୟନିଧି ପାଣ୍ଠି ର ଆୟୁକ୍ତ […]

ପ୍ରସ୍ତାବିତ କଲ୍ୟାଣ ମଣ୍ଡପ ନିର୍ମାଣ ସମ୍ପର୍କରେ ନୂଆଗାଁ ବାସୀଙ୍କ ଜିଲ୍ଲାପାଳଙ୍କ ଦ୍ୱାରସ୍ତ

ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ନୂଆଗାଁ ଗ୍ରାମପଞ୍ଚାୟତ ନୂଆଗାଁ , ମଣ୍ଡାପାଳ , ତଳଗୋଠ ତଥା ୩ ଗୋଟି ରାଜସ୍ୱ ଗ୍ରାମର ଗ୍ରାମବାସୀମାନେ ଉକ୍ତ ଗ୍ରାମରେ ଏକ କଲ୍ୟାଣ ମଣ୍ଡପ ତିଆରି ଉଦେଶ୍ୟରେ ଆଜି ଢେଙ୍କାନାଳ ଜିଲ୍ଲାପାଳ ଙ୍କ ଦ୍ୱାରସ୍ତ ହୋଇଛନ୍ତି । ଉକ୍ତ ଗ୍ରାମପଞ୍ଚାୟତର ମଧ୍ୟଭାଗରେ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମିତ କରାଯାଇଛି । ଯାହାଫଳରେ ୩ ଗୋଟି ଗ୍ରାମ ତଥା ୪ଗୋଟି ପଡା ସାହି ( ଗୋତିସାହି , ବାହାଣିଆ ସାହି , ରାଏପୁର ସାହି […]

ମାସ୍କ ଓ ସାନିଟାଇଜର ବଣ୍ଟନ କାର୍ଯ୍ୟକ୍ରମ

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକରେ ମହାମାରୀ କରୋନାକୁ ମୁକାବିଲା କରିବା ପାଇଁ ସାମାଜିକ ଦୂରତା ଲୋକ ସଚେତନ କରିବା ପାଇଁ ବ୍ଲକ ପ୍ରାଙ୍ଗଣରେ ପ୍ରଶାସନ ତରଫରୁ ଆୟୋଜିତ କରାଯାଇଥିଲା!ଏଥିରେ ଦୁଇଶହରୁ ଉର୍ଦ୍ଧ ସଚେତନରେ ଭାଗ ନେଇଥିଲେ!ଏବଂ ସ୍ଥାନୀୟ ପରଜଙ୍ଗ ବିଧାୟକ ଡ଼ଃ ନୃସିଂହ ଚରଣ ସାହୁ, କଙ୍କଡ଼ାହାଡ଼ ବ୍ଲକର ଲୋକପ୍ରିୟ ବ୍ଲକ ଅଧ୍ୟକ୍ଷଶ୍ରୀଯୁକ୍ତ କାର୍ତ୍ତିକ ସାହୁ, ବ୍ଲକ ଗୋଷ୍ଠୀଉନ୍ନୟନ ଅଧିକାରିଣୀ ବୁଲୁବୁଲୁ ବେହେରା ଏବଂ ବିଜୁଜନତା ଦଳ ଛାତ୍ର ସଭାପତି ଦେବବ୍ରତ ସାହୁ ମୁଖ୍ୟ ଅତିଥି ଭାବେ […]

ଗ୍ରେ ୱାଟର ସର୍ଭେ ଆରମ୍ଭ

ଢେଙ୍କାନାଳର ପୌରପାଳିକା ପକ୍ଷରୁ ଆଜିଠାରୁ 5 ଦିନ ବ୍ୟାପି ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତଙ୍କ ତତ୍ୱବଧାନରେ ଗ୍ରେ ୱାଟର ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଛି । ସ୍ୱସ୍ଛ ସାଥୀମାନେ ୱାର୍ଡ ନମ୍ବର 4 ରେ ଘର ଘର ବୁଲି ଲୋକମାନଙ୍କୁ ଏହି ସମ୍ବନ୍ଧରେ ବୁଝାଇଥିଲେ ।ଏଥିରେ ଉପସ୍ଥିତ ଥିଲେ ରଞ୍ଜୁଵାଲା ବେହେରା, ସରିତା ସେଠି, ସୁରତି ବେହେରା,ଗୀତାଞ୍ଜଳି ଖଟୁଆ, ଟୁନି ରାଉତ, ଅବନ୍ତ ସାହୁ, ମଂଜୁଲାତା ବେହେରା ଉପସ୍ଥିତିରେ ଲୋକମାନଙ୍କୁ ବୁଝାଉଥିଲେ ।

ପତ୍ନୀ ନିଖୋଜ ନେଇ ଥାନାରେ ଅଭିଯୋଗ

ଫୁଲବାଣୀ-୪/୧୦(ସୁନୀଲ ପଟ୍ଟନାୟକ)ମାସେ କି ଦୁଇ ମାସ ନୁହେଁ ଗଲା ବର୍ଷେରୁ ଅଧିକ ହେଲା ନିଖୋଜ ପତ୍ନୀକୁ ପାଗଳ ପ୍ରାୟ ହୋଇ ଖୋଜୁଛନ୍ତି ସ୍ଵାମୀ ଓ ପିଲାମାନେ। ଫୁଲବାଣୀସହରର ଗଳିକନ୍ଦିଠୁ ଆରମ୍ଭ କରି ସଂପର୍କୀୟ ମାନଙ୍କ ଘର ସବୁ ସାରିଦେଲେଣି। ହେଲେ ପତ୍ନୀଙ୍କ କୌଣସି ପତ୍ତା ମିଳୁନି। ଫଳରେ ଦୁଃଖରେ ଭାଙ୍ଗିପଡିଛନ୍ତି ମାଷ୍ଟ୍ରପଡ଼ା ହରିଜନ ସାହିରେ ରହୁଥିବା ସ୍ଵାମୀ ଚିତ୍ତରଂଜନ ସାହୁ । ଦୁଇଟି ଝିଅ ଓ ଗୋଟିଏ ପୁଅକୁ ନେଇହସଖୁସିରେ ପରିବାର ଚାଲିଥିଲା। ସ୍ଵାମୀ ଚିତ୍ତରଂଜନ ଫୁଲବାଣୀ […]