ଅଙ୍ଗନୱାଡ଼ି କେନ୍ଦ୍ର ସାଜିଛି ମଦୁଆଙ୍କ ଆଡ୍ଡାସ୍ଥଳୀ
ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ବାଟାଗୁଡ଼ା ଗ୍ରାମପଞ୍ଚାୟତ ମୁଣ୍ଡାପାଡ଼ା ଗ୍ରାମ ଅଙ୍ଗନୱାଡ଼ି କେନ୍ଦ୍ରରେ ଦେଖିବାକୁ ମିଳିଛି ମାଳ ମାଳ ବିଅର ବୋତଲ l କୋମଳମତି ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷା ଦାନ ପାଇଁ ପ୍ରଥମ ପାହାଚ କୁହାଯାଉଥିବା ଅଙ୍ଗନୱାଡ଼ି କେନ୍ଦ୍ର ଆଜି ମଦୁଆଙ୍କ ଆଡ୍ଡା ସ୍ଥଳୀ ପାଲଟିଛି l ସରକାର ଶିକ୍ଷା ଦାନ ପାଇଁ ଅନେକ ପ୍ରକାର ଯୋଜନା କରିଥିବା ବେଳେ ଏଇ ସ୍ଥାନରେ ପିଲା ମାନଙ୍କର ଭବିଷ୍ୟତ ଅସୁରକ୍ଷିତ ଦେଖା ଯାଉଛି । […]