କନ୍ଧମାଳ:କରୋନା ସଂକ୍ରମିତ ମାଓବାଦୀ ଆତ୍ମ ସମର୍ପଣ କରନ୍ତୁ : ସମସ୍ତ ଚିକିତ୍ସା ଖର୍ଚ୍ଚ ଦାୟିତ୍ୱ ପୋଲିସ ବହନ କରିବ
କନ୍ଧମାଳ,୨୨/୦୫.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାରେ ବର୍ତ୍ତମାନ କେକେବିଏନ୍ (କନ୍ଧମାଳ-କୋରାପୁଟ-ବଂଶଧାରା-ନାଗାବଳି) ମାଓ ଡିଭିଜନ୍ ସକ୍ରିୟ ରହିଛି। ସଂଗଠନର ଅନେକ ସଦସ୍ୟ କରୋନା ସଂକ୍ରମିତ ଥିବା ଏବଂ ସେମାନଙ୍କ ଦ୍ୱାରା ଗ୍ରାମାଞ୍ଚଳ ଆଦିବାସୀଙ୍କୁ ସଂକ୍ରମିତ କରିବା ଆଶଙ୍କା ମଧ୍ୟ ରହିଛି। ଗ୍ରାମାଞ୍ଚଳରେ କରୋନା ସଂକ୍ରମଣ ଉପରେ ରୋକ୍ ଲଗାଇବା, ମାଓବାଦୀଙ୍କୁ କରୋନାରୁ ସୁରକ୍ଷା ଦେବା ଓ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତକୁ ଆଣିବା ଉଦ୍ଦେଶ୍ୟରେ କନ୍ଧମାଳ ଜିଲ୍ଲା ପୁଲିସ ପକ୍ଷରୁ ମାଓବାଦୀଙ୍କୁ ଆତ୍ମସମର୍ପଣ କରିବାକୁ ନିବେଦନ କରାଯାଇଛି। ମାଓ ସଂଗଠନରେ […]