ଆଜିର ରାଶିଫଳ

ଅଦ୍ୟ ମଇ ମାସ ୧୨ ତାରିଖ ୨୦୨୧ ମସିହା(ବୁଧବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋବୈଶାଖ ମାସ-ଶୁକ୍ଳପକ୍ଷତିଥି-ପ୍ରତିପଦ ରାତ୍ରି ଘ୦୩/୧୪ ପର୍ଯ୍ୟନ୍ତ ତଦନ୍ତେ ଦ୍ଵିତୀୟାନକ୍ଷତ୍ର-କୃତ୍ତିକା ରାତ୍ରି ଘ ୦୩/୨୮ ପର୍ଯ୍ୟନ୍ତ ତଦନ୍ତେ ରୋହିଣୀଚନ୍ଦ୍ର-ମେଷ ଦିବା ଘ ୦୦୭/୦୯ ପର୍ଯ୍ୟନ୍ତ ତଦନ୍ତେ ବୃଷଯୋଗ- ଶୋଭନକରଣ-କିଂସ୍ତୁଘ୍ନସୌରମାସ- ମେଷ ୨୯ ଦିନ ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୫/୧୬/୪୦ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୦/୫୮✧═════•❁❀❁•═════✧ଯୋଗିନୀ ପୂର୍ବେ ରାତ୍ରି ଘ୦୩/୧୪ ପର୍ଯ୍ୟନ୍ତ ତଦନ୍ତେ ଉତ୍ତରେବିଛା ରାଶିର ଘାତଚନ୍ଦ୍ରକର୍କଟ ରାଶିର ଘାତବାରପ୍ରତିପଦ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•════**କାଳବେଳା -ଦିବା ଘ ୦୮/୨୭ ଗତେ […]

ଦୁଇ ଚକିଆ ଅମ୍ଳଜାନ ଏକ୍ସପ୍ରେସ ଆରମ୍ଭ

କରୋନା ମହାମାରୀ ସମୟରେ ଅମ୍ଳଜାନର ଅଭାବ ଦେଖାଦେଇଥିବାରୁ ଓଡ଼ିଶା ସରକା‌ର ପ୍ରଥମେ ବିଭିନ୍ନ ରାଜ୍ୟକୁ ଅମ୍ଳଜାନ ଯୋଗାଇଥିଲେ। ଏହି ସମୟରେ ଅମ୍ଳଜାନ ମହଜୁଦ ଥିଲେ ମଧ୍ୟ ଠିକ୍ ସମୟରେ ରୋଗୀମାନଙ୍କୁ ଯୋଗାଇଦେବା ନିମନ୍ତେ ପର୍ଯ୍ୟାପ୍ତ ସୁବିଧା ନଥିବାରୁ ଅମ୍ଳଜାନର ଅଭାବ ନେଇ ଗୁଜବ ସୃଷ୍ଟି ହୋଇଥିଲା। ବର୍ତ୍ତମାନ ଘରେ ଏକାନ୍ତବାସରେ ରହୁଥିବା କରୋନା ରୋଗୀ ମାନଙ୍କ ନିକଟରେ ଆପାତ କାଳୀନ ସ୍ଥିତିରେ ଅମ୍ଳଜାନ ଯୋଗାଇବାକୁ ଅଣ୍ଟା ଭିଡିଛନ୍ତି ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଓଡ଼ିଶା ରକ୍ତଦାତା ମହାସଂଘ। ପ୍ରଥମ […]

ବାଲିଗୁଡା:ଜେସିବିରେ ଚାଲିଛି ପୋଖରୀ ଖନନ:ଶ୍ରମିକ ନିରାଶ :ତଦନ୍ତ ଦାବୀ

ବାଲିଗୁଡା,୧୧/୦୫.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଲକରେ ଜଳଛାୟା ପ୍ରକଳ୍ପ ଦ୍ବାରା ଚାଲିଛି ପୋଖରୀ ଖନନ। ଏମଜିଏନଆରଜିଏସ ମାଧ୍ୟମରେ ପୋଖରୀ ଖନନ କାର୍ଯ୍ୟ କରିବା ପାଇଁ ସରକାରଙ୍କ ଗାଇଡ ଲାଇନରେ ଉଲ୍ଲେଖ ରହିଛି। କିନ୍ତୁ ବିଭାଗୀୟ ଅଧିକାରୀ ମାନଙ୍କ ପ୍ରରୋଚନାରେ ଠିକାଦାର ମାନେ ମନରେଗା ଶ୍ରମିକମାନଙ୍କ ବଦଳରେ ଜେସିବି ଦ୍ବାରା ପୋଖରୀ ଖନନ କାମ ଚଳାଇଛନ୍ତି। ଯଦି କେହି ଏହାର ପ୍ରତିରୋଧ କରୁଛନ୍ତି ସେମାନଙ୍କୁ ଅଶ୍ଳିଳ ଭାଷାରେ ଗାଳିଗୁଳଜ ସହ ଧମକ […]

ସପ୍ତମ ଦିନରେ ଲକ୍ ଡାଉନ, , ଏପଟେ ଆଜି ଶହେ ଟ ପିଲା ପଜିଟିଭ ସଂଖ୍ୟା ପୋଲିସ ଓ ଜିଲ୍ଲା ପ୍ରଶାସନ’ ପକ୍ଷରୁ ଯାଞ୍ଚ କଡ଼ାକଡି

ଫୁଲବାଣୀ-( ସୁନୀଲ ପଟନାୟକ) କରେ। ନା ର ଦ୍ଵିତୀୟ ଲହରରେ ସଂକ୍ରମିତ ଙ୍କ ସଂଖ୍ୟା ଦିନକୁ ଦିନ ବଢି ଚାଲିଛି । ଆଜି ମଙ୍ଗଳବାର ଜିଲ୍ଲାରେ କରେ। ନା ପଜିଟିଭ ସଂଖ୍ୟା ୧୦୧ରେ ପହଞ୍ଚିଛି । କରୋନାଚେନ ଭାଙ୍ଗିବା ପାଇଁ ସରକାର ମେ ୫ ତାରିଖରୁ ୧୯ ଯାଏ ୧୪ ଦିନିଆ ଲକ ଡାଉନ ଘୋଷଣା କରିଛନ୍ତି। ଆଜି ସପ୍ତମ ଦିନରେ ପହ ଞ୍ଚିଛି ଲକ ଡାଉନ । ଏହାକୁ କଡ଼ାକଡ଼ି ପାଳନ କରିବାପାଇଁ ଏବେକନ୍ଧମାଳ ପୋଲିସ […]

ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳରେ ପ୍ରଥମ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ:ଶୋକର ଛାୟା

ବାଲିଗୁଡା,୧୧/୦୫.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ଅଞ୍ଚଳରେ କରୋନା ଆକ୍ରାନ୍ତ ହୋଇ ରିଙ୍କୁ ନାୟକଙ୍କ ମୃତ୍ୟୁ ହୋଇଯାଇଥିବା ଜଣାପଡିଛି।ପ୍ରକାଶ ଯେ, ଘୁ .ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ୪ ନଂ ଓ୍ବାର୍ଡ ଶ୍ରୀରାମପଦା ନିବାସୀ ରିଙ୍କୁ ନାୟକଙ୍କର କିଛି ଦିନ ତଳେ କରୋନା ପଜିଟିଭ ବାହାରିଥିଲା। ତାଙ୍କୁ ଘୁ.ଉଦୟଗିରି ସ୍ବାସ୍ଥ୍ୟ କେନ୍ଦ୍ର ତରଫରୁ କରୋନା ଔଷଧ ପ୍ରଦାନ କରାଯାଇଥିଲା। ଘରୋଇ ସଙ୍ଗରୋଧରେ ରହି ସେ ଚିକିତ୍ସିତ ହେଉଥିଲେ। […]

ଜିଲ୍ଲାପାଳ କ୍ଷମତା ପ୍ରୟୋଗ କଲେ ସରପଞ୍ଚ:ତୁମୁଡିବନ୍ଧ ପଞ୍ଚାୟତ ଏକ ସପ୍ତାହ ପାଇଁ ସମ୍ପୂର୍ଣ୍ଣ ବନ୍ଦ

ବାଲିଗୁଡା,୧୧/୦୫.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । କରୋନାର ଏହି ଦ୍ୱିତୀୟ ଲହର ବେଶି ଘାତକ ହେଉଥିବା ବେଳେ କନ୍ଧମାଳ ଜିଲ୍ଲାର ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ଅଞ୍ଚଳରେ ମଧ୍ୟ ସଂକ୍ରମଣ ହାର ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ତୁମୁଡିବନ୍ଧ ପଞ୍ଚାୟତକୁ ସାପ୍ତାହିକ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି ସରପଞ୍ଚ ।ଖବର ଅନୁଯାୟୀ, ଗତ କିଛି ଦିନ ହେଲା ତୁମୁଡିବନ୍ଧ ଅଞ୍ଚଳରେ କରୋନା ସଂକ୍ରମଣ […]

ନରସିଂହପୁର ରେ ବାଲି ମାଫିଆ ଓ ତହସିଲ ପ୍ରଶାସନ ର ମଧୁଚନ୍ଦ୍ରିକା ଲକ୍ଷ୍ୟ ଲକ୍ଷ୍ୟ ଟଙ୍କାର ରାଜସ୍ୱ ହାନି।

ନରସିଂହପୁର (ଉ ଲା ପ୍ର)ନରସିଂହପୁର ବ୍ଲକ ର ବରହମପୁର ଓ ଧନୀପୁର ବାଲି ଘାଟରୁ ପ୍ରତିଦିନ ସହ ସହ ଟ୍ରାକଟର, ଟ୍ରକ୍, ହାୱାଇ ଜରିଆରେ ବିନା ରସିଦ୍ ରେ ବାଲି ଚାଲାଣ ହେଉଛି। ଚଢାଉ ପୂର୍ବରୁ ବାଲି ମାଫିଆ ଙ୍କୁ ଆଗୁଆ ସୂଚନା ମିଳିଯାଉଛି। ସୁଚନା ରୁ ପ୍ରକାଶ ଯେ ତହସିଲ୍ ଗାଡିର ଡ୍ରାଇଭର ଏହି ବାଲି ମାଫିଆ ଙ୍କୁ ଚଢାଉ ପୂର୍ବରୁ ଉକ୍ତ ଡ୍ରାଇଭ ସୂଚନା ଦେଇଛନ୍ତି। ଡ୍ରାଇଭର ଜନକ ବାଲି ମାଫିଆ ମାନଙ୍କ ସହ […]

ଜିଆଖତ କରି ସ୍ଵାବଲମ୍ବୀ ହେଲେ ଗାୟତ୍ରୀ

ଫୁଲବାଣୀ–(ସୁନୀଲ ପଟନାୟକ)ଫୁଲବାଣୀ ସହ ର ର ଗାୟତ୍ରୀ ପ୍ରଧାନ ନାମକ ଜଣେ ଉଚ୍ଚଶିକ୍ଷିତ ମହିଳା ଚାକିରିପଛରେ ନଗୋଡାଇ ନିଜେ ଜିଆ ଖତଉତ୍ପାଦନ କରି ତାକୁ ବିକ୍ରୀ କରି ବେଶ ଦି ପଇସା କମାଇ ପରିବାର ଚଳାଇବା ସହ ସ୍ୱାବଲମ୍ବୀ ହେବା ସହ ଅନ୍ୟ ମହିଳାଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।ଗାୟତ୍ରୀଜିଉଦୟ ଗିରି ସ୍ଥିତ କୃର୍ଷି ବିଜ୍ଞାନ କେନ୍ଦ୍ରରେ ଜିଆ ଖତ ଓ ଜିଆ ଜଳପ୍ରସ୍ତୁତି ତାଲିମ ନେବା ପରେ ନିଜେ ଉତ୍ପାଦନ କରି ଏହାକୁ ନିଜ ବଗିଚା ରେ […]

ଲକ ଡାଉନ କଡ଼ାକଡ଼ି ପାଳନ କରିବା ପାଇଁ ଆକ୍ସନ ମୁଡରେ କନ୍ଧମାଳ ପୋଲିସ

ଫୁଲବାଣୀ-( ସୁନୀଲ ପଟନାୟକ) କରେ। ନା ର ଦ୍ଵିତୀୟ ଲହରରେ ସଂକ୍ରମିତ ଙ୍କ ସଂଖ୍ୟା ଦିନକୁ ଦିନ ବଢି ଚାଲିବା ଫଳରେ ଏଥିରେ ରୋକ ଲଗାଇବା ପାଇଁ ସରକାର ମେ ୫ ତାରିଖରୁ ୧୯ ଯାଏ ୧୪ ଦିନିଆ ଲକ ଡାଉନ ଘୋଷଣା କରିଛନ୍ତି।ଏହାକୁ କଡ଼ାକଡ଼ି ପାଳନ କରିବାପାଇଁ କନ୍ଧମାଳ ପୋଲିସ ଓ ପ୍ରଶାସନ ଏବେ ଆକ୍ସନ ମୂଡ଼ରେ । ବିଶେଷକରି ଫୁଲ ବାଣୀ ବାଲିଗୁଡ଼ା ଓ ଜିଉଦୟଗିରିସହରରେ କରୋନା ସଂକ୍ରମିତ ଙ୍କ ସଂଖ୍ୟା ବୃଦ୍ଧି ପାଉଥିବା […]

ମହାକାଳବସ୍ତ ଗ୍ରାମରେ ଯୁବକକୁ ଅପହରଣ ଅଭିଯୋଗ,ବିଜେଡି ସରପଞ୍ଚ ଙ୍କ ପୁଅ ଅପହରଣ କରିଥିବା ଅଭିଯୋଗ,ସରପଞ୍ଚ ଙ୍କ ଘର ଉପରେ ଆକ୍ରମଣ,ପୁରୁଣା କଟକ ସମ୍ବଲପୁର ରାସ୍ତାରେ ଟାୟାର ଜାଳି ଗ୍ରାମବାସୀଙ୍କ ରାସ୍ତାରୋକ

ଆଠଗଡ(ଉଲାପ୍ରା) ଆଠଗଡ଼ ବ୍ଲକ ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ମହାକାଳବସ୍ତ ପଞ୍ଚାୟତର ପ୍ରଭାକର ପୁହାଣ ଙ୍କ ପୁଅ ରାଜେନ୍ଦ୍ର ପୁହାଣଙ୍କୁ ମହାକାଳବସ୍ତ ଗ୍ରାମ ପଞ୍ଚାୟତର ସରପଂଚଙ୍କ ପୁଅ ଗତକାଲି ରାତି ୮ଟାରୁ ଦହିସରା ବାଈଆ ବ୍ରିଜ ନିକଟରୁ ଅପହରଣ କରି ନେଇଥିବା ଅଭିଯୋଗ କରିଛନ୍ତି ମହାକାଳବସ୍ତ ଗ୍ରାମବାସୀ, ଆଜି ସକାଳୁ ପୁରୁଣା କଟକ ସମ୍ବଲପୁର ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ।ଯେ ପର୍ଯ୍ୟନ୍ତ ଅପହରଣ ହୋଇଥିବା ଯୁବକ ଉଦ୍ଧାର ଓ ସରପଞ୍ଚଙ୍କ ପୁଅ ଆଲୋକ ବଳିୟାର […]