ବାରହା ଆକ୍ରମଣରେ ଯୁବକ ଗୁରୁତର: ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି
ବାଲିଗୁଡ଼ା,୧୬/୦୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ବ୍ଲକର ମାର୍ଲାଙ୍ଗା ପଞ୍ଚାୟତର ସାଲକି ସିତାଗୁଡ଼ି ଗାଁରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ବାରହା ଆକ୍ରମଣରେ ଯୁବକ ଗୁରୁତର ଅବସ୍ଥାରେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଛନ୍ତି ପରିବାର ଲୋକେ । ସୂଚନା ପ୍ରକାରେ ସାଲକି ସିତାଗୁଡ଼ି ଗାଁ ର ରୋହିତ ପାଟମାଝୀ ନାମକ ୩୦ ବର୍ଷୀୟ ଜଣେ ଯୁବକ ନିଜ ପରିବାର ଲୋକଙ୍କ ସହ ହଳଦୀ ଖୋଳିବା ପାଇଁ ପଦରକୁ ଯାଇଥିଲେ […]