ଘର ମାଲିକ ଅନୁପସ୍ଥିତର ସୁଯୋଗ ନେଇ ଚୋରୀ: ଘରୁ ତାଲା ଭାଙ୍ଗି ଟଙ୍କା, ସୁନା ଲୁଟ :ସନ୍ଦେହୀ ଯୁବକ ଅଟକ
କନ୍ଧମାଳ,(ଉଲାପ୍ର): କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକର ସୁରାଦେଇ ଗ୍ରାମରେ ରହୁଥିବା ସୁନା ଦୋକାନୀ ନିରଞ୍ଜନ ପୃଷ୍ଟି ସପରିବାର ଘରେ ନଥିବା ବେଳେ ତାଙ୍କ ଘର ତାଲା ଭାଙ୍ଗି ଚୋରୀ ହୋଇଥିବା ଖଜୁରୀପଡ଼ା ଥାନାରେ ଅଭିଯୋଗ କରିଛନ୍ତି।ଅଭିଯୋଗ ପ୍ରକାରେ ନିରଞ୍ଜନ ତାଙ୍କର ପରିବାର ସହ ୨୨ ତାରିଖ ଅପରାହ୍ନରେ ବୌଦ୍ଧ ଜିଲ୍ଲା ପୁରୁଣାକଟକ ସ୍ଥିତ ଲୁଣିବାହଲ ଅଞ୍ଚଳକୁ ଏକ ବିବାହ କାର୍ଯ୍ୟରେ ଯୋଗଦେବାକୁ ଯାଇଥିଲେ।ପରଦିନ ୨୩ ତାରିଖ ଅପରାହ୍ନରେ ଘରକୁ ଫେରିବା ସହ ଘରର ଦୁଇଟି ବଖରା ତାଲା […]