କନ୍ଧମାଳ ଜିଲ୍ଲାରେ ଆମ୍ବ ଚାରା ରୋପଣରେ ଦୁର୍ନୀତି ଅଭିଯୋଗ:ଗଛ ନାହିଁ କିନ୍ତୁ ଫଳକ ଅଛି :ତଦନ୍ତ ଦାବି
କନ୍ଧମାଳ,(ଉଲାପ୍ର):କନ୍ଧମାଳ ଜିଲ୍ଲା ଏମ୍ଏନ୍ଆର୍ଇଜିଏସ୍ରେ ଫୁଲବାଣୀ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଗତ ୨୦୧୮-୧୯ ଆର୍ଥିକ ବର୍ଷରେ ମୋଟ ୨୫୦ ଏକର ଜମିରେ ୨୫,୦୦୦ ଆମ୍ବ ଚାରା ରୋପଣ କରା ଯାଇଥିଲା। ଏଥିପାଇଁ ମୋଟ ୮୧ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ସେହିଭଳି ୨୦୧୯-୨୦ ଆର୍ଥିକ ବର୍ଷରେ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ମୋଟ ୨୧୦ ଏକର ଜମିରେ ୩୦,୬୦୦ ଆମ୍ବ ଚାରା ରୋପଣ କରା ଯାଇଥିଲା ଓ ଏଥିପାଇଁ ମୋଟ ୮୭.୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। […]