‘ସୁନ୍ଦରୀ’କୁ ନେବାକୁ ଆସୁଛି ଟିମ୍‌, ସ୍ୱାସ୍ଥ୍ୟ ପରୀକ୍ଷା ପରେ ସ୍ୱତନ୍ତ୍ର ଗାଡ଼ିରେ ମଧ୍ୟପ୍ରଦେଶ ଫେରାଇନେବେ

ଭୁବନେଶ୍ୱର,୨୦/୦୩: ବାନ୍ଧବଗଡ଼ର ବାଘୁଣୀ ତଥା ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ବିଫଳ ନାୟିକା ‘ସୁନ୍ଦରୀ’ ଫେରିଯିବ । ସୁନ୍ଦରୀକୁ ନେବାକୁ ମଧ୍ୟପ୍ରଦେଶ କାହ୍ନା ବ୍ୟାଘ୍ରପ୍ରକଳ୍ପରୁ ଏକ ଟିମ୍‌ ଆସୁଛି । ଆଜି ସେମାନେ ସାତକୋଶିଆରେ ପହଞ୍ଚିବେ । ପ୍ରଥମେ ସେମାନଙ୍କ ସହ ଆସିଥିବା ଡାକ୍ତରଙ୍କ ଦ୍ୱାରା ସୁନ୍ଦରୀର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ଯଦି ସୁନ୍ଦରୀ ସୁସ୍ଥ ଥିବ ତେବେ ୩/୪ ଦିନ ମଧ୍ୟରେ ତାକୁ ସ୍ୱତନ୍ତ୍ର ଗାଡ଼ିରେ ଫେରାଇ ନିଆଯିବ ।ସୁନ୍ଦରୀକୁ ପ୍ରଥମେ ମଧ୍ୟପ୍ରଦେଶର ‘ଘୋରେଲା’ରିୱାଇଲ୍‌ଡ଼ିଂ ସେଣ୍ଟର୍‌କୁ […]

ଭାରତ ଇଂଲଣ୍ଡ ମଧ୍ୟରେ ଆଜି ପଞ୍ଚମ ମ୍ୟାଚ,ଦୁଇଦଲ ହେବେ ଟକରା ଟକରି

ଆଜି ଭାରତ ଓ ଇଂଲଣ୍ଡ ମଧ୍ୟରେ ଟାଇଟଲ ଫାଇଟ୍‌: ସିରିଜ ବିଜୟ ଲକ୍ଷ୍ୟରେ କୋହଲି ବାହିନୀ, ସବୁ ଶକ୍ତି ଖଟାଇ ଟକ୍କର ଦେବାକୁ ମୋର୍ଗାନ ବାହିନୀ ପ୍ରସ୍ତୁତଅହମ୍ମଦାବାଦ,୨୦/୦୩: ଆଜି ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ ଅନ୍ତିମ ଟି-ଟ୍ୱେଣ୍ଟି ମୁକାବିଲା । ଉଭୟ ଦଳ ଇତି ମଧ୍ୟରେ ୨ଟି ଲେଖାଏଁ ମ୍ୟାଚ୍‌ ଜିତି ସାରିଛନ୍ତି । ଫଳରେ ଆଜି ଫାଇନାଲ୍‌ କହିଲେ ଭୁଲ ହେବ ନାହିଁ । ଉଭୟ ଦଳ ସବୁ ଶକ୍ତି ଖଟାଇବାକୁ ପ୍ରସ୍ତୁତ ରହିଥିବାରୁ […]

ରାଜ୍ୟରେ ବନ୍ଦ ହେବ ହଜାରେ ହାଇସ୍କୁଲ! ସରକାରଙ୍କୁ ପ୍ରସ୍ତାବ ଦେଲେ ମାଧ୍ୟମିକ ଶିକ୍ଷା ନିର୍ଦେଶକ କ୍ଷତିଗ୍ରସ୍ତ ହେବ ୫୦୪୫ରୁ ଅଧିକ ବିଦ୍ୟାଳୟ ସବୁ ସ୍କୁଲକୁ ସରକାରୀ କରାଯାଉ: ଓଷ୍ଟା

ଭୁବନେଶ୍ୱର (ଉଲାପ୍ର)ପ୍ରାଥମିକ ବିଦ୍ୟାଳୟ ପରେ ପୂର୍ଣ୍ଣ ଅନୁଦାନପ୍ରାପ୍ତ, ନୂତନ ଅନୁଦାନପ୍ରାପ୍ତ ମାଧ୍ୟମିକ, ଉଚ୍ଚ ପ୍ରାଥମିକ, ମଦ୍ରାସା ଓ ସଂସ୍କୃତ ଟୋଲ୍‌ଗୁଡ଼ିକୁ କ୍ଲୋଜର (ବନ୍ଦ), ମର୍ଜର (ମିଶ୍ରଣ) ଓ ପୁନର୍ଗଠନ(ରେସ୍‌ନାଲାଇଜେସନ୍‌) କରିବାକୁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ପିଲାସଂଖ୍ୟା, ପରୀକ୍ଷା ଫଳ, ଭିତ୍ତିଭୂମି ଆଦିକୁ ଭିତ୍ତିକରି ଅନୁଦାନଭୁକ୍ତ ବିଦ୍ୟାଳୟଗୁଡ଼ିକୁ ବନ୍ଦ ଓ ମିଶ୍ରଣ କରିବାକୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ପକ୍ଷରୁ ଏକ ଚିଠା ପ୍ରସ୍ତାବ ରାଜ୍ୟ ସରକାରଙ୍କ ଅନୁମୋଦନ ଲାଗି ପଠାଯାଇଛି। ଉକ୍ତ ପ୍ରସ୍ତାବକୁ କାର୍ଯ୍ୟକାରୀ କରାଗଲେ […]

ଆଜିର ରାଶିଫଳ

ଅଦ୍ୟ ମାର୍ଚ୍ଚ ମାସ ୨୦ ତାରିଖ ୨୦୨୧ ମସିହା(ଶନିବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋଫାଲଗୁନ ମାସ-ଶୁକ୍ଳପକ୍ଷତିଥି-ସପ୍ତମୀନକ୍ଷତ୍ର-ରୋହିଣୀ ସଂ ଘ ୦୫/୪୨ ପର୍ଯ୍ୟନ୍ତ ତଦନ୍ତେ ମୃଗଶିରାଚନ୍ଦ୍ର – ବୃଷଯୋଗ-ପ୍ରୀତିକରଣ-ଗରସୌରମାସ-ମୀନ ୦୭ ଦିନ✧═════•❁❀❁•═════✧ସୁର୍ୟୋଦୟ -ପ୍ରାତଃ ଘ୦୫/୫୫/୩୦ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୫/୫୯✧═════•❁❀❁•═════✧ଯୋଗିନୀ ବୟବ୍ୟେବିଛା ରାଶି ର ଘାତଚନ୍ଦ୍ରବୃଷ,ସିଂହ ଓ କନ୍ୟା ରାଶିର ଘାତବାରସପ୍ତମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•════*କାଳବେଳା – ଦିବା ଘ୦୭/୨୫ ମଧ୍ୟେ ଓ ଘ୦୪/୨୪ ଗତେ ଘ୦୫/୫୫ ମଧ୍ୟେବାରବେଳା – ଦିବା ଘ୦୧/୨୪ ଗତେ ଘ୦୨/୫୫ ମଧ୍ୟେ✧═════•❁❀❁•════*ବିଶୁଦ୍ଧ ଅମୃତବେଳା-ଦିବା ଘ […]

ଦ୍ୱିତୀୟ କରୋନା ଲହର ପାଇଁ ଆଗୁଆ ଯାଞ୍ଚ କଡାକଡି ସହ ଜୋରିମାନା ଆଦାୟ

ବାଲିଗୁଡା,(ଉଲାପ୍ର): ମାଡି ଆସୁଛି କରୋନା ମହାମାରୀର ଦ୍ୱିତୀୟ ଲହର। ଏହି ଦ୍ବିତୀୟ ଲହର ଅଧିକ ଶକ୍ତିଶାଳୀ ଏବଂ ଶୀଘ୍ର ସଂକ୍ରମଣ ହେଉଥିବା ଭୟରେ ପୂର୍ବରୁ ପ୍ରଶାସନ ତରଫରୁ ବାରମ୍ବାର ପ୍ରଚାର କରି ଲୋକଙ୍କୁ ସଚେତନ କରାଇବା ସହ ସରକାରଙ୍କ କୋଭିଡ ନିୟମ ମାନି ରହିବାକୁ ପରାମର୍ଶ ଦିଆଯାଇଥିଲା। ହେଲେ କେତେକ ଅମାନିଆ କରୋନା କଟକଣାକୁ ବେଖାତିର କରୁଥିବା ନେଇ ପ୍ରଶାସନ ହୃଦବୋଧ କରି ଜି. ଉଦୟଗିରି ତହସିଲଦାର ଅବିନାଶ ମାହାର ସହରର ସମସ୍ତ ଦୋକାନ ବଜାର, ଯାନବାହାନ […]

ଜଗନ୍ନାଥଙ୍କ ଜମି ବିକ୍ରି ଧର୍ମ ନିରପେକ୍ଷତାର ବିକୃତିକରଣ: ବୈଜୟନ୍ତ ପଣ୍ଡା

ଭୁବନେଶ୍ବର, ୧୮।୦୩- ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ୩୫,୨୭୨ ଏକର ଜମିକୁ ବିକ୍ରି କରିବା ଲାଗି ଓଡ଼ିଶା ସରକାରଙ୍କ ଯୋଜନାକୁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଦୃଢ଼ ନିନ୍ଦା କରିଛନ୍ତି। ଓଡ଼ିଶା ସରକାରଙ୍କ ଏହି ପଦକ୍ଷେପ ପୁରା ରାଜ୍ୟକୁ ଗଭୀର ଦୁଃଖଯନ୍ତ୍ରଣା ଦେଇଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି। ଏହା ଧର୍ମନିରପେକ୍ଷତାର ବିକୃତିକରଣ ଓ ଏହା ବିରୋଧରେ ସ୍ୱର ଉଠାଇବା ଜରୁରୀ ବୋଲି କହି ଶ୍ରୀ ପଣ୍ଡା ସମସ୍ତଙ୍କୁ ଆହ୍ୱାନ କରିଛନ୍ତି। ମଙ୍ଗଳବାର ଏକ ପ୍ରଶ୍ନରେ […]

ଦୋଳ,ହୋଲି ଯାତ୍ରାରେ ଲାଗିଲା କଟକଣା,କେବଳ ମନ୍ଦିର ଭିତରେ ହେବ ପୂଜାର୍ଚ୍ଚନା, ଦୋଳ,ହୋଲିରେ ଏକାଠି ହେବାକୁ ମନା

ଟଙ୍କା ଦେଇ ଫେରସ୍ତ ମାଗୁଛି ପ୍ରଶାସନ, ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ପୁଅ କହିଲେ ଆତ୍ମାହୁତି ଦେବୁ

କନ୍ଧମାଳ,(ଉଲାପ୍ର):ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ଘଟଣାକୁ ୧୨ ବର୍ଷ ପୂରି ସାରିଥିବା ବେଳେ ଏବେ ପୁଣି ଥରେ ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି। ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ମୃତ୍ୟୁ ବେଳେ ତାଙ୍କ ପରିବାରକୁ ରାଜ୍ୟ ଓ କେନ୍ଦ୍ର ସରକାର ଅନୁକମ୍ପାମୂଳକ ରାଶି ପ୍ରଦାନ କରିଥିବା ବେଳେ କନ୍ଧମାଳ ଏସ୍‌ପି ଅଫିସ୍‌ରୁ ମଧ୍ୟ ୨ ଲକ୍ଷ ଟଙ୍କାର ଏକ ଚେକ୍ ପ୍ରଦାନ କରାଯାଇଥିଲା । ମାତ୍ର ଭୁଲରେ ଏହି ଚେକ୍ ଦିଆଯାଇଥିବା ଦର୍ଶାଇ ତୁରନ୍ତ ସମସ୍ତ […]

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଙ୍କ ଆସନ୍ତାକାଲି ତିନିଦିନିଆ ଓଡିଶା ଗସ୍ତ

ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଓଡ଼ିଶା ଗସ୍ତ ସୂଚୀ ପ୍ରକାଶିତ, କାଲି ସଂଧ୍ୟା ୬ଟା ୨୫ରେ ଭୁବନେଶ୍ବର ପହଞ୍ଚିବେ ରାଷ୍ଟ୍ରପତି, ଭୁବନେଶ୍ବର ରାଜଭବନରେ କାଲି ରାତ୍ରିଯାପନ କାର୍ଯ୍ୟକ୍ରମ, ମାର୍ଚ ୨୧ ସକାଳ ୯ଟା ୪୫ରେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିବେ, ପୂର୍ବାହ୍ନ ୧୦ଟା ୫୫ରେ ରାଉରକେଲା NITରେ ପହଞ୍ଚିବେ ୨୧ରେ NITର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି, ରାଉରକେଲାରୁ ଫେରି ରାଜଭବନରେ ରାତ୍ରିଯାପନ କରିବେ, ମାର୍ଚ ୨୨ ସକାଳ ୯ଟା ୫ରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିବେ, ଦିନ […]